ICC ର ନୂଆ ନିୟମ ! ଭାରତ-ଇଂଲଣ୍ଡ ସେମି ଫାଇନାଲ ମ୍ୟାଚରେ ବର୍ଷା ହେଲେ ଏହି ଟୀମ ସିଧା ପହଞ୍ଚିବା ଫାଇନାଲ

ବନ୍ଧୁଗଣ, ସୂଚନା ଅନୁଯାୟୀ ICC ର ନୂଆ ନିୟମ ଦେଖିବାକୁ ମିଳିଛି । ସେମିଫାଇନାଲ ମ୍ୟାଚରେ ବର୍ଷା ହେଲେ ଏହି ଟିମ ସିଧାସଳଖ ପହଞ୍ଚିବ ଫାଇନାଲ । ବର୍ଷା କାରଣରୁ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-20 ବିଶ୍ଵକପ ରେ ଅନେକ ମ୍ୟାଚ ବର୍ଷା ଦ୍ଵାରା ପ୍ରଭାବିତ ହେଉଅଛି । ନଭେମ୍ବର 9 ରୁ ସେମିଫାଇନାଲ ମ୍ୟାଚ ବିଷୟରେ ଏଭଳି ପ୍ରଶଂସକ ମାନେ ଭୟଭୀତ ହେଉଛନ୍ତି ତେବେ ବର୍ଷା ହେତୁ ମ୍ୟାଚ କୌଣସି କାରଣ ସତ୍ବେ ନଷ୍ଟ ଯେପରି ନହୁଏ ।

ତେବେ ଆସନ୍ତୁ ଜାଣିନେବା ଯେ ଯଦି ବର୍ଷା ହୁଏ ତେବେ କଣ ରହିବ ଏହାର ପରିଣାମ ? ନଭେମ୍ବର 9 ରେ ପାକିସ୍ଥାନ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖଲାଯାଉଥିବା ମ୍ୟାଚରେ ଯଦି ବର୍ଷା ହେଲା ତେବେ ସିଧାସଳଖ ନ୍ୟୁଜିଲ୍ୟାଣ୍ଡ ଦଳ ଫାଇନାଲ ନିମନ୍ତେ ଯୋଗ୍ୟତା ଅର୍ଜନ କରିବ । କାରଣ ପଏଣ୍ଟ ଟେବୁଲରେ ନ୍ୟୁଜିଲ୍ୟାଣ୍ଡ 7 ପଏଣ୍ଟ ରହିଛି । ଯେଉଁଠାରେ ପାକିସ୍ଥାନର ୬ ପଏଣ୍ଟ ରହିଅଛି ।

ଆଇସିସି ନିୟମ ମଧ୍ୟ ସମାନ ବୋଲି କୁହାଯାଇଅଛି । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦଳ ଅଧିକ ସୁବିଧା ପାଇଥାଏ । ଟି-୨୦ ବିଶ୍ଵକପ ରେ ଦ୍ଵିତୀୟ ସେମିଫାଇନାଲ ଯାହା ନଭେମ୍ବର ୧୦ ରେ ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଯଦି । ଏହି ମ୍ୟାଚରେ ବର୍ଷା ହେବ ତେବେ ତେବେ ଇଂଲଣ୍ଡ ପାଇଁ ଦୁଃଖ ଦାୟକ ସାବ୍ୟସ୍ଥ ହେବ ।

କାରଣ ଇଂଲଣ୍ଡ ଦଳର ୭ ପଏଣ୍ଟ ରହିଥିବା ବେଳେ ଭାରତ ଦଳର ୮ ପଏଣ୍ଟ ଶୀର୍ଷ ରେ ରହିଛି । ଏଥିପାଇଁ ଟିମ ଇଣ୍ଡିଆ ସିଧାସଳଖ ଫାଇନାଲରେ ପ୍ରବେଶ କରିପାରିବ । ତେବେ କ୍ରିକେଟପ୍ରେମୀ ଙ୍କ ନିମନ୍ତେ ଚିନ୍ତା କରିବାର ବିଷୟ ଆଦୌ ନାହିଁ । କାରଣ ବର୍ଷା ଭୟ ହେତୁ ଆଇସିସି ସେମି ଫାଇନାଲ ଏବଂ ଫାଇନାଲ ନିମନ୍ତେ ରେଜଲ୍ଟ ଡେଟ ମଧ୍ୟ ରଖିଛି ।

କ୍ରିକେଟ ପ୍ରେମୀ ଙ୍କ ଠାରେ ଚଳିତ ବର୍ଷ ଅତ୍ୟଧିକ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ଟିମ ଇଣ୍ଡିଆର ପ୍ରଦର୍ଶନ ମଧ୍ୟ ଉନ୍ନତ ମାନର ରହିଛି ବୋଲି ସମସ୍ତେ କହିଛନ୍ତି । ଏଣୁ ସମସ୍ତଙ୍କ ର ଆଶା ଯେ ଟିମ ଇଣ୍ଡିଆ ଟି-୨୦ ବିଶ୍ଵକପ ୨୦୨୨ ରେ ନିଜ ସ୍ଥାନ ବନାଇବାରେ ସକ୍ଷମ ହେଉ । ତେବେ ଆପଣଙ୍କ ମତରେ କେଉଁ ଟିମ ବିଶ୍ଵକପର ଫାଇନାଲ ରେ ପହଞ୍ଚିବ ଏହାକୁ ନେଇ ଆପଣ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *