ଜଗରାତାରେ ଗାଇଲେ ଗୀତ, ଘରୁ ପଳାଇ ଯାଇ କଲେ ବିବାହ କିନ୍ତୁ ୧ ବର୍ଷରେ ହେଲା ଡିଭୋର୍ସ, India ର ସବୁଠୁ ମହଙ୍ଗା ସିଙ୍ଗର କେମିତି ହେଲେ Sunidhi Chauhan

ବନ୍ଧୁଗଣ ଆପଣ ମାନେ ବଲିଉଡର ବିଭିନ୍ନ ସିଙ୍ଗରଙ୍କୁ ଦେଖିଥିବେ । ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି ଏକ ଫେମସ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ସ୍ଵରରେ ଏକ ଭିନ୍ନ ରଙ୍ଗ ରହିଛି । ଆଜିଆମେ ଆପଣ ମାନଙ୍କୁ ଯେଉଁ ସିଙ୍ଗର ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ଫେମସ ସିଙ୍ଗର ସୁନିଧି ଚୌହାନ । ତାହାଲେ ଆସନ୍ତୁ ଜାଣିବା ସୁନିଧିଙ୍କ ବିଷୟରେ ।

ବନ୍ଧୁଗଣ ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ସୁନିଧି ଗୀତ ଗାଇଛନ୍ତି । ଦର୍ଶକ ମାନେ ସୁନିଧିଙ୍କ ଗୀତକୁ ବହୁତ ପସନ୍ଦ କରନ୍ତି । ୧୪ ଅଗଷ୍ଟ ୧୯୮୩ ମସିହାରେ ସୁନିଧି ଦିଲ୍ଲୀରେ ଜନ୍ମ ହୋଇଥିଲେ । କେବଳ ୪ ବର୍ଷ ବୟସରେ ଶୁଣ୍ଡିହୀ ଗୀତ ଗାଇବା ଆରମ୍ଭ କରିଥିଲେ, ଏହା ଦେଖି ବହୁତ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ । ବନ୍ଧୁଗଣ ସୁନିଧି ଚୌହାନ ଏକ ସିଙ୍ଗର ହେବା ସହିତ ଜଣେ ଫ୍ୟାସନ ଆଇକନ ମଧ୍ୟ ଅଟନ୍ତି ।


ସୁନିଧିଙ୍କ ପିତା ମଧ୍ୟ ଜଣେ ଥିଏଟର କଳାକାର ଅଟନ୍ତି । ସୁନିଧି କେବଳ ୪ ବର୍ଷ ବୟସରେ ସ୍ଟେଜ ସୋ ଏବଂ ପ୍ରତିଯୋଗୀତାରେ ଭାଗ ନେଉଥିଲେ । ସୁନିଧି ପ୍ରଥମେ ଏକ ମାତାଙ୍କ ଜଗରତାରେ ଦୁଇଟି ଗୀତ ଗାଇଥିଲେ । ଏହାପରେ ସୁନିଧି ଏକ ରିଆଲିଟି ସୋକୁ ଯାଇଥିଲେ ଯେଉଁଠି ଅଭିନେତ୍ରୀ ତବସୁମ ସୁନିଧିଙ୍କ ଟ୍ୟାଲେନ୍ଟକୁ ଜାଣିପାରିଥିଲେ । ଏହାପରେ ଅଭିନେତ୍ରୀ ତବସୁମ ସୁନିଧିଙ୍କ ମା ଓ ବାପାଙ୍କୁ ମୁମ୍ବାଇ ଆସିବା ପାଇଁ କହିଥିଲେ ।

ଏହାପରେ ସୁନିଧି ମୁମ୍ବାଇ ଆସି ଦୂରଦର୍ଶନର ଏକ ସୋ ‘ମେରି ଆବାଜ’ରେ ପ୍ରତିଯୋଗୀତା ନେଇଥିଲେ । ସୁନିଧି ଏହି ପ୍ରତିଯୋଗୀତାକୁ ଜିତି ଲତା ମଙ୍ଗେସ୍କର ଟ୍ରୋଫି ଜିତିଥିଲେ । ଏହାପରେ ସୁନିଧିଙ୍କୁ ବଲିଉଡରେ ଗୀତ ଗାଇବାର ମଉକା ମିଳିଥିଲା । କେବଳ ୧୬ ବର୍ଷ ବୟସରେ ସୁନିଧି ଫିଲ୍ମ ‘ମସ୍ତ’ରେ ଗୀତ ଗାଇଥିଲେ । ଏହି ଫିଲ୍ମର ସବୁଗୀତ ସୁପର ହିଟ ମଧ୍ୟ ହୋଇଥିଲା ।


ବନ୍ଧୁଗଣ ସୁନିଧିଙ୍କର ଅସଲି ନାମ ହେଉଛି ନିଧି ଚୌହାନ ହେଲେ କଲ୍ୟାଣଙ୍କର ଆକାଡେମିରୁ ଯେଉଁ ଛାତ୍ର ଆସିବେ ତାଙ୍କ ନାମ ପୂର୍ବରୁ ସ ଲଗାଯାଉଥିଲା । ଯାହାଫଳରେ ନିଧି ରୁ ସୁନିଧି ହୋଇଥିଲା । ଏହାପରେ ସୁନିଧି ବଲିଉଡର ବହୁତ ଫିଲ୍ମରେ ଗୀତ ଗାଇଥିଲେ ଓ ଦର୍ଶକ ମାନେ ମଧ୍ୟ ସୁନିଧିଙ୍କ ଗୀତକୁ ବହୁତ ପସନ୍ଦ କରିଥିଲେ । ସୁନିଧିଙ୍କୁ ଫିଲ୍ମଫେୟାର ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି । ବର୍ତ୍ତମାନ ଶୁଣ୍ଡିହୀ ୩୦୦୦ ରୁ ଅଧିକ ଗୀତ ଗାଇ ସାରିଛନ୍ତି । ହେଲେ ବନ୍ଧୁଗଣ ସୁନିଧିଙ୍କ ବ୍ୟକ୍ତିଗତ ଜୀବନ ବହୁତ ସମସ୍ଯାରେ ଯାଇଛି ।

କାରଣ କେବଳ ୧୮ ବର୍ଷ ବୟସରେ ସୁନିଧି ନିଜ ଠାରୁ ୧୮ ବର୍ଷ ବଡ ଡାଇରେକ୍ଟର ବବି ଖାନଙ୍କ ସହ ବିବାହ କରିଥିଲେ । ହେଲେ ଏମାନଙ୍କ ସମ୍ପର୍କ ୧ ବର୍ଷ ମଧ୍ୟରେ ଭାଙ୍ଗିଯାଇଥିଲା ।ଏହାପରେ ସୁନିଧି ହିତେଶ ସୋନିକଙ୍କ ସହ ବିବାହ କରିଥିଲେ । ହିତେଶ ମଧ୍ୟ ସୁନିଧିଙ୍କ ଠାରୁ ୧୪ ବର୍ଷ ବଡ ଅଛନ୍ତି । ଏହାପରେ ୧ ଜାନୁୟାରୀ ୨୦୧୮ରେ ସୁନିଧି ଏକ ପୁଅକୁ ଜନ୍ମ କରିଥିଲେ । ବର୍ତ୍ତମାନ ସୁନିଧି ନିଜ ପରିବାର ଲୋକଙ୍କ ସହ ବହୁତ ଖୁସିରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *