ନମସ୍କାର ବନ୍ଧୁଗଣ ତେବେ ଲତା ମଙ୍ଗେସକର, ଭାରତର ସ୍ୱର। ତେବେ ୯୩ ବର୍ଷ ବୟସରେ ଦୁନିଆରୁ ମେଲାଣି ନେଇଛନ୍ତି ସ୍ୱର ସମ୍ରାଜ୍ଞୀ । ଆଠ ଦଶକରେ ୨୫ ହଜାର ଗୀତ ଗାଇ ତିନି ପିଢୀଙ୍କୁ ସ୍ୱରରେ ମତୁଆଲା କରିଛନ୍ତି । ଶେଷରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଅନେକ ଦିନ ଚିକିତ୍ସାଧିନ ରହିବା ପରେ ଶନିବାର ଲତାଙ୍କର ଦେହାନ୍ତ ହୋଇଯାଇଛି । ପୁରା ଦେଶ ତାଙ୍କୁ ଦେଉଛି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳୀ ।

ଭାରତର ସ୍ୱର ଭାରତ ରତ୍ନ ଲତାଙ୍କ ଜୀବନ ଆରମ୍ଭ ହୋଇଥିଲା ଇନ୍ଦୋର ସହରରୁ । ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଲତାଙ୍କ ଜନ୍ମ ହୁଏ । ପିତା ଥିଲେ ମହାନ ମରାଠୀ ସଂଗୀତ କାର ଦିନାନାଥ ମଙ୍ଗେସକର । ପଣ୍ଡିତ ଦିନାନାଥଙ୍କ ମୁଳ ସାଙ୍ଗିଆ ଥିଲା ହାର୍ଡିକର । ଗୋଆର ମଙ୍ଗେସିରୁ ଆସିଥିବା ଦିନାନାଥ କିନ୍ତୁ ସ୍ଥାନ ନାମ ଅନୁସାରେ ନିଜ ସାଙ୍ଗିଆକୁ ମଙ୍ଗେସକର କରିଥିଲେ ।
ଏହା ପର ଠାରୁ ତାଙ୍କ ସନ୍ତାନ ମାନେ ମଧ୍ୟ ମଙ୍ଗେସକର ଭାବେ ପରିଚିତ ହୋଇଥିଲେ । ଲତାଙ୍କୁ ପ୍ରଥମେ ହେମା ନାମ ଦିଆଯାଇଥିଲା । କିନ୍ତୁ ପରେ ତାଙ୍କ ପିତା ନାମ ବଦଳାଇ ଲତା କରିଥିଲେ । ଦିନାନାଥଙ୍କ ଗୋଟିଏ ନାଟକ ହେମବନ୍ଧନ’ର ମୁଖ୍ୟନାୟିକା ଲତିକା ଅନୁସାରେ ଲତାଙ୍କ ନାମ କରଣ ହୋଇଥିଲା ।
ତେବେ ପିଲାଟି ଦିନରୁ ସଂଗୀତ ଗହଣରେ ଲତାଙ୍କ ଜୀବନ କଟିଥିଲା ।

ଘରେ ସଂଗୀତର ପରିବେଷ ଥିଲା । ଲତା ମଧ୍ୟ ସଂଗୀତ ଆଡକୁ ଆକୃଷ୍ଟ ହୋଇଥିଲେ । ୫ ବର୍ଷ ବୟସରେ ଲତା ପ୍ରଥମ ଥର ସ୍କୁଲ ଯାଇଥିଲେ । କିନ୍ତୁ ଗୋଟିଏ ଘଟଣା ପରେ ଲତା ସ୍କୁଲ ମାଟି ଆଉ ମାଡି ନଥିଲେ । ଥରେ ଲତା ନିଜ ସାନ ଭଉଣୀ ଆଶାଙ୍କୁ ନିଜ ସହ ସ୍କୁଲକୁ ନେଇ ଯାଇଥିଲେ।କିନ୍ତୁ ଶିକ୍ଷକ ଆଶାଙ୍କୁ କ୍ଲାସରେ ବସିବାକୁ ଅନୁମତି ଦେଇନଥିଲେ । ଏଥିରେ ରାଗିଯାଇ ଲତା ସ୍କୁଲରୁ ଚାଲି ଆସିଥିଲେ ।
ଆଉ ତା’ପରଠାରୁ କେବେ ମଧ୍ୟ ସ୍କୁଲ ଯାଇ ନଥିଲେ। ତେବେ ୧୯୪୨ ମସିହାର ମଙ୍ଗେସକର ପରିବାର ଉପରେ ହୋଇଥିଲା ଅକସ୍ମାତ ବଜ୍ରପାତ । ପିତା ଦୀନାନାଥଙ୍କ ଅକାଳ ମୃତ୍ୟୁ ପରିବାରକୁ ଦୋହଲାଇ ଦେଇଥିଲା । ଏହି ସମୟରେ ପରିବାର ବୋଝ ଲତାଙ୍କ ଉପରେ ପଡିଥିଲା । ମାତ୍ର ୧୩ ବର୍ଷ ବୟସରେ ଲତା ପରିବାର ପାଇଁ ରୋଜଗାରର ମାଧ୍ୟମ ସାଜିଥିଲେ । ଆରମ୍ଭ ହୋଇଥିଲା ସଂଘର୍ଷ ଓ ସଂଗୀତର ଗୋଟିଏ ଅଭୁଲା ଅଧ୍ୟାୟ ।

ନବଯୁଗ ଚିତ୍ରପଟ ମୁଭିଜର ମାଲିକ ତାଙ୍କୁ ଗୀତ ଗାଇବାକୁ ପ୍ରେରଣା ଦେଇଥିଲେ । କ୍ୟାରିୟରର ଆରମ୍ଭରେ ସେ କିଛି ହିନ୍ଦି ଓ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ। କିନ୍ତୁ ପରେ ସେ ପୁରା ସମୟ ପ୍ରଛଦପଟ୍ଟ ସଂଗୀତ ଗାୟନକୁ ଦେଇଥିଲେ। ତେବେ ସେ ନିଜର ଉର୍ଦୁ କୁ ସୁଧାରିବା ପାଇଁ ଉର୍ଦୁ ଶିକ୍ଷା ମଧ୍ୟ ନେଉଥିଲେ।ତେବେ ଲତା ମଙ୍ଗେସକର ହିନ୍ଦି ସହିତ ୩୬ ଭାଷାରେ ଗୀତ ଗାଇଛନ୍ତି ।
ଓଡ଼ିଆରେ ମଧ୍ୟ ତାଙ୍କର ଗୀତ ରହିଛି । ଏଭଳି କୌଣସି ଭାରତୀୟ ଭାଷା ନାହିଁ ଯେଉଁଥିରେ ଲତା ଗୀତ ଗାଇନାହାନ୍ତି। ତେବେ ଭାରତର କୋକିଳ ସବୁଦିନ ପାଇଁ ଅମର ହୋଇ ରହିଥିବେ ଏବଂ ସବୁବେଳେ ଆମ ମନରେ ସେହି ପରି ଭାବରେ ରହିବେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

