ଏହି ମହିଳା ଡାକ୍ତର ସବୁଠୁ ଅଲଗା, ଝିଅ ହେବା ପରେ ନିଅନ୍ତି ନାହିଁ ଫିସ, ବାଣ୍ଟିଥାନ୍ତି ମିଠା

ବର୍ତ୍ତମାନ ସମୟରେ ଯୁଗ ବହୁତ ଚେଞ୍ଜ ହୋଇ ଯାଇଛି । କିନ୍ତୁ ଏହା ସତ୍ତ୍ଵେ ବି କେତେକ ଲୋକମାନେ ଆଜି ବି ନିଜର ଚିନ୍ତାଧାରାକୁ ବଦଳାଇ ନାହାନ୍ତି ଓ ଅନ୍ଧବିଶ୍ଵାସରେ ଆଜି ବି ବିଶ୍ଵାସ ରଖୁଛନ୍ତି । ଏହି ଆଧାରରେ କହିବାକୁ ଗଲେ ଆଜି ବି କିଛି ଲୋକମାନେ ପୁଅ ଓ ଝିଅ ମଧ୍ୟରେ ପାର୍ଥକ୍ୟ ଦେଖିଥାନ୍ତି । ପୁଅ ଜନ୍ମ ହେଲେ ସେମାନଙ୍କ ଖୁସିର କୌଣସି ଠିକଣା ନ ଥାଏ । କିନ୍ତୁ ଝିଅ ହେଲେ କୁହନ୍ତି ବି ନାହିଁ କି ତାଙ୍କ ଘରେ କଣ ହୋଇଛି ।

ଆଜି ଆମେ ଆପଣଙ୍କୁ ଏକ ଏମିତି ମହିଳା ଡାକ୍ତରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପୁଅ ଓ ଝିଅ ମଧ୍ୟରେ ପାର୍ଥକ୍ୟ ଦେଖୁଥିବା ଲୋକମାନଙ୍କ ଦୃଷ୍ଟିକୋଣକୁ ବଦଳାଇ ଦେଇଛନ୍ତି । କହିବାକୁ ଗଲେ ଏହି ମହିଳା ଡାକ୍ତରଙ୍କ ନର୍ସିଂଗ ହୋମରେ ଯଦି ଝିଅ ହୋଇଥାଏ ତେବେ ସେ ଏଥି ପାଇଁ ଫିସ ନିଅନ୍ତି ନାହିଁ । ଏହା ପରିବର୍ତ୍ତେ ନିଜେ ପୁରା ନର୍ସିଂଗ ହୋମରେ ମିଠା ବାଣ୍ଟିଥାନ୍ତି ।

ଯେତେବେଳେ ଝିଅ ଜନ୍ମ ହୋଇଥାଏ ତ କେତେକ ଲୋକମାନଙ୍କ ଚେହେରାରେ ଦୁଖ ଚାଲି ଆସେ ଓ ସେମାନେ ଝିଅକୁ ବୋଝ ବୁଝିବାକୁ ଲାଗନ୍ତି । କହିବାକୁ ଗଲେ ଏହି ମହିଳା ଡାକ୍ତର ସେହିଭଳି ଲୋକମାନଙ୍କ ଚିନ୍ତାଧାରାକୁ ବଦଳାଇବାକୁ ଚାହାନ୍ତି । ସେ ଏହି କାମ ଦ୍ଵାରା ଲୋକମାନଙ୍କୁ ବୁଝାଇବାକୁ ଚାହୁଁଛନ୍ତି କି ଏହି ଦୁନିଆରେ ପୁଅ ହେଉ କିମ୍ବା ଝିଅ ସମସ୍ତଙ୍କୁ ସମାନ ନଜରରେ ଦେଖିବା ଉଚିତ ।

କହିବାକୁ ଗଲେ ଏହି ମହିଳା ଡାକ୍ତରଙ୍କ ନାମ ଡାକ୍ତର ଶିପ୍ରା ଧର ଅଟେ । ଯିଏକି ବର୍ତ୍ତମାନ ସମୟରେ ବହୁତ ପ୍ରଶଂସନୀୟ ବ୍ୟକ୍ତିତ୍ବ ମଧ୍ୟରୁ ଜଣେ ଅଟନ୍ତି । ଯେତେବେଳେ ତାଙ୍କର ନର୍ସିଂଗ ହୋମରେ କୌଣସି ଝିଅର ଜନ୍ମ ହୋଇଥାଏ ତେବେ ସେ ସେହି ମାତା ପିତାଙ୍କ ଠାରୁ ବିଲକୁଲ ବି କୌଣସି ବି ପ୍ରକାରର ଫିସ ନିଅନ୍ତି ନାହିଁ ।

ଯଦି ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ କଥା ହେବା ତ ଡାକ୍ତର ଶିପ୍ରା ଧର ବୀଏଚୟୁରୁ ଏମବିବିଏସ ଓ ଏମଡ଼ି କରିଛନ୍ତି ଓ ସେ ବାରଣାସୀରେ ଏକ ନର୍ସିଂଗ ହୋମ ବି ଚଲାନ୍ତି । ତାଙ୍କ ସ୍ଵାମୀଙ୍କ ନାମ ଡା. ଏମକେ ଶ୍ରୀବାସ୍ତବ ଅଟେ ଯିଏକି ତାଙ୍କର ଏହି ସମାଜସେବା କାର୍ଯ୍ୟରେ ବହୁତ ଖୁସି ଅଛନ୍ତି ଓ ଏହି କାର୍ଯ୍ୟରେ ତାଙ୍କୁ ପୁରା ସହଯୋଗ ବି କରନ୍ତି ।

ଏହା ଛଡା ଏହି ସ୍ଵାମୀ ସ୍ତ୍ରୀ ବିଭିନ୍ନ ସମାଜସେବା କାର୍ଯ୍ୟ ସହ ବି ଜଡିତ ଅଛନ୍ତି । କହିବାକୁ ଗଲେ ଯଦି କୌଣସି ଗରିବ ପରିବାରର ଝିଅ ତାଙ୍କର ନର୍ସିଂଗ ହୋମରେ ଆଡମିଟ ହୋଇଥାଏ ତେବେ ସେ ତାଙ୍କର ସମ୍ଭବତଃ ମାଗଣା ଚିକିତ୍ସା କରିଥାନ୍ତି । ଆପଣଙ୍କୁ କହିଦେଉଛୁ କି ସେ ଆଜି ପର୍ଯ୍ୟନ୍ତ ୧୦୦ରୁ ଅଧିକ ଝିଅଙ୍କ ଜନ୍ମ ହେବା ପରେ କୌଣସି ଫିସ ନେଇ ନାହାନ୍ତି ।

ଏହା ଛଡା ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଆସିଥିଲେ ତେବେ ଡାକ୍ତର ଶିପ୍ରାଙ୍କ ଏହି କାର୍ଯ୍ୟ ଦ୍ଵାରା ବହୁତ ପ୍ରଭାବିତ ହୋଇ ତାଙ୍କୁ ମଞ୍ଚ ଉପରେ ସମ୍ବୋଧନ କରିବା ପାଇଁ ଡ଼ାକିଥିଲେ । ଏହା ସହିତ ପିଏମ ମୋଦୀ ତାଙ୍କୁ ସମସ୍ତ ଡାକ୍ତରଙ୍କୁ ଅନୁରୋଧ କରିବା ପାଇଁ କହିଥିଲେ କି ଯଦି ପ୍ରତି ମାସର ୯ ତାରିଖରେ ଯେଉଁ ଝିଅ ଜନ୍ମ ହୋଇଥାନ୍ତି ତେବେ ସେ ଏଥିପାଇଁ କୌଣସି ବି ଚାର୍ଜ ନିଅନ୍ତୁ ନାହିଁ । ଆଶା କରୁଛୁ ଆପଣଙ୍କୁ ଏହି କଥାରୁ କିଛି ପ୍ରେରଣା ଅବଶ୍ୟ ମିଳିଥିବ, ଯଦି ଆପଣଙ୍କୁ ଏହା ଭଲ ଲାଗିଛି ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିପରି ଅନେକ ଖବର ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *