ବନ୍ଧୁଗଣ, ରାତାରାତି ଷ୍ଟ୍ରାର ପାଲଟି ଥିବା ରାନୁ ମଣ୍ଡଳ ଏବେ ପୁଣି ଫେମସ ହେବା ପାଇଁ ଦିନକୁ ଦିନ ନୂଆ ନୂଆ ବାଟ ବାଛୁଛନ୍ତି । ସେ ପୁଣି ନିଜକୁ ଫେମସ କରିବା ନିମନ୍ତେ ସୋସିଆଲ ମିଡିଆ ରେ କରୁଛନ୍ତି ଟ୍ରେଣ୍ଡି ରିଲ୍ସ । ବର୍ତ୍ତମାନ ରାନୁ ଙ୍କୁ ଦେଖିବାକୁ ମିଳିଛି ଏକ ଭିନ୍ନ ଅନ୍ଦାଜ ରେ । କିଛି ଦିନ ତଳେ ରାନୁ ଟ୍ରେଣ୍ଡ ରେ ଥିବା “କଚ୍ଚା ବାଦାମ” ଗୀତ ଗାଇ ଟ୍ରେଣ୍ଡ ରେ ଥିଲେ । ତେବେ ରାନୁ ପଶ୍ଚିମବଙ୍ଗ ର ଚୀନା ବାଦାମ ବିକ୍ରେତା “ଭୁବନ ବିଦ୍ୟାକର” ଙ୍କର “କଚ୍ଚା ବାଦାମ” ଗୀତ କୁ ଗାଇ ଭିଡିଓ ସେୟାର କରିଥିଲେ ।

ଯାହା ଉପରେ ଇଂଷ୍ଟାଗ୍ରାମ ରେ ବର୍ତ୍ତମାନ ଅନେକ ୟୁଜରସ ରିଲ୍ସ କରୁଛନ୍ତି । ସୋସିଆଲ ମିଡିଆ ରେ ରାନୁ ଙ୍କ ର ଏହି ଗୀତ ଗାଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ବର୍ତ୍ତମାନ ରାନୁ ମଣ୍ଡଳ ଏକ ଭିନ୍ନ ଅନ୍ଦାଜ ରେ ଲୋକ ଙ୍କର ସାମ୍ନା କୁ ଆସିଛନ୍ତି । ଯାହାକି ପୂର୍ବ ରୁ କେହି କେବେ ଦେଖି ନ ଥିବେ ।
ତେବେ ରାନୁ “ପୁଷ୍ପା ଦ ରାଇଜ” ର ହୁକ ସ୍ଟେପ ରେ ଶ୍ରୀଭଲୀ ଗୀତ ରେ ରିଲ କରିଥିବା ଦେଖିବାକୁ ମିଳିଛି । “ଅଲ୍ଲୁ ଅର୍ଜୁନ” ଙ୍କ ଚଳଚ୍ଚିତ୍ର ପୁଷ୍ପା ଦ ରାଇଜ ରିଲିଜ ହେବା ପରେ ଏହା ପୁରା ବିଶ୍ଵ ରେ ଧମାଲ କରିଥିଲା । ଏହି ଫିଲ୍ମ ର ଜାଦୁ ଲୋକଙ୍କୁ ବାୟା କରିଦେଇଥିଲା । ଏହି ଫିଲ୍ମ ର ଗୋଟିଏ ଗୋଟିଏ ଆକ୍ସନ ସିଁ ଭାଇରାଲ ହେବାରେ ଲାଗିଥିଲା ।
ଏହି ଫିଲ୍ମ ର କିଛି ଡାଇଲୋଗ ଏକ ଶ୍ରୀଭଲୀ ଗୀତ ର ହୁକ ସ୍ଟେପ ଲୋକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ଛୋଟରୁ ଆରମ୍ଭ କରି ବଡ ପୁଣି ସେଲିବ୍ରଟି ଏବଂ କ୍ରିକେଟର ସମସ୍ତେ ଏହାକୁ କପି କରି ଇଂଷ୍ଟାଗ୍ରାମ ରେ ରିଲ ବନାଇ ସେୟାର କରିଥିଲେ । ତେବେ ଏହି ଫିଲ୍ମ ର ଶ୍ରୀଭଲୀ ଗୀତ ର କ୍ରେଜ ଏତେ ଥିଲା ଯେ ସୋସିଆଲ ମିଡିଆ ଖୋଲିଲା ମାତ୍ରେ ଯାହାକୁ ଦେଖିବେ ସମସ୍ତେ ଏହି ଫିଲ୍ମ ର ଡାଇଲୋଗ ଏବଂ ଗୀତ ରେ ରିଲ କରୁଥିଲେ ।

ଆଉ ଏମିତି ରେ ରାନୁ ମଣ୍ଡଳ ମଧ୍ୟ ଆଉ ପଛରେ ନାହାଁନ୍ତି । ବର୍ତ୍ତମାନ ରାନୁ ପୁଣି ଫେମସ ହେବା ପାଇଁ ରିଲ ବନାଇବାରେ ବ୍ୟସ୍ତ ଅଛନ୍ତି । କେବଳ ଏତିକି ନୁହେଁ ରାନୁ ଙ୍କୁ ଇଂଷ୍ଟାଗ୍ରାମ ରେ ଅନେକ ଗୀତ ରେ ପୁଣି ଠୁମକା ଲଗାଉଥିବାର ଦେଖିବାକୁ ମିଳିଛି । ତେବେ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

