ବନ୍ଧୁଗଣ ସୋସିଆଲ ମିଡିଆରେ ଏବେ କାଚା ବାଦାମ ଗୀତଟି ବହୁତ ପପୁଲାର ହୋଇଯାଇଛି । ଏହି ଗୀତର ଲୋକପ୍ରିୟତା ଏତେ ବଢି ଯାଇଛି ଯେ, କେବଳ ଭରତ ନୁହେଁ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଏହି ଗୀତର କ୍ରେଜ ଦେଖିବାକୁ ମିଳୁଛି । ତେବେ ବନ୍ଧୁଗଣ ଏହି ଗୀତଟିକୁ ଗଇଛନ୍ତି ଭୁବନ ବାଦ୍ୟକର । ବନ୍ଧୁଗଣ ଭୁବନ ବାଦ୍ୟକର ହେଉଛନ୍ତି ପଶ୍ଚିମ ବଙ୍ଗର ଜଣେ ବାଦାମ ବିକାଳି । ସେ ବାଦାମ ବିକ୍ରି କରି ନିଜ ପରିବାରର ଗୁଜୁରାନ ମେଣ୍ଟାନ୍ତି ।
ତେବେ ବନ୍ଧୁଗଣ ଭୁବନ ବାଦାମ ବିକ୍ରି କରିବା ସମୟରେ କାଚା ବାଦାମ ଗୀତ ଗାନ୍ତି । ଏହି ଗୀତଟି ହେଉଛି ତାଙ୍କର ନିଜସ୍ଵ ଗୀତ । ଲୋକ ମାନଙ୍କୁ ବାଦାମ ପ୍ରତି ଆକର୍ଷିତ କରିବା ପାଇଁ ଭୁବନ ଗାଁ ଗାଁ ବୁଲି ଗୀତ ଗାଇ ବାଦାମ ବିକ୍ରି କରନ୍ତି । ହେଲେ ଭୁବନଙ୍କ ଭାଗ୍ୟରେ ଆଉ କିଛି ଲେଖା ଥିଲା କାରଣ ସେ ଥରେ ଗୀତ ଗାଇ ବାଦାମ ବିକ୍ରି କରୁଥିବା ବେଳେ ଜଣେ ଯୁବକ ତାଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ।
ଏହା ପରେ ଭୁବନଙ୍କ ଗୀତ ପାଣି ପରି ଭାଇରାଲ ହେବାରେ ଲାଗିଲା । ଏହା ପରେ ରାତିଆ ରାତି ଭୁବନ ଇଣ୍ଟର୍ନେଟ ସନସେସନ ହେଇଗଲେ । ବନ୍ଧୁଗଣ ଭୁବନଙ୍କ ନାମ ସହ ଆଉ ଗୋଟେ ନାମ ଯୋଡା ହୋଇଗଲା ତାହା ହେଉଛି ନଜମୁ ରିଚାଟ । ନଜମୁ ମଧ୍ୟ ଜଣେ ଗାୟକ ଅଟନ୍ତି । ସେ ଏହି ଗୀତରେ ବିଟ୍ସ ଦେଇଥିଲେ ଓ ରିମିକ୍ସ କରି ପୋଷ୍ଟ କରିଦେଇଥିଲେ । ଲୋକମାନେ ଏହି ନୂଆ ଭର୍ସନକୁ ଆହୁରି ଅଧିକ ଭଲ ପାଇଲେ ।
ବନ୍ଧୁଗଣ ଏହି ଗୀତଟି ଟ୍ରେଣ୍ଡ ହେବା ପରେ ଭୁବନଙ୍କ ପଛରେ ମ୍ୟୁଜିକ ଡାଇରେକ୍ଟର ମାନେ ପଡିଗଲେ । ମ୍ୟୁଜିକ କମ୍ପାନୀ ବାଲା ଭୁବନଙ୍କୁ କହିଥିଲେ, ଆପଣ ଷ୍ଟୂଡିଓକୁ ଆସି ଗୀତ ଗାନ୍ତୁ ଏଥିରୁ ଯାହା ବି ଟଙ୍କା ଅର୍ଜନ ହେବ ସେଥିରୁ ଆପଣ ୪୦ ପ୍ରତିଶତ ନେବେ । ଏହା ପରେ ଆଗ୍ରିମେଣ୍ଟରେ ସାଇନ ମଧ୍ୟ କରିଥିଲେ ଭୁବନ । ଭୁବନ ଷ୍ଟୂଡିଓରେ ଗୀତ ଗଇଲେ ଓ ତାଙ୍କ ଡ୍ୟାନ୍ସ ବି ଆପଣ ମାନେ ଭିଡିଓରେ ଦେଖିଥିବେ ।
ଏହି ଗୀତଟି ୟୁଟ୍ୟୁବରେ ଲଞ୍ଚ ହେବାର ଅନେକ ଦିନ ହୋଇସାରିଛି ଓ ଏହି ଭିଡିଓ ୫୦ ମିଲିୟନ୍ସ ଭିଉସ ହାସଲ କରିସାରିଛି । ମ୍ୟୁଜିକ କମ୍ପାନୀ ବାଲା ଏହି ଗୀତରୁ କୋଟି କୋଟି ଟଙ୍କା କମାଇଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ଭୁବନଙ୍କୁ ଏକ ଟଙ୍କା ବି ଦେଇ ନାହାନ୍ତି । ବନ୍ଧୁଗଣ ଭୁବନ ଗାଇଥିବା ଗୀତକୁ ଲଞ୍ଚ କରି ତାଙ୍କ ହକ୍ ର ଟଙ୍କା ଦେଇ ନାହାନ୍ତି ମ୍ୟୁଜିକ କମ୍ପାନୀ । ଆଜି ବି ଭୁବନ ନିଜ ପରିବାର ସହ ସେହି ଚାଳିଆ ଘରେ ରହୁଛନ୍ତି ।
ଭୁବନ ମଧ୍ୟ ଏଥିପାଇଁ ବହୁତ ଦୁଃଖିତ ଅଛନ୍ତି ତାଙ୍କ ପାଖକୁ ଅନେକ ୟୁଟ୍ୟୁବର ଆସୁଛନ୍ତି ଓ ତାଙ୍କୁ ଗୀତ ଗାଇବା ପାଇଁ କହୁଛନ୍ତି । ଏହା ପରେ ସେମାନେ ଭୁବନଙ୍କୁ ୧୦୦ ରୁ ୨୦୦ ଟଙ୍କା ଦେଇ ଚାଲି ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।