ଯେତେବେଳେ ରାମାୟଣର ରାମଙ୍କୁ ଭଗବାନ ଭାବି ପାଦତଳେ ପଡିଗଲେ ମହିଳା, ପିଲାକୁ ବଞ୍ଚାଇବା ପାଇଁ କରିଲା ବିନତି, ଆଉ ତା ପରେ

ରାମାୟଣ ପୁଣି ଥରେ ଆରମ୍ଭ ହେବା ପରେ ହିଁ ଏହି ସିରିୟଲ ସହ ସମ୍ବନ୍ଧିତ ବହୁତ କଥା ସାମ୍ନାକୁ ଆସୁଛି । ରାମାୟଣର ପ୍ରତ୍ଯେକ ଚରିତ୍ରକୁ ନେଇ ଫ୍ୟାନମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ଏହା ମଧ୍ୟରେ ରାମାୟଣରେ ଭଗବାନ ରାମଙ୍କର ଚରିତ୍ର କରିଥିବା ଅରୁଣ ଗୋଭିଲ ସେହି ସମୟରେ ସେଟରେ ଘଟିଥିବା ଏକ ଘଟଣାର ସୂଚନା ଦେଲେ । BBC କୁ ଦେଇଥିବା ଏକ ଇନ୍ଟରଭ୍ୟୁରେ ଅରୁଣ ଗୋଭିଲ କହିଲେ କି କେମିତି ତାଙ୍କୁ ଭଗବାନ ଭାବି ଜଣେ ମହିଳା ତାଙ୍କ ପାଖକୁ ସାହାର୍ଯ୍ୟ ପାଇଁ ଆସିଥିଲେ ।

ପ୍ରକୃତରେ ଇନ୍ଟରଭ୍ୟୁ ରେ ଅରୁଣ ଗୋଭିଲ କହିଲେ କି, “ମୋର ମନେ ଅଛି ଶୁଟିଙ୍ଗ ପୂର୍ବରୁ ମୁଁ ଟି ସର୍ଟ ପିନ୍ଧି ସେଟ ରେ ବସିଥିଲି, ଠିକ ସେତିକି ବେଳେ ଗୋଟିଏ ମହିଳା ମୋ ପାଖକୁ ଦଉଡି କରି ଆସିଲା ଓ ନିଜ ପିଲାକୁ ମୋ ପାଦ ତଳେ ରଖିଦେଲା ଓ ନିଜେ ବି ମୁଣ୍ଡ ନୂଆଁଇଲା । ବିମାର ଥିବା ପିଲାକୁ ରଖି ସେ ମୋତେ କହିଲା ହେ ଭଗବାନ ଆପଣ ଏହାକୁ ବଞ୍ଚାଇ ଦିଅନ୍ତୁ । ଏହି ଦୃଶ୍ଯ ଦେଖି ମୁଁ ବହୁତ ଡରିଗଲି ଓ ମହିଳା ଜଣଙ୍କୁ ଡାକ୍ତର ପାଖକୁ ଯିବା ପାଇଁ କହିଲି।”

ଅରୁଣ ଗୋଭିଲ ଆଗକୁ କହିଲେ କି, “ପିଲାଟିକୁ ଡାକ୍ତର ପାଖକୁ ନେଇ ଯିବା ପାଇଁ ମୁଁ ତାକୁ ଟଙ୍କା ବି ଦେଲି । କିଛି ଦିନ ପରେ ସେହି ମହିଳା ପୁଣି ଥରେ ସେଟକୁ ଆସିଲା । ମହିଳା ଜଣଙ୍କ ମୋତେ ଧନ୍ୟବାଦ ଜଣାଇଲା । ଏହି ଘଟଣା ପରେ ମୋତେ ବିଶ୍ଵାସ ହେଇଗଲା କି ଭଗବାନଙ୍କୁ ଯଦି କୌଣସି ଜିନିଷ ହୃଦୟରୁ ମଗାଯାଏ ତେବେ ତାହା ନିଶ୍ଚୟ ମିଳିଥାଏ ।” ଯଦି ଆପଣଙ୍କୁ ଆମର ଏହି ବିଷୟବସ୍ତୁଟି ଭଲ ଲାଗିଥାଏ ତେବେ ସେଆର କରିବେ । ଆଗକୁ ଏମିତି ନୂଆ ବିଷୟବସ୍ତୁ ସବୁ ପାଇବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *