ଦିନେ ନିଜ ପରିବାର ଚଳେଇବା ପାଇଁ ପର ଘରେ କରୁଥିଲେ କାମ, ଆଜି ସେ ବାସୀ ଭାତରୁ କିପରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଆପଣଙ୍କ କାମରେ ଆସିପାରେ ଏହି ଟିପ୍ସ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ବହୁତ କଷ୍ଟ କରିଥାନ୍ତି । ସଫଳତା ପାଇବା ପାଇଁ ଲୋକମାନେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ହେଲେ କେତେକ ଲୋକ ସଫଳତା ପାଇଥାନ୍ତି ତ କେତେ ଜଣ ନିଜ ଜୀବନରେ ହାରି ଯାଇଥାନ୍ତି ।

ଆଜିଆମେ ଆପଣ ମାନଙ୍କୁ ଓଡିଶାର ଏକ ଏପରି ବ୍ୟକ୍ତିଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯିଏ ଗୋଟେ ସମୟରେ ଶ୍ରମିକ ଥିଲେ ହେଲେ ଆଜି ସେ ହେଉଛନ୍ତି ଏକେ ସଫଳ ୟୁଟ୍ୟୁବର । ଆପଣ ମାନେ ତାଙ୍କ ଜୀବନୀ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବ୍ୟକ୍ତି ଜଣକଙ୍କ ବିଷୟରେ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ ହେଉଛି ଇଶାକ ମୁଣ୍ଡା । ଇଶାକ ପୂର୍ବରୁ ଶ୍ରମିକ କାମ କରି ନିଜ ପରିବାର ଚଳଉଥିଲେ । ଇଶାକ ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକର ଅଧିବାସୀ ଅଟନ୍ତି । ଗତବର୍ଷ ଲକଡାଉନ ସମୟରେ ଇଶାକଙ୍କ ଆର୍ଥିକ ଅବସ୍ଥା ବହୁତ ଦୁର୍ବଳ ହୋଇଯାଇଥିଲା । ଟଙ୍କା କମାଇବା ପାଇଁ ତାଙ୍କ ପାଖରେ କୌଣସି ବିକଳ୍ପ ନଥିଲା ।

ସେହି ସମୟରେ ୟୁଟ୍ୟୁବରେ ବିଭିନ୍ନ ଭିଡିଓ ଦେଖିବା ବେଳେ କେହି ଜଣେ ତାଙ୍କୁ ଭିଡିଓ କରିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ଇଶାକ ଅଧିକ ପାଠଶାଠ ପଢିନଥିବାରୁ କେଉଁ ଭିଡିଓ କରିବେ ଜାଣି ପାରି ନଥିଲେ । ଶେଷରେ ସେ ବାସୀ ପଖାଳ ଖାଉଥିବାର ଭିଡିଓ ୟୁଟ୍ୟୁବରେ ମାର୍ଚ୍ଚ ମାସ ୨୦୨୦ରେ ଅପଲୋଡ କରିଥିଲେ ।

ସେହି ଭିଡିଓଟି ଅପଲୋଡ କରିବା ପରେ ଇଶାକଙ୍କ ଭାଗ୍ୟ ବଦଳି ଯାଇଥିଲା । ଏହାପରେ ଇଶାକ ବିଭିନ୍ନ ପ୍ରକାରର ଗାଉଁଲି ଖାଦ୍ୟ ଖାଇ ୟୁଟ୍ୟୁବରେ ଅପଲୋଡ କରୁଥିଲେ । ଚାହୁଁ ଚାହୁଁ ତାଙ୍କ ସବସ୍କ୍ରାଇବର ସଂଖ୍ୟା ବଢିଯାଇଥିଲା । ତିନି ମାସ ପରେ ସେ ୟୁଟ୍ୟୁବରୁ ୩୭ ହଜାର ଟଙ୍କା ରୋଜଗାର କରିଥିଲେ । ସେହି ବର୍ଷ ଅଗଷ୍ଟ ମାସରେ ସେ ପାଖା ପାଖି ପାଞ୍ଚ ଲକ୍ଷ ଟଙ୍କା ୟୁଟ୍ୟୁବରୁ ଆୟ କରିଥିଲେ ।

ବର୍ତ୍ତମାନ ତାଙ୍କ ସ୍ତ୍ରୀ ତାଙ୍କର ସହାୟତା କରୁଛନ୍ତି ଓ ପ୍ରତି ମାସରେ ତାଙ୍କର ରୋଜଗାର ମଧ୍ୟ ବଢି ଚାଲିଛି । ଇଶାକଙ୍କ ମତରେ-‘ଗୋଟେ ସମୟରେ ତାଙ୍କର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ଥିଲା । ସେହି ସମୟରେ ଟଙ୍କା ରୋଜଗାର କରିବା ପାଇଁ ତାଙ୍କ ପାଖରେ କୌଣସି ବିକଳ୍ପ ନଥିଲା । ସେ ୟୁଟ୍ୟୁବ ଦ୍ଵାରା ନିଜ ଭିଡିଓ ଅପଲୋଡ କରି ଟଙ୍କା କମାଇ ପାରିଥିଲେ’ ।

ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସେ ୟୁଟ୍ୟୁବ ଦ୍ଵାରା ଟଙ୍କା ରୋଜଗାର କରି ପାରୁଛନ୍ତି ଓ ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଇଶାକ ମୁଣ୍ଡାଙ୍କ ଜୀବନୀ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *