ପର୍ବତ ଚଡ଼ିବା ବେଳେ ଯେତେବେଳେ ଯବାନ୍ ଭଗବାନ୍ ଙ୍କୁ ଦେଖିଲେ, ଆଉ ତା’ ପରେ…

ନମସ୍କାର ବନ୍ଧୁଗଣ ଭଗବାନ ଅଛନ୍ତି କି ନାହିଁ ଏବଂ ଯଦି ଅଛନ୍ତି ତେବେ ସେ କେଉଁଠି ଅଛନ୍ତି ଏହି ପ୍ରଶ୍ନ ସମସ୍ତ ଙ୍କ ମନରେ ଉଙ୍କି ମାରୁଥିବ ତେବେ ଆସନ୍ତୁ ସେହି ପ୍ରଶ୍ନ ର ଉତ୍ତର ଆମେ ଖୋଜିବା । ଏହା ଏକ ସତ୍ୟ ଘଟଣା ଅଟେ । ଵେହ ଜାମ୍ମୁ କାଶ୍ମୀର ର କୂପୱରା ଡ଼ିଷ୍ଟ୍ରିକ ରେ ଇଣ୍ଡିଆନ ଆର୍ମି ର ୧୫ ଜଣ ଯବାନ ନିଜ ମେଜର ଙ୍କ ନେତୃତ୍ୱରେ ହିମାଳୟ ରେ ଥିବା ଆର୍ମି ର ଉଚ୍ଚ ପୋଷ୍ଟ କୁ ଯାଉଥିଲେ । ସେଠାରେ ତାଙ୍କୁ ତିନି ମାସ ପର୍ଯ୍ୟନ୍ତ ରହିବାକୁ ପଡିବ ।

ସେତେବେଳେ ଶୀତ ଦିନ ଥିଲା ଏବଂ ମଝିରେ ମଝିରେ ବରଫ ମଧ୍ୟ ପଡୁଥିଲା ଏବଂ ବହୁତ ଥଣ୍ଡା ମଧ୍ୟ ଲାଗୁଥିଲା । ସେଥିପାଇଁ ସେହି ବରଫ ରାସ୍ତା ରେ ଯିବା ଆହୁରି ଅଧିକ କଷ୍ଟ ହୋଇଗଲା । ଯାତ୍ରା କରୁଥିବା ସମୟରେ ମେଜେର ଙ୍କ ମନ ରେ କଥା ଆସିଲା କି କାସ୍ ଏକ କପ ଚା ମିଳି ଯାଆନ୍ତା । ତାହେଲେ ଏତେ ଥଂଡା ରେ ଶରୀର କୁ ଟିକେ ଆରାମ ମିଳି ଯାଇଥାନ୍ତା । ହେଲେ ତାଙ୍କର ଏହି ଆଶା ଆଶାରେ ହି ରହିଗଲା ।

କାରଣ ସେତେବେଳେ ରାତି ୨ ଟା ହୋଇଥିଲା ଏବଂ ଏତେ ରାତିରେ କିଏ ଦୋକାନ ଖୋଲିଥିବ ଯେ । ଏକ ଘଂଟା ଯିବା ପରେ ଏକ ସୁନସାନ ସ୍ଥାନରେ ଏକ ଛୋଟ ଦୋକାନ ଆଗରେ ରହିଲା ସେହି ଦୋକାନ ଟି ଦେଖିବାକୁ ଚା ଦୋକାନ ଭଳି । ତେବେ ମେଜେର କହିଲେ କି ଏଠାରେ ଟିକେ ଆରାମ କରିଦେବା ସେହି ଯବାନ ମାନଙ୍କ ଭିତରୁ ଜଣେ କହିଲେ କି ଏହା ଏକ ଚା ଦୋକାନ ଏବଂ ଆମେ ନିଜେ ମଧ୍ୟ ଚା ବନାଇ ପିଇ ପାରିବା ।

କିନ୍ତୁ ବାସ ଏହି ତାଲାକୁ ଖୋଲିବାକୁ ପଡିବ ତେବେ ମେଜେର ଏହା ଭୁଲ ଜାଣି ମଧ୍ୟ କିନ୍ତୁ ଗୋଟିଏ କପ ଚା ଯବାନ ମାନଙ୍କ ମନବଳ କୁ ଦୃଢ଼ କରି ପାରିବ ତେଣୁ ସେ ହଁ କହିଦେଲେ ଏବଂ ଚା ପିଇ ବିସ୍କୁଟ ଖାଇ ସେଇଠାରେ ଦୁଇ ହଜାର ଟଙ୍କାର ଏକ ନୋଟ ରଖି ଦେଲେ ଏବଂ ତାଙ୍କ ମନରେ କୌଣସି ଦୁଃଖ ଆଉ ରହିଲା ନାହିଁ ।

ତେବେ ତିନି ମାସ ସେଠାରେ ସେମାନେ ବହୁତ ଭଲ ଭାବରେ ଟ୍ରେନିଂ କଲେ ଏବଂ ଯେତେ ଝଡ଼ ତୋଫାନ ଆସିବା ସତ୍ତ୍ୱେ ମଧ୍ୟ ସମସ୍ତେ ଠିକ ଭାବରେ ଥିଲେ । ତେବେ ସେମାନେ ନିଜର କାର୍ଯ୍ୟ ସରି ଫେରିବା ସମୟରେ ସେମାନେ ଫୁଣି ସେହି ଚା ଦୋକାନ କୁ ଦେଖିଲେ ଏବଂ ସେଠାରେ ଚା ପିଇଲେ ଏବଂ ମେଜେର ସେହି ଚା ଦୋକାନୀ ଙ୍କ ସହ କଥା ହେଲେ ଏବଂ ସେହି ବୁଢା ଲୋକ ସବୁ କଥାରେ ଈଶ୍ୱରଙ୍କ କଥା କହୁଥିଲେ ।

ତେବେ ଜଣେ ଯବାନ ପଚାରିଲେ କି ଯଦି ଆପଣ ଈଶ୍ଵର ଙ୍କୁ ଏତେ ମାନନ୍ତି ତେବେ ସେ ଆପଣ ଙ୍କୁ ସାହାଯ୍ୟ କଣ ପାଇଁ କରୁ ନାହାନ୍ତି ତେବେ ସେତେବେଳେ ସେହି ବୁଢା ଲୋକ ଟି କହିଲେ କି ଏହା ମିଛ ଭଗବାନ ଅଛନ୍ତି ଏବଂ ସେ ନିଜର ଭକ୍ତ ଙ୍କୁ ସାହାଯ୍ୟ ମଧ୍ୟ କରନ୍ତି । କିଛିଦିନ ପୂର୍ବରୁ ଆତଙ୍କବାଦୀ ମାନେ ମୋ ପୁଅ କୁ ବହୁତ ମାରିଥିଲେ ଏବଂ ତାର ଚିକିତ୍ସା ପାଇଁ ମୋ ପାଖରେ ଅର୍ଥ ର ଅଭାବ ଥିଲା ଏବଂ କେହି ଉଧାର ମଧ୍ୟ ଦେଉ ନଥିଲେ ସେତେବେଳେ ମୁଁ ଦୋକାନ କୁ ଆସିଲି ଏବଂ ଦୋକାନ ଖୋଲା ଦେଖି ଡରିଗଲି କିନ୍ତୁ ଯେବେ ସେଠାରେ ମୁଁ ଦୁଇ ହଜାର ଟଙ୍କା ର ନୋଟ ଦେଖିଲି ତେବେ ମୋର ଖୁସି ର ସୀମା ନଥିଲା ।

ଏହା ଶୁଣି ମେଜେର ଏବଂ ଯବାନ ମାନେ କିଛି କହିଲେ ନାହିଁ ଏବଂ ଟଙ୍କା ଦେଇ ଏବଂ ଚା ର ପ୍ରଶଂସା କରି ଚାଲି ଆସିଲେ । ତେବେ ସେତେବେଳେ ଯବାନ ମାନଙ୍କ ପାଇଁ ସେହି ଦୋକାନ ଟି ଭଗବାନ ଙ୍କର ଆଶୀର୍ବାଦ ଥିଲା ଏବଂ ସେ ବୁଢା ଲୋକଙ୍କ ପାଇଁ ଟଙ୍କା । ତେଣୁ ଈଶ୍ୱର ଅଛନ୍ତି ଏବଂ ସବୁ ସ୍ଥାନରେ ଅଲଗା ରୂପ ରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *