14 ରେ ଲିଭିଥିଲା ସିନ୍ଥିରୁ ସିନ୍ଦୁର, ସମସ୍ତଙ୍କୁ ସ୍ତବ୍ବ କରିଦେଇଥିଲା ସହିଦ ଯବାନଙ୍କ ପରିବାରର କାନ୍ଦଣାର ସ୍ବର, ସେଦିନ କିଛି ଏପରି ଥିଲା ଦୃଶ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଫେବୃଆରି ୧୪ ରେ କାହାର ମଥାରୁ ଲିଭିଥିଲା ସିନ୍ଦୁର ତ କାହାର ବାପା ଓ ମାଆ ନିଜ ପୁଅକୁ ହରାଇଥିଲେ । ତେବେ ୨୦୧୯ ଫେବୃଆରି ୧୪ ତାରିଖର ଘଟଣାକୁ କିଏ ମନେ ରଖିଥିବ କି ନାହିଁ । ତାହା ତ କହିହେବ ନାହିଁ ଯଦିଓ କିନ୍ତୁ ଆଜି ଭଳି ଦିନରେ ଯେଉଁ ବାପା ଓ ମାଆ ନିଜ ଭେଣ୍ଡା ପୁଅର ଶ୍ରାଦ୍ଧ ଦିବସ ପାଳନ କରୁଥିବେ । ସେହି ବାପା, ମାଆ,ଭାଇ, ଭଉଣୀ ଓ ସ୍ତ୍ରୀ ଏହି ଦିନକୁ କଣ ଭୁଲି ପାରିବେ ।

ତେବେ ସେଦିନର ଛାତିଥରା କଥା ମନେ ପକାଇଲା ଥୁ ଶରୀରର ଲୋମଟାଙ୍କୁରୀ ଉଠୁଛି । ତେବେ ଏପରି ଏକ ଘଟଣା ସେଦିନ ଫେବୃଆରି ୧୪ ତାରିଖ ଦିନ ଘଟିଯାଇଥିଲା । ସେ କଥାକୁ ଆଜି ପର୍ଯ୍ୟନ୍ତ ମଧ୍ୟ ଭୁଲି ହେଉନହିଁ । ତେବେ ୨୦୧୯ ମସିହା ଫେବୃଆରି ମାସ ୧୪ ତାରିଖ ଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ପୁଲମାରେ ରକ୍ତର ନଦୀ ବୋହିଯାଇଥିଲା । ଅନେକ ଯବାନ ସେଠାରେ ସହିଦ ହୋଇଯାଇଥିଲେ ।

ଆତ୍ମଘାତୀ ବିସ୍ଫୋରଣରେ ସବୁ କିଛି ଓଲଟପାଲଟ ହୋଇଗଲା । ତେବେ ଏପରି ଏକ ଘଟଣା ଘଟିବା ପରେ ଭାରତବ୍ୟାପୀ ସବୁ ଆଡେ ଶୋକର ଛାୟା ଖେଳିଗଲା । ଦେଶବାସୀ ପୁରା ସ୍ତମ୍ଭୀଭୂତ ହୋଇଗଲେ । ସହିଦ ଯବାନଙ୍କ ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଲା । ତେବେ ସବୁ ସାଧାରଣ ଜନତା ସହିଦ ଯବାନଙ୍କ ଆତ୍ମାର ସଦଗତି ପାଇଁ କାମନା କରିଲେ ।

ତେବେ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ଫେବୃଆରି ୧୪ ତାରିଖକୁ ବ୍ଲାକ ଡେ’ ବା କଳା ଦିବସ ବୋଲି ପାଳନ କରାଯାଉଅଛି । ତେବେ ଏହି ଦିନ କାହା ପାଇଁ ଭାଲେଣ୍ଟାଇନ ଡେ’ ହୁଏତ ହୋଇପାରେ । ହେଲେ ଯାହା ପରିବାରରୁ ଯବାନ ସହିଦ ହୋଇଛନ୍ତି । ଫେବୃଆରି ୧୪ ତାରିଖ ଆସିଗଲା ମନେ ତାଙ୍କର ସେହି ଦିନର ହୃଦୟ ବିଦାରକ ଘଟଣା ମନେ ନିହାତି ଭାବରେ ପଡିଯାଉଥିବ । ତେବେ କିଏ ନିଜର ଭେଣ୍ଡିଆ ଯବାନ ପୁଅକୁ ସେଦିନ ହରାଇ ଥିଲା ।

ବୋଲି କାନ୍ଦୁଥିବ ତ ଆଉ କିଏ ନିଜ ସ୍ଵାମୀକୁ ଏହି ଦିନ ସବୁଦିନ ପାଇଁ ହରେଇଥିବ ଭାବି ଭାବି କାନ୍ଦୁଥିବ । ତେବେ ସେହି ସହିଦ ଯବାନ ମାନଙ୍କର ଆତ୍ମା ଅମର ହେଉ । ଜୟ ଯବାନ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *