ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏଭଳି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ର ଯାଦୁ ଏବଂ କାଛୁ କୁଣ୍ଡିଆ ଭଳି ସମସ୍ୟା ତୁରନ୍ତ ଦୁର ହୋଇଯିବ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଯାଦୁ ଏବଂ କାଛୁ କୁଣ୍ଡିଆ ଭଳି ସମସ୍ୟା ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ଏହି ରୋଗର ଆରମ୍ଭ ରେ ପ୍ରଥମେ କେବଳ କୁଣ୍ଡେଇ ହୋଇଥାଏ ଏବଂ ପରେ ଯଦି ଏହାକୁ ଆମେ ଅଣଦେଖା କରିଥାଉ ତେବେ ତାହା ବହୁତ ମାତ୍ରା ରେ ବଢି ଯାଇଥାଏ ଏବଂ ସ୍କିନ ଇଂଫେକ୍ସନ ଭଳି ସମସ୍ୟା ଦେଖା ଯାଇଥାଏ। ଶରୀରର ଯେ କୌଣସି ଅଙ୍ଗରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଥାଏ ଏବଂ ଗୁପ୍ତାଙ୍ଗ ରେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ।
ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଂକୁ ଏହି ସମସ୍ୟା ରୁ ତୁରନ୍ତ ମୁକ୍ତି ମିଳିବ ଏବଂ ସ୍କିନ ଇଂଫେକ୍ସନ ଭଳି ସମସ୍ୟା ଦେଖାଯିବ ନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କିପରି ଘରୋଇ ସାମଗ୍ରୀ ଦ୍ଵାରା ଏହି ଉପଚାର ବନାଇବା ଏବଂ କିପରି ଏହାର ପ୍ରୟୋଗ କରିବା।
୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଯେଉଁ ସାମଗ୍ରୀ ଆବଶ୍ୟକ ହୋଇଥାଏ ତାହା ହେଉଛି ‘ଅଦା’। ଅଦା ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ ଏବଂ ଏହା ସ୍କିନ ଇଂଫେକ୍ସନ ରେ ଥିବା ଜର୍ମସ କୁ ନଷ୍ଟ କରିଥାଏ। ତେଣୁ ଆମକୁ ଏକ ଛୋଟ ଅଦା ଖଣ୍ଡ ଆବଶ୍ୟକ ହୋଇଥାଏ। ଏହି ଅଦା ଖଣ୍ଡ କୁ ଭଲ ଭାବରେ ଛେଲି ଗ୍ରଇଣ୍ଡିଙ୍ଗ କରି ବା ଏହାକୁ ଭଲ ଭାବରେ ବାଟି ଏହାର ରସ କାଢ଼ନ୍ତୁ।
୨. ବନ୍ଧୁଗଣ ଦ୍ଵିତୀୟ ସାମଗ୍ରୀ ଟି ହେଉଛି, ‘ହଳଦୀ’।ହଳଦୀ ରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ ଯାହା ଆମ ସ୍କିନ ପାଇଁ ବହୁତ ଲାଭକାରୀ ହୋଇଥାଏ। ତେବେ ଆପଣ ଚିମୁଟାଏ ହଳଦୀ ଗୁଣ୍ଡ କୁ ନେଇ ସେହି ଅଦା ରସ ରେ ଭଲ ଭାବରେ ମିଶାନ୍ତୁ ଏବଂ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।
୩. ବନ୍ଧୁଗଣ ଏହାପରେ ତୃତୀୟ ଏବଂ ମୁଖ୍ୟ ସାମଗ୍ରୀ ଟି ହେଉଛି, ‘ନିମ୍ବ ପତ୍ରର ପେଷ୍ଟ’। ବନ୍ଧୁଗଣ ଆପଣ ନିମ୍ବ ପତ୍ର କୁ ଭଲ ଭାବରେ ବାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଆପଣ ଚାହିଁଲେ ଏହାକୁ ଷ୍ଟକ୍ କରି ମଧ୍ୟ ରଖିପାରିବେ। ଯଦି ଆପଣଙ୍କ ଆଖପାଖ ରେ ନିମ୍ବ ଗଛ ନାହିଁ ତେବେ ଆପଣ ନିମ୍ବ ତେଲ ବା ପାଉଡ଼ର ର ବ୍ୟବହାର ମଧ୍ୟ କରିପାରିବେ। ବହୁତ ପୁରାତନ କାଳରୁ ଚର୍ମ ରୋଗ ନିମନ୍ତେ ନିମ୍ବ ପତ୍ର କୁ ବ୍ୟବହାର କରାଯାଇଥାଏ ଯାହା ରାମବାଣ ଭଳି କାର୍ଯ୍ୟ କରିଥାଏ। ତେବେ ବନ୍ଧୁଗଣ ଆପଣ ଏକ ଚାମଚ ନିମ୍ବ ପତ୍ରର ପେଷ୍ଟ କୁ ସେହି ମିଶ୍ରଣ ରେ ମିଶାନ୍ତୁ।
୪. ବନ୍ଧୁଗଣ ଏହାପରେ ଚତୁର୍ଥ ସାମଗ୍ରୀ ଟି ହେଉଛି, ‘ଲେମ୍ୱୁ’। ବନ୍ଧୁଗଣ ଲେମ୍ବୁ ରେ ଥିବା ତତ୍ତ୍ୱ ଆମ ସ୍କିନ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ ଏବଂ ଲେମ୍ବୁ ସ୍କିନ ଇଂଫେକ୍ସନ କୁ ଦୁର କରିଥାଏ। ତେବେ ଆପଣ ଫାଳେ ଲେମ୍ୱୁ ର ରସକୁ ସେହି ମିଶ୍ରଣ ରେ ମିଶାନ୍ତୁ। ବନ୍ଧୁଗଣ ଏହି ସମସ୍ତ ସାମଗ୍ରୀ କୁ ଭଲ ଭାବରେ ଗୋଳାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।
ବନ୍ଧୁଗଣ ଏହି ପେଷ୍ଟ କୁ ରାତି ସମୟରେ ପ୍ରୟୋଗ କରିବା ଦ୍ୱାରା ଏହା ଅଧିକ ଲାଭପ୍ରଦ ହୋଇଥାଏ। ଆପଣ ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ଯେଉଁ ଅଙ୍ଗରେ ଇଂଫେକ୍ସନ ହୋଇଛି ସେହି ସ୍ଥାନରେ ତୁଳା ବା ନିଜ ହାତ ସାହାଯ୍ୟ ରେ ଭଲ ଭାବରେ ଲଗାନ୍ତୁ ଏବଂ ଏହାକୁ ଲଗାଇବା ପରେ ଭଲ ଏହାକୁ ଭଲ ଭାବରେ ରାତି ସାରା ଶୁଖିବାକୁ ଦିଅନ୍ତୁ। ସକାଳୁ ଉଠିବା ପରେ ଆପଣ ଧୀରେ ଧୀରେ ଘଷି ଏହାକୁ ଛଡ଼ାନ୍ତୁ ଏବଂ ହାଲକା ଉଷୁମ ପାଣିରେ ଇଂଫେକ୍ଟେଡ଼ ଏରିଆ କୁ ଧୋଇ ଦିଅନ୍ତୁ।
ବନ୍ଧୁଗଣ ଆପଣ ଏହି ଘରୋଇ ଉପଚାର କୁ ଏକ ସପ୍ତାହ ପର୍ଯ୍ୟନ୍ତ ଲଗାତାର ପ୍ରୟୋଗ କରନ୍ତୁ। ଏହା ଦ୍ବାରା ଆପଣଂକୁ ଏହାର ଲାଭ ନିଶ୍ଚିତ ଭାବରେ ପ୍ରାପ୍ତ ହେବ ଏବଂ ଆପଣଙ୍କ ସ୍କିନ ଇଂଫେକ୍ସନ ତୁରନ୍ତ ଦୁର ହୋଇଯିବ।
ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ