ଆମରି ଦେଶରେ ହିଁ ହୋଇଥାଏ ଏହି ଲଜ୍ୟାଜନକ କାମ, ଝିଅ ମାନଙ୍କୁ ବିକିବା ପାଇଁଲଗା ଯାଇଥାଏ ୧୦ ଟଙ୍କାର ଷ୍ଟାମ୍ପ

ଆଜି ଦେଶ ଏତେ ଆଗକୁ ଗଲାଣି ହେଲେ ଲୋକଙ୍କ ଭାବନା ବଦଳି ନାହିଁ । ଏ କଥା ଆମେ ଏଥି ପାଇଁ କହୁଛୁ କାରଣ ଦୁନିଆରେ କିଛି ଜାଗାରେ ଏବେ ବି ଏମିତି କିଛି ଅନ୍ଧବିଶ୍ୱାସ ଓ ପ୍ରଥା ପାଇଁ ବହୁତ ଲୋକଙ୍କ ଜୀବନ ଖରାପ ହେଉଛି । ଆଜି ଯେଉଁ ଖବର ଆମେ ଆପଣ ମାନଙ୍କ ପାଇଁ ଆଣିଛୁ ତାହାକୁ ଶୁଣି ଆପଣ ବିଶ୍ୱାସ କରି ପାରିବେ ନାହିଁ ।  ଆପଣଙ୍କ ପାଇଁ ବିଶ୍ଵାସ କରିବା କଷ୍ଟକର ହୋଇପାରେ କିନ୍ତୁ ଏହା ସତ କଥା । କେହି ଭାବି ବି ପାରିବେନି କି ଆଜି ଏହି ଆଧୁନିକ ଯୁଗରେ ଏମିତି କିଛି ହୋଇପାରେ ।

ଆମ ଦେଶରେ କେତେ ଲୋକ ମହିଳା ସଶକ୍ତି କରଣ ବା ତାଙ୍କ ଅଧିକାର ବିଷୟରେ କୁହନ୍ତି ପୁଣି ଏହି ଦେଶରେ କିଛି ଏମିତି ସ୍ଥାନ ଅଛି ଯେଉଁଠି ମହିଳାଙ୍କ ଅଧିକାର ବିଷୟରେ ପଚାରିବା ତ ଦୂରର କଥା ତାଙ୍କଠୁ ତାଙ୍କର ବଞ୍ଚିବାର ଅଧିକାର ଛଡେଇ ନିଆଯାଏ ।

ମଧ୍ୟପ୍ରଦେଶ ତ କହିବାକୁ ଗଲେ ଏକା ବଡ ରାଜ୍ୟ ଅଟେ କିନ୍ତୁ ଏହି ରାଜ୍ୟରେ ଶିବପୁରୀ ନାମକ ଏକ ଜାଗା ଅଛି , ଏହା ନିଜ ନାମ ପାଇଁ ନୁହଁ ବରଂ  ଘଡିଚା ପ୍ରଥା କାରଣରୁ ଚର୍ଚ୍ଚାରେ ରହିଥାଏ । ଏଠାରେ ଗୋଟେ ମଣ୍ଡି ଲାଗିଥାଏ ଯେଉଁଠି ଝିଅ ମାନଙ୍କୁ ଛିଡା କରି ଦିଅନ୍ତି ଓ ଏହାକୁ ପ୍ରଥା ର ନାମ ଦିଆଯାଏ । ପୁଣି ଏଠାକୁ ପୁରୁଷ ଆସନ୍ତି ଓ ନିଜ ପସନ୍ଦର ଝିଅ ଉପରେ ମୂଲ୍ୟ ଲଗାନ୍ତି ଓ ଯେବେ ସଉଦା ଠିକ୍ ହୋଇଯାଏ ସେତେବେଳେ ୧୦ ଟଙ୍କାରୁ ୧୦୦ ଟଙ୍କା ଯାଏ ଷ୍ଟାମ୍ପ ପେପର ଲଗାଇ ଦିଅନ୍ତି । ଭାରତର ଏହି ରାଜ୍ୟରେ ପ୍ରତି ବର୍ଷ ୩୦୦ ଝିଅ ଙ୍କୁ ୧୦ ଟଙ୍କାର ଷ୍ଟାମ୍ପ ପେପରରେ ବିକା ଯାଇଥାଏ ।

ଏହି ଖେଳରେ ବିକା ଯାଇଥିବା ଝିଅର କଣ୍ଟ୍ରାକ୍ଟ ତିଆରି କରାଯାଏ। ଯେଉଁ ଥିରେ କିଣି ଥିବା ବ୍ୟକ୍ତିଙ୍କୁ ମହିଳା କି ତାଙ୍କ ପରିବାର ଲୋକଙ୍କୁ ସ୍ଥାୟୀ ଭାବରେ ଟଙ୍କା ବିଷୟରେ କହିବାକୁ ପଡିଥାଏ । ଗୋଟେ ବଡ଼ ରକମ ଦେଲା ପରେ ଦୁଇ ଜଣ ସ୍ଵାମୀ ସ୍ତ୍ରୀ ହୋଇ ପାରିବେ । କିନ୍ତୁ ସେ ସେତେବେଳ ଯାଏଁ ସ୍ଵାମୀ ସ୍ତ୍ରୀ ରହି ପାରିବେ ଯେ ପ୍ରଯ୍ୟନ୍ତ ପୁରୁଷ ତାକୁ ସ୍ତ୍ରୀ ବୋଲି ଭାବୁଥିବ । କାହିଁକି ନା ଟଙ୍କା ଆଧାରରେ ସମ୍ପର୍କ ସ୍ଥାୟୀ ହୋଇ ନଥାଏ । ତାକୁ ଭାଙ୍ଗି ଦିଆଯାଏ । ଦେଶରେ ଘଟୁଥିବା ସବୁ ଖବରର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *