64 ବର୍ଷ ବୟସରେ ଯୁବକ ଭଳି ଦେଖାଯିବାକୁ ସାପ ରକ୍ତ ପିଉଛନ୍ତି Anil Kapoor: ଟ୍ରୋଲର୍ସଙ୍କୁ ଏମିତି ଜବାବ ଦେଲେ ଅଭିନେତା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅନିଲ କପୁର । ଆପଣ ମାନେ ସମସ୍ତେ ଅନିଲଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ଅନିଲ ହେଉଛନ୍ତି ଏକ ଏପରି ଅଭିନେତା ଯିଏ ବହୁତ କମ ବର୍ଷରେ ପ୍ରସିଦ୍ଧି ହାସଲ କରିଛନ୍ତି । ଗତ କିଛି ହେବ ଅନିଲ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି । ଏହାର କାରଣ ହେଉଛି ଅନିଲଙ୍କ ଫିଟନେସ । ଗତ କିଛି ଦିନ ତଳେ ଅନିଲ ଅରବାଜ ଖାନଙ୍କ ଚାଟ ସୋ ‘ପିଞ୍ଚ ୨’ ରେ ନଜର ଆସିଥିଲେ ।

ଏହି ସୋରେ ସେ ଟ୍ରୋଲର ମାନଙ୍କର ଅଜବ ଗଜବ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏହି ସୋରେ ଅରବାଜ ଖାନ ଅତିଥି ଭାବରେ ଆସିଥିବା ସେଲିବ୍ରିଟିଙ୍କୁ ସୋ-ସି-ଆ-ଲ ମି-ଡି-ଆ-ରେ ଟ୍ରୋଲ ହେଉଥିବା କିଛି କମେଣ୍ଟ ପଢି ଶୁଣାନ୍ତି ଓ ସେଲିବ୍ରିଟି ତାର ଜବାବ ଦେଇଥାନ୍ତି । ଅରବାଜ ଅନିଲଙ୍କୁ ମଧ୍ୟ ଟ୍ରୋଲର ମାନଙ୍କର କିଛି ପ୍ରଶ୍ନ ପଚାରିଥିଲେ । ଅନିଲଙ୍କୁ ବର୍ତ୍ତମାନ ୬୪ ବର୍ଷ ବୟସ ଥିଲେ ମଧ୍ୟ ସେ ଏବେ ବି ଯୁବକ ପରି ଦେଖାଯାଉଛନ୍ତି । ଅନିଲଙ୍କ ଫିଟନେସ ଦେଖି ତାଙ୍କୁ ଏକ ପ୍ରଶଂସକ କମେଣ୍ଟ କରିଥିଲେ । 

ସେ ଲେଖିହିଲେ-‘ମୋତେ ଲାଗୁଚି ଅନିଲ କପୁର ପ୍ଲାଷ୍ଟିକ ସର୍ଜନଙ୍କ ସାଙ୍ଗେ ରୁହନ୍ତି । ଆଉ ଜଣେ କହିଲେ, ମୋତେ ଲାଗୁଛି ଅନିଲ ସାପ ରକ୍ତ ପିଅନ୍ତି । ଭିଡିଓ ଦେଖି ଅନିଲ କପୁର ହସିଲେ ଓ ଅରବାଜ ଖାନଙ୍କୁ କହିଲେ, ପ୍ରକୃତରେ ଆପଣମାନେ ଟଙ୍କା ଦେଇ…ଠିକ । ସେହି ସମୟରେ ଅରବାଜ ଖାନ ତାଙ୍କୁ ଭରସା ଦେଇଥିଲେ ଯେ କମେଣ୍ଟ ୧୦୦% ସତ । ତାପରେ ଅନିଲ କହିଛନ୍ତି ଯେ, ମୁଁ ପ୍ଲାଷ୍ଟିକ ସର୍ଜନଙ୍କୁ ଧରି ବୁଲୁଛି।

ସେ କହିଛନ୍ତି- ‘ମୁଁ ବ୍ୟକ୍ତିଗତ ଭାବେ, ପ୍ରଫେସନାଲି ଓ ଫାଇନାନସିଆଲି ଭାଗ୍ୟବାନ ଯେ ଏତେ ଭଲ ଜୀବନ ଜିଇଁଛି। ମୋତେ ପ୍ରଶଂସକ ଏତେ ଭଲ ପାଉଛନ୍ତି, ଯେଉଁଥିପାଇଁ ମୋତେ ଭଲ ଦେଖାଯିବାରେ ସାହାଯ୍ୟ ମିଳିଛି । ସମସ୍ତଙ୍କ ଜୀବନରେ ଉତ୍ଥାନ-ପତନ ଅଛି କିନ୍ତୁ ମୁଁ ଭାଗ୍ୟବାନ । ମୁଁ ଭାବୁଛି ଯଦି ଆପଣ ଦିନର ୨୪ ଘଣ୍ଟାରୁ ଗୋଟିଏ ଘଣ୍ଟା ବାହାର କରି ନିଜର ଯତ୍ନ ନେଇ ପାରିବେ ନାହିଁ, ତେବେ ଜୀବନର କିଛି ଅର୍ଥ ନାହିଁ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତା ଅନିଲ କପୁର କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *