ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ପାଇଁ ବିବାହ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ । ଏହି ଦୁନିଆର ସମସ୍ତ ମହିଳା ଓ ପୁରୁଷ ମାନଙ୍କ ମନରେ ଏକ ପ୍ରଶ୍ନ ନିଶ୍ଚୟ ରହିଥାଏ, ତାହା ହେଉଛି ଭବିଷ୍ୟତ ରେ ସେମାନଙ୍କର ଆରେଞ୍ଜ ମ୍ୟାରେଜ ହେବ ନା ଲଭ ମ୍ୟାରେଜ । ହେଲେ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଣିଷର ଜନ୍ମ ତାରିଖ ମାଧ୍ୟମରେ ମଣିଷର ବିବାହ ତଥ୍ୟ ବିଷୟରେ ଜାଣି ହେବ । ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କ ଜନ୍ମ ତାରିଖ ଅନୁଯାୟୀ ହେବାକୁ ଯାଉଥିବା ବିବାହ ବିଷୟରେ କହିବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧। ୧ ରୁ ୩ ତାରିଖ ମଧ୍ୟରେ ଜନ୍ମ ହୋଇଥିବା ଲୋକମାନେ ନିଜ ବାସ୍ତବ ଜୀବନରେ ବହୁତ ଊର୍ଜାବାନ ମଣିଷ ହୋଇଥାନ୍ତି । ଆପଣ ନିଜର ସମସ୍ତ କାର୍ଯ୍ୟକୁ ପୂରଣ କରିଥାନ୍ତି ହେଲେ ପ୍ରେମ ମାମଲାରେ ଆପଣ ବହୁତ ଲାଜକୁଳା ଅଟନ୍ତି । ଆପଣ ମାନେ ନିଜ ମନର ବିଚାରକୁ ଅନ୍ୟ କୌଣସି ଲୋକଙ୍କ ସାମ୍ନାରେ ରଖିପାରନ୍ତି ନାହିଁ । ଏହି ତାରିଖରେ ଜନ୍ମ ହୋଇଥିବା ଲୋକମାନେ ଆରେଞ୍ଜ ମ୍ୟାରେଜ କରିଥାନ୍ତି ।
୨। ୪ ରୁ ୭ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନଙ୍କୁ କଳା ଓ ଚିତ୍ର ଆଦିରେ ବହୁତ ରୁଚି ରହିଥାଏ । ଏହିପରି ଆପଣ ପ୍ରେମ ମାମଲାରେ ମଧ୍ୟ ବହୁତ ଭାବି ଚିନ୍ତି ନିଷ୍ପତ୍ତି ନେଇଥାନ୍ତି । ଆପଣ ନିଜ ପ୍ରେମିକାକୁ ବହୁତ ଭଲ ପାଆନ୍ତି ଓ ଆପଣ ମାନେ ପ୍ରେମ ବିବାହ କରିଥାନ୍ତି ।
୩. ୮ ରୁ ୧୩ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନଙ୍କ ମନ ବହୁତ କଠୋର ରହିଥାଏ । ଆପଣ ମାନଙ୍କୁ ସବୁବେଳେ ସବୁ ସ୍ଥାନରେ ଜିତିବା ପାଇଁ ପସନ୍ଦ ଆସିଥାଏ । ଆପଣ ନିଜ ଜୀବନରେ ବହୁତ କଷ୍ଟ କରି ସଫଳତା ହାସଲ କରିଥାନ୍ତି ଓ ଆପଣ ଆରେଞ୍ଜ ମ୍ୟାରେଜ କରିଥାନ୍ତି ।
୪. ୧୪ ରୁ ୧୮ ତାରିଖରେ ଜନ୍ମ ହୋଇଥିବା ଲୋକମାନେ ବହୁତ ସ୍ଵାଭିମାନୀ ଓ ବିଶ୍ଵାସମୟ ଲୋକ ହୋଇଥାନ୍ତି । ଆପଣ କୌଣସି ଝିଅ ପଛରେ ପଡି ନଥାନ୍ତି ଓ ଆପଣ ଆରେଞ୍ଜ ମ୍ୟାରେଜ ଉପରେ ଅଧିକ ବିଶ୍ଵାସ ରଖିଥାନ୍ତି । ଆପଣ ପ୍ରେମ ଉପରେ ବିଶ୍ଵାସ କରିଥାନ୍ତି ହେଲେ ଆପଣ ଅଧିକ ଆରେଞ୍ଜ ମ୍ୟାରେଜ ଉପରେ ଭରସା କରିଥାନ୍ତି । କାରଣ ଆପଣ ପ୍ରେମକୁ ଅଧିକ ଗୁରୁତ୍ଵ ଦେଇନଥାନ୍ତି ।
୫. ୧୯ ରୁ ୨୪ ତାରିଖରେ ଜନ୍ମ ହୋଇଥିବା ଲୋକମାନେ କେବେ ହେଲେ ନିଜ ପରିବାର ବିରୋଧରେ ଯାଇ ବିବାହ କରିନଥାନ୍ତି । ଆପଣ ନିଜ ଲୋକମାନଙ୍କ ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାନ୍ତି । ଆପଣ ପ୍ରେମ ବିବାହ ଉପରେ ଅଧିକ ବିଶ୍ଵାସ କରିଥାନ୍ତି ଓ ଯଦି ଆପଣ କାହାକୁ ପ୍ରେମ କରିଥାନ୍ତି ତା ହେଲେ ଆପଣ ନିଜ ଘର ଲୋକଙ୍କୁ ମନେଇ ସେହି ମଣିଷ ସହ ପ୍ରେମ ବିବାହ କରିଥାନ୍ତି ।
୬. ୨୫ ରୁ ୩୧ ତାରିଖ ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନଙ୍କ ସମ୍ବନ୍ଧ ଶୁକ୍ରଗ୍ରହ ସହ ହେବା କାରଣରୁ ଆପଣ ଅନ୍ୟ ଲୋକମାନଙ୍କୁ ଆକର୍ଷିତ କରିଥାନ୍ତି । ଆପଣଙ୍କ ସ୍ଵଭାବ ଓ ଗୁଣକୁ ପ୍ରାୟ ଅଧିକାଂଶ ଝିଅ ବହୁତ ପସନ୍ଦ କରିଥାନ୍ତି । ଆପଣ ପ୍ରେମ ବିବାହ ଉପରେ ଅଧିକ ବିଶ୍ଵାସ ରଖିଥାନ୍ତି ଓ ନିଜ ଜୀବନରେ ପ୍ରେମ ବିବାହ କରିଥାନ୍ତି ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ