TV ସିରିଏଲ ଝାନ୍ସି କି ରାଣୀ ରେ ନଜର ଆସିଥିବା ଏହି 2 ଜଣ Child Artist ଆଜି ଏତେ ବର୍ଷ ପରେ ଦେଖା ଯାଆନ୍ତି ବହୁତ ସୁନ୍ଦର, ଦେଖିବା ମାତ୍ରେ ଦିବାନା ହେଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲକୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ସିରିଏଲ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି Zee TV ର ଫେମସ ସୋ ‘ଝାନ୍ସି କି ରାଣୀ’ । ଏହି ସିରିଏଲଟିକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ଆଜି ମଧ୍ୟ ଏହି ସିରିଏଲକୁ ଦେଖିବା ପାଇଁ ଲୋକମାନେ ବହୁତ ଇଛା କରୁଛନ୍ତି, ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ ଷ୍ଟାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ ।

ଏହି ସମସ୍ତ ଭୂମିକା ମଧ୍ୟରେ ଦୁଇଟି ଭୂମିକା ଥିଲା, ତାହା ହେଉଛି ଛୋଟ ମଣିକର୍ଣ୍ଣିକା ଏବଂ ପ୍ରାଚି । ଯେଉଁମାନେ ନିଜର ସୁନ୍ଦର ଭୂମିକାର ପଦର୍ଶନ କରି ଲୋକମାନଙ୍କର ମନକୁ ଜିତି ଥିଲେ । ଆଜିକୁ ଏହି ସିରିଏଲ ବନ୍ଦ ହେବାର ୯ ବର୍ଷ ହୋଇସାରିଛି । ଏହା ମଧ୍ୟରେ ଛୋଟ ମଣିକର୍ଣ୍ଣିକା ଏବଂ ପ୍ରାଚିର ଭୂମିକା କରିଥିବା ଶିଶୁକଳାକାର ମାନେ ବହୁତ ବଦଳି ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଶିଶୁକଳାକାର ମାନଙ୍କ ବିଷୟରେ ।

ଉଲ୍କା ଗୁପ୍ତା

ଏହି ସିରିଏଲରେ ଛୋଟ ମଣିକର୍ଣ୍ଣିକାର ଭୂମିକା କରିଥିବା ଶିଶୁ କଳାକାରଙ୍କର ନାମ ହେଉଛି ଉଲ୍କା ଗୁପ୍ତା । ଉଲ୍କାଙ୍କ ଜନ୍ମ ୧୨ ଏପ୍ରିଲ ୧୯୯୭ ମସିହାରେ ମହାରାଷ୍ଟ୍ରର ମୁମ୍ବାଇ ସହରରେ ହୋଇଥିଲା । ସେ ତାଙ୍କର ପାଠ ପଢା ମଧ୍ୟ ମୁମ୍ବାଇରେ କରିଥିଲେ । ଏହି ଶିଶୁକଳାକାର ଜଣକ ନିଜ ଟେଲିଭିଜନ କ୍ୟାରିୟରର ଆରମ୍ଭ ୨୦୦୬ ରେ ଆସିଥିବା ସିରିଏଲ ‘ରେଶମ ଡଙ୍କ’ରେ କରିଥିଲେ ।

ଏହି ସିରିଏଲରେ କାମ କରିବା ପରେ ଉଲ୍କାଙ୍କୁ ଅନ୍ୟ କେତେକ ସୋ ରେ କାମ କରିବା ପାଇଁ ମଉକା ମିଳିଥିଲା । ସିରିଏଲ ସହିତ ସେ କେତେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଆଜି ଉଲ୍କା ୨୩ ବର୍ଷର ହୋଇ ସାରିଛନ୍ତି । ୯ ବର୍ଷ ପରେ ଉଲ୍କା ପୂର୍ବରୁ ଅଧିକ ସୁନ୍ଦର ଏବଂ ଆକର୍ଷିତ ନଜର ଆସୁଛନ୍ତି । ବର୍ତ୍ତମାନ ସେ ମୁମ୍ବାଇରେ ନିଜ ପରିବାର ସହ ରହୁଛନ୍ତି ।

ଅଶନୁର କୋର


ଏହି ସିରିଏଲରେ ପ୍ରାଚୀର ଭୂମିକା ପଦର୍ଶନ କରୁଥିବା ଶିଶୁ କଳାକାରଙ୍କ ନାମ ହେଉଛି ଅଶନୁର କୋର । ଅଶନୁରଙ୍କ ଜନ୍ମ ୩ ମେ ୨୦୦୪ରେ ଦିଲ୍ଲୀରେ ହୋଇଥିଲା । ସେ ନିଜ ଅଭିନୟ କ୍ୟାରିୟରର ଆରମ୍ଭ ୫ ବର୍ଷ ବୟସରେ ସିରିଏଲ ‘ଝାନ୍ସି କି ରାଣୀ’ରେ ଆରମ୍ଭ କରିଦେଇଥିଲେ । ଏହି ସିରିଏଲ ମାଧ୍ୟମରେ ସେ ଦର୍ଶକ ମାନଙ୍କର ବହୁତ ଭଲ ପାଇବା ହାସଲ କରିଥିଲେ ।

ଏହାପରେ ସେ ଗୋଟେ ପରେ ଗୋଟେ ଟିଭି ସିରିଏଲରେ କାମ କରିଥିଲେ । ଛୋଟ ପରଦା ବ୍ଯତୀତ ସେ ବଡ ପରଦାରେ ମଧ୍ୟ କାମ କରିଛନ୍ତି । ବର୍ତ୍ତମାନ ଅଶନୁର ୧୬ ବର୍ଷର ହୋଇ ସାରିଛନ୍ତି । ବର୍ତ୍ତମାନ ସେ ନିଜ ପାଠ ପଢା ଉପରେ ଧ୍ୟାନ ରଖିଛନ୍ତି ହେଲେ ଏହି ୯ ବର୍ଷ ପରେ ସେ ବହୁତ ଅଧିକ ବଦଳି ଯାଇଛନ୍ତି । ବର୍ତ୍ତମାନ ସେ ବହୁତ ସୁନ୍ଦର ଏବଂ ଷ୍ଟାଇଲିସ ନଜର ଆସୁଛନ୍ତି ।

ତେବେ ଆପଣଙ୍କୁ ଏହି ଦୁଇ ଜଣ ଚାଇଲ୍ଡ ଆର୍ଟିସ୍ଟ ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *