ବହୁତ ଧନୀ ଅଟନ୍ତି Tarak Mehta ଶୋ ର ଜେଠାଲାଲ (Dilip Joshi), ସମ୍ପତି କେତେ ଜାଣିଲେ ଚମକି ପଡିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ଅଭିନୟ ଓ ନିଜ କମେଡି ପାଇଁ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଦିଲୀପ ଜୋଶୀ । ଆପଣ ମାନେ ସମସ୍ତେ ଦିଲୀପଙ୍କୁ ଟିଭିର ଫେମସ ସିରିଏଲ ‘ତାରକ ମେହେତା କା ଓଲଟା ଚଷମା’ରେ ନିଶ୍ଚୟ ଦେଖିଥିବେ ।

ଏହି ସିରିଏଲରେ ସେ ନିଜ କମେଡି ଓ ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ସିରିଏଲରେ ଜେଠାଲାଲର ଭୂମିକାରେ ନଜର ଆସିଛନ୍ତି ଓ ଲୋକ ମାନେ ମଧ୍ୟ ଦିଲୀପଙ୍କର ଏହି ଭୂମିକାକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରିଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଦିଲୀପଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଦିଲୀପଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଅଭିନେତା ଦିଲୀପ ଜୋଶୀଙ୍କର ଜନ୍ମ ୨୬ ମେ ୧୯୬୮ ମସିହାରେ ଗୁଜୁରାଟରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୫୧ ବର୍ଷ ବୟସ ଚାଲିଛି । ଦିଲୀପ ନିଜ ପାଠ ପଢା ନର୍ସି ମୋଞ୍ଜି କଲେଜ ଅଫ କମର୍ଷ ଆଣ୍ଡ ଇକୋନୋମିକ୍ସରୁ ପୂରଣ କରିଥିଲେ । ବନ୍ଧୁଗଣ ଦିଲୀପଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା ସେଥିପାଇଁ ସେ ନିଜ ପାଠ ପଢା ସହ ନାଟକରେ ମଧ୍ୟ ଅଂଶ ଗ୍ରହଣ କରୁଥିଲେ । ସେ ନିଜ ଅଭିନୟ ପାଇଁ ପିଲା ଦିନରେ ନାସନାଲ ଥିଏଟର ଆୱାର୍ଡ ମଧ୍ୟ ଜିତିଥିଲେ ।

ଦିଲୀପ ନିଜ ଅଭିନୟ କାରିୟରର ଆରମ୍ଭ ୧୯୮୯ ମସିହାରେ ଏକ ଗୁଜୁରାତି ଡ୍ରାମା ‘ବାପୁ ତମନେ କମାଲ କରି’ରୁ କରିଥିଲେ । ହେଲେ ସେ ଏହି ଡ୍ରାମାରୁ ସଫଳତା ପାଇପାରି ନଥିଲେ  । ଏହାପରେ ସେ ବଲିଉଡ ଫିଲ୍ମ ‘ମେନେ ପ୍ୟାର କ୍ୟୁ କିଆ’ରେ ଅଭିନୟ କରିଥିଲେ । ହେଲେ ଏହି ଫିଲ୍ମରେ ମଧ୍ୟ ତାଙ୍କୁ ସଫଳତା ମିଳିନଥିଲା ।

ଏହାପରେ ପୁଣି ଠାରେ ଦିଲୀପ ସଲମାନଙ୍କ ସହ ଫିଲ୍ମ ‘ହମ ଆପେକ ହେ କନ’ରେ କାମ କରିଥିଲେ ହେଲେ ସେ ଏହି ଫିଲ୍ମରୁ ମଧ୍ୟ ସଫଳତା ଅପାଇପାରି ନଥିଲେ । ଏହାପରେ ସେ ବହୁତ ସଂଘର୍ଷ କରିଥିଲେ ଓ ୨୦୦୮ ମସିହାରେ ତାଙ୍କୁ ଟିଭି ସୋ ‘ତାରକ ମେହେତା କା ଓଲଟା ଚଷମା’ରେ କାମ କରିବାର ମଉକା ମିଳିଥିଲା ।

ଏହି ସିରିଏଲରେ ଅଭିନୟ କରିବା ଦ୍ଵାରା ସେ ବହୁତ ଲୋକପ୍ରିୟତା ହାସଲ କରିବା ସହ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ମଧ୍ୟ ପାଇଥିଲେ । ଏହି ସିରିଏଲ ପରେ ସେ କେତେକ ଲୋକପ୍ରିୟ ସିରିଏଲରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଦିଲୀପଙ୍କ ମାଙ୍କ ନାମ ହେଉଛି ଦୀପା ଜୋଶୀ, ବାପା ହେଉଛନ୍ତି ରମନ ଜୋଶୀ, ଦିଲୀପଙ୍କ ପତ୍ନୀଙ୍କ ନାମ ହେଉଛି ଜୟମାଲା ଜୋଶୀ ଓ ତାଙ୍କ ପୁଅଙ୍କ ନାମ ହେଉଛି ରିତ୍ଵିକ ଜୋଶୀ ।

ସେ ବର୍ତ୍ତମାନ ନିଜ ପରିବାର ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ଓ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଏକ ନୂଆ ପରିଚୟ ସ୍ଥାପନ କରିବାରେ ସଫଳ ହୋଇଛନ୍ତି । ସେ ବର୍ତ୍ତମାନ 40 କୋଟି ଟଙ୍କାର ମାଲିକ ଅଟନ୍ତି ଓ ସେ ତାରାକ ମେହତା ସୋ ରେ ଗୋଟିଏ ଏପିସୋଡ କରିବା ପାଇଁ 1.5 ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *