ଦିନେ ଥିଲେ ଗୋଟିଏ ଗରିବ ଲୋକ ର ସ୍ତ୍ରୀ, ଆଜି ଅଟନ୍ତି Bollywood ର ସୁପର ଷ୍ଟାର ଙ୍କ ପତ୍ନୀ, ଜାଣନ୍ତୁ କିଏ ଏହି ସୁନ୍ଦରୀ ମହିଳା

କେବଳ ବଲିଉଡ୍ କଳାକାର ମାନେ ନୁହେଁ, ସେମାନଙ୍କ ଘରର ସଦସ୍ୟ ମାନେ ମଧ୍ୟ ଖୁବ୍ ଗ୍ଲାମରସ୍ ଓ ବୋଲ୍ଡ ହୋଇଥାନ୍ତି । ବିଶେଷ କରି ବଲିଉଡ ଷ୍ଟାର ମାନଙ୍କ ପତ୍ନୀମାନେ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ଏହାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଜଣେ ଏପରି ବଲିଉଡ୍ ସୁପରଷ୍ଟାରଙ୍କ ପତ୍ନୀଙ୍କ ବିଷୟରେ କହିବୁ ଯିଏ ସୁପରଷ୍ଟାରଙ୍କ ପତ୍ନୀ ହେବା ପୂର୍ବରୁ ଜଣେ ସାଧାରଣ ଗରିବ ଲୋକକୁ ବିବାହ କରିଥିଲେ, ମାତ୍ର ପରେ ଏହି ଦିଗଜ ଅଭିନେତାଙ୍କୁ ବିବାହ କରିଥିଲେ ।

ତେବେ ଏହି ମହିଳାଜଣଙ୍କ ଅନ୍ୟ କେହି ନୁହନ୍ତି, ମାତ୍ର ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ଅଟନ୍ତି । ମାନ୍ୟତା, ସଞ୍ଜୟ ଦତ୍ତଙ୍କ ତୃତୀୟ ପତ୍ନୀ ଅଟନ୍ତି । ସଞ୍ଜୟ ପ୍ରଥମେ ରୁଚା ଶର୍ମା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । କ୍ୟାନସର ଯୋଗୁଁ ତାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହା ପରେ ରିୟା ପିଲ୍ଲେଙ୍କୁ ଦ୍ଵିତୀୟ ବିବାହ କରିଥିଲେ, ମାତ୍ର ଏହି ବିବାହ କିଛି ବର୍ଷ ପରେ ଭାଙ୍ଗି ଯାଇଥିଲା ।

ଶେଷରେ ସଞ୍ଜୟ ଦତ୍ତ ୨୦୦୮ ମସିହା ଫେବୃଆରୀ ମାସ ୭ ତାରିଖରେ ଗୋଆରେ ମାନ୍ୟତାଙ୍କୁ ବିବାହ କରିଥିଲେ । ସଞ୍ଜୟଙ୍କ ଜୀବନରେ ମାନ୍ୟତାଙ୍କର ବହୁତ ବଡ଼ ଯୋଗଦାନ ରହିଛି । ସଞ୍ଜୟ ଦତ୍ତଙ୍କ ପରୀକ୍ଷା ଓ କଷ୍ଟ ସମୟରେ ସେ ତାଙ୍କର ବହୁତ ସାଥ୍ ଦେଇଛନ୍ତି । କିଛି ମାସ ପୂର୍ବରୁ ସଞ୍ଜୟଙ୍କ ଜୀବନୀ ଉପରେ ରିଲିଜ୍ ହୋଇଥିବା ଫିଲ୍ମ ସଞ୍ଜୁରେ ମଧ୍ୟ ଏହି ବିଷୟ ଖୁବ୍ ଭଲ ଭାବେ ଦର୍ଶା ଯାଇଛି । ସେହି ଫିଲ୍ମ ପରେ ମାନ୍ୟତାଙ୍କ ଲୋକପ୍ରିୟତା ଆହୁରି ଅଧିକ ବଢ଼ି ଯାଇଛି ।

ସଞ୍ଜୟ ଦତ୍ତ ପ୍ରାୟତଃ ଫିଲ୍ମ ସୁ-ଟିଂରେ ବ୍ୟସ୍ତ ରୁହନ୍ତି । ଏପରି ସମୟରେ ତାଙ୍କ୍ ପତ୍ନୀ ମାନ୍ୟତା ହିଁ ତାଙ୍କ ଘର ଓ ଦୁଇ ସନ୍ତାନଙ୍କୁ ଭଲ ଭାବେ ଯତ୍ନ ନିଅନ୍ତି । ୨୨ ଜୁଲାଇ ୧୯୭୯ ମସିହାରେ ମୁମ୍ବାଇରେ ଜନ୍ମ ହୋଇଥିବା ମାନ୍ୟତାଙ୍କ ଅସଲି ନାମ ହେଉଛି ଦିଲନବାଜ୍ ଶେଖ୍ । ମାନ୍ୟତା ନିଜ ପିଲାବେଳ ଦୁବାଇରେ ବିତାଇ ଥିଲେ । ପରି ଅଭିନୟରେ ରୁଚି ହେବାରୁ ସେ ନିଜ ଭାଗ୍ୟ ଆଦରିବା ପାଇଁ ମୁମ୍ବାଇ ଚାଲି ଆସିଥିଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସଞ୍ଜୟ ଦତ୍ତଙ୍କ ସହ ମାନ୍ୟତାଙ୍କ ଏହା ପ୍ରଥମ ବିବାହ ନୁହେଁ । ଏହା ପୂର୍ବରୁ ସେ ୨୦୦୩ ମସିହାରେ ମିରାଜ୍-ଉଲ୍ ରେହମାନ୍ ନାମକ ଜଣେ ସାଧାରଣ ବ୍ୟକ୍ତିଙ୍କୁ ସେ ବିବାହ କରିଥିଲେ, ମାତ୍ର ପରେ ସେମାନେ ଅଲଗା ହୋଇ ଯାଇଥିଲେ । ଏହା ପରେ ମାନ୍ୟତାଙ୍କ ଜୀବନରେ ବଲିଉଡ୍ ସୁପରଷ୍ଟାର ସଞ୍ଜୟ ଦତ୍ତ ଆସିଥିଲେ ଓ ଏହି ଦୁଇ ଜଣ ସବୁଦିନ ପାଇଁ ପରସ୍ପରର ହୋଇ ଯାଇଥିଲେ । ମାନ୍ୟତା ସଞ୍ଜୟ ଦତ୍ତଙ୍କ ଠାରୁ ୨୦ ବର୍ଷ ସାନ ଅଟନ୍ତି । ଏହି ଦୁଇ ଜଣଙ୍କ ପ୍ରେମ କାହାଣୀ ମଧ୍ୟ ଖୁବ୍ ନିଆରା ଅଟେ ।

ମାନ୍ୟତା ବଲିଉଡରେ ପାଦ ଦେଲା ପାରେ ସାରା ଖାଁ ନାମରେ ପରିଚିତ ଥିଲେ । ୨୦୦୩ରେ ରିଲିଜ୍ ହୋଇଥିବା ଫିଲ୍ମ “ଗଙ୍ଗାଜଲ୍” ରେ ସେ ଏକ ଆଇଟମ ନମ୍ବର କରିଥିଲେ । ଏହା ପରେ ତାଙ୍କୁ ମାନ୍ୟତା ନାମ ମିଳିଥିଲା । ୨୦୦୬ ରେ ସଞ୍ଜୟ ଓ ମାନ୍ୟତାଙ୍କ ପ୍ରଥମ ଭେଟ ହୋଇଥିଲା । ପରେ ସେମାନଙ୍କୁ ଏକ ଆୱାର୍ଡ଼ ଶୋ ରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା ।

ସେହି ସମୟରେ ସଞ୍ଜୟଙ୍କ ଏକ ଭିଡିଓ ଭା-ଇ-ରା-ଲ୍ ହୋଇଥିଲା, ଯେଉଁଥିରେ ସେ ଜଣେ ବନ୍ଧୁଙ୍କୁ ମାନ୍ୟତାଙ୍କ ସହ ପରିଚିତ କରାଇ କହିଥିଲେ କି ସେ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି । ତାପରେ ୨୦୦୮ରେ ସେମାନେ ବିବାହ କରି ନେଇଥିଲେ । ସେମାନଙ୍କର ଶହରାନ ଦତ୍ତ ଓ ଇକ୍ରା ଦତ୍ତ ନାମକ ଦୁଇ ସନ୍ତାନ ମଧ୍ୟ ଅଛନ୍ତି । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *