‘ମୁଁ ଆଜି ଆକ୍ରମଣ କରିବି…’ ଯୁଦ୍ଧ ଘୋଷଣା ପୂର୍ବରୁ Ukraine ଆକ୍ରମଣ କରିବେ ବୋଲି ବଡ଼ି ସକାଳୁ କାହାକୁ ଫୋନ୍ କରିଥିଲେ ପୁଟିନ୍ ?

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି ।

ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି କହୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଛି । ବର୍ତ୍ତମାନ ଏହି ଦୁଇ ଦେଶ ମଧ୍ୟରେ ଚାଲିଛି ଘୋମାଘଟ ଆକ୍ରମଣ । ୟୁକ୍ରେନ ଉପରେ ଜୋରଦାର ଆଟାକ କରୁଛି ଋଷିଆ । ତେବେ ଆଜି ସକାଳୁ ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ରାଷ୍ଟ୍ରପତି ଭ୍ଲାଡିମାର ପୁଟିନ ପ୍ରଥମେ ଏକ ଫୋନ କଲ୍ କରିଥିଲେ ଆଉ ଫୋନ ପରେ ହିଁ ସେ ଆକ୍ରମଣ କରିବାକୁ ନିଜ ସେନାକୁ ଆଦେଶ ଦେଇଥିଲେ ।

ଆଉ ଏହି ଫୋନ କଲ୍ କାହାକୁ କରିଥିଲେ କେତେବେଳେ କରିଥିଲେ ତାହାକୁ ନେଇ ଏବେ ଜୋରସୋର ଚର୍ଚ୍ଚା ଚାଲିଛି । ସକାଳୁ ଫୋନ କଲେ ପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ । ୟୁକ୍ରେନକୁ ଆକ୍ରମଣ କରିବା ପୂର୍ବରୁ ପୁଟେନ ପ୍ରଥମେ ବେଲାରୁଷିୟ ରାଷ୍ଟ୍ରପତି ଆଲେକଜେଣ୍ଡର ଲୋକାସିଙ୍କୁ ଫୋନ କରି ସୂଚନା ଦେଇଥିଲେ । ବେଲାରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟଳୟରୁ ଏହି କଥା ଜଣା ପଡିଛି ।

ସକାଳ ୫ଟାରେ ପୁଟିନ ଆଲେକଜେଣ୍ଡରଙ୍କ ସହ କଥା ହୋଇଥିଲେ । ଆଉ ହଠାତ କାଲି ସକାଳେ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଲେ ପୁଟେନ । ଆଉ ଚାହୁଁ ଚାହୁଁ ହଠାତ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରୁଷିଆ । ବର୍ତ୍ତମାନ ସମୟରେ ବେଲାରୁଷରେ ଋଷ ହଜାର ହଜାର ସେନା ଯବାନ ଠୁଳ କରିଛି । ଏମିତିକି ୟୁକ୍ରେନରେ ଏୟାର ଡ଼ିଫେନ୍ସ ସିଷ୍ଟମକୁ ନଷ୍ଟ କରିଥିବା ନେଇ ଦାବି କରିଛି ।

ହେଲେ ଏହି କଥା ମିଛ ବୋଲି ୟୁକ୍ରେନ କହିଛି । ଅନ୍ୟ ପକ୍ଷରେ ଋଷ ପାଖରେ ବିଶ୍ଵର ସବୁଠାରୁ ବଡ ବମ୍ ଅଛି ବୋଲି ପୁଟେନ ଦାବି କରିଛନ୍ତି ଯାହାର ନାମ ହେଲା ‘ଫାଦର ଅଫ ଅଲ ବମ୍’ । ଏହି ବୋମା ୟୁକ୍ରେନର ପୁରା ଅଞ୍ଚଳକୁ ଛାରଖାର କରିଦେବ । ତେବେ ଏହି ବୋମାକୁ ପୁଟେନ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *