ଯାତ୍ରା ହିରୋଇନ Kaberi ନିଜ ରିଲ ଲାଇଫକୁ ନେଇ କଲେ ବଡ ଖୁଲାସା, କହିଲେ ଯାତ୍ରାରେ ମୋ ସହ ସବୁବେଳେ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଲୋକପ୍ରିୟ ଯାତ୍ରା ଅଭିନେତ୍ରୀ କାବେରୀଙ୍କ ବିଷୟରେ କହିବାକୁ ଯାଉଛୁ । କାବେରୀ ନିଜ ଜବରଦସ୍ତ ଡ୍ୟାନ୍ସ ଓ ଅଭିନୟ ଦ୍ଵାରା ଯାତ୍ରା ଜଗତରେ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ କାବେରୀ ଏକ ସାକ୍ଷାତ୍କାରରେ ନିଜ ପର୍ଶନାଲ ଲାଇଫ ବିଷୟରେ କହିଥିଲେ ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । କାବେରୀଙ୍କ ମତରେ-‘ମୋର ପିଲା ଦିନରୁ ଇଛା ଥିଲା ମୋ ବାପାଙ୍କର ସେହି କଳା ଅଛି । ନାଚ ପ୍ରତି ମୋର ଆଗ୍ରହ ହୁଏ ସ୍କୁଲ ପଢିଲା ବେଳକୁ ବି ମୁଁ ନାଚ ଗୀତରେ ଭାଗ ନିଏ ।

ସେ ପିଲା ଦିନରୁ ଗୋଟେ ଆଗ୍ରହ ଥିଲା ମୁଁ ଭାବି ନଥିଲି କେବେ ଆସିବି ବୋଲି ହେଲେ ଇଣ୍ଡଷ୍ଟ୍ରିରେ ତ ପାଦ ଦେଇସାରିଛି । 15 ବର୍ଷ ହେଇଗଲାଣି ମୋର ଏହି ଲାଇନରେ । ସେତେବେଳେ ଝିଅ ମାନେ ବହୁତ କଟକଣାରେ ରହୁଥିଲେ ଆଉ ମୋ ପରିବାର ଲୋକେ ମୋତେ ସପୋର୍ଟ କରିନଥିଲେ ମୁଁ ଲୁଚିକି ପଳେଇ ଆସିଥିଲି । ସତ କହିବାକୁ ଗଲେ ଘରେ କେହି ଛାଡନ୍ତି ନାହିଁ ଯେହେତୁ ଆମର ବ୍ରାହ୍ମଣ ପରିବାର ।

ଆମ ଗାଁରେ ଦିନେ ଅନୁଷ୍ଠାନ ପଡିଥିଲା ମୁଁ ନିଜେ କଥାବାର୍ତ୍ତା କରି ପଳେଇ ଆସିଥିଲି । ମା ସୋଇଥିଲେ ବାପା ନଥିଲେ ମୋର ଜଣେ ଭଉଣୀ ଥିଲେ ମୁଁ ତାଙ୍କୁ ନେଇ ପଳେଇ ଆସିଥିଲି । ବାପା ଆସିବା ପରେ ଲୋକମାନେ ସବୁ କହିଲେ ତା ପରେ ବାପା ବି ଆସିଥିଲେ ମୋତେ ନେବାକୁ ହେଲେ ମୁଁ ଗଲି ନାହିଁ । ଏବେ ଗଣନାଟ୍ୟରେ ଅଶ୍ଳୀଳ ନାଚ ହୋଇଯିବାରୁ ପରିବାର ଆସି ଦେଖି ପାରୁ ନାହାନ୍ତି ।

ମୋ ମତରେ ଏଇଟା ନ ହେବା ଦରକାର ହେଲେ ମୁଁ ଏକା ତ କହିଦେଲେ ହେବନି ସମସ୍ତେ ମିଶି କହିବା ଦରକାର । ଆମେ ଚାହୁଁନୁ ଏମିତି ଅଶ୍ଳୀଳ ନୃତ୍ୟ ହେଉ ବୋଲି । କାରଣ ଆମକୁ ଖରାପ ଲାଗୁଛି ଯେହେତୁ ଆମେ ଅନୁଷ୍ଠାନରେ ଅଛୁ । କେତେକ ଦର୍ଶକ ମାନଙ୍କୁ ଅଶ୍ଳୀଳ ନୃତ୍ୟ ପସନ୍ଦ । ହେଲେ ଯଦି ଦର୍ଶକ ମାନେ କୁହନ୍ତେ ତାଙ୍କୁ ଏସବୁ ପସନ୍ଦ ନୁହେଁ ତା ହେଲେ ଏହା ବନ୍ଦ ହୋଇଯାନ୍ତା । ସମସ୍ତେ ମିଶିଲେ ଏଇଟା ସମାଧାନ ହେବ’ ।

Leave a Reply

Your email address will not be published. Required fields are marked *