India ଟୀମର ଫ୍ୟାନ୍ସଙ୍କ ପାଇଁ ଆସିଲା ବଡ ଦୁଃଖ ଖବର, India-New Zealand ସିରିଜକୁ ନେଇ ଆସିଲା ଏହି ବଡ Update…

ବନ୍ଧୁଗଣ, ଭାରତୀୟ କ୍ରିକେଟ ଫ୍ୟାନ୍ସ ମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଖବର । ଟିଭିରେ ଦେଖି ପାରିବେ ନାହିଁ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ । ତେବେ କେଉଁଠି କିଭଳି ଦେଖିବେ ଏହା ସମ୍ବନ୍ଧରେ ଆସନ୍ତୁ ଜାଣିନେବା । ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଠ ଟି-20 ସିରିଜ ନଭେମ୍ବର 18 ରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ ପରେ ଦୁଇ ଦଳ ମଧ୍ୟରେ 3 ଟି ମ୍ୟାଚ ମଧ୍ୟ ଖେଳାଯିବ ।

ଟି-20 ସିରିଜ ର କମାଣ୍ଡ ହାର୍ଦ୍ଧିକ ପାଣ୍ଡିଆ ନେବା ସହିତ ଓଡିଏ ମ୍ୟାଚର ଅଧିନାୟିକତ୍ଵ କରିବେ ଶିକ୍ଷାର ଧବନ । ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ କୁ ପ୍ରଶଂସକ ମାନେ ଟିଭି ରେ ଦେଖି ପାରିବେ ନାହିଁ । ତେବେ କିପରି ଏବଂ କେଉଁଠାରେ ଏହି ମ୍ୟାଚ କୁ ଦେଖି ପାରିବେ ତାହା ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ । ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ଦୁଇଟି ସିରିଜ ଆମାଜୋନ ପ୍ରାଇମ ଆପ ଏବଂ ୱେବସାଇଟରେ ପ୍ରସାରିତ ହେବ ।

ତେଣୁ ପ୍ରଶଂସକ ମାନେ ଏହି ମ୍ୟାଚ କୁ ଟିଭିରେ ଦେଖିବାକୁ ପାଇବେ ନାହିଁ । ସୋନୀ ଟିଭି ଅଥବା ସ୍ଵାର୍ଟ୍ସସ୍ଫୋର୍ଷ କୁ ଏହାକୁ ପ୍ରସାରଣ କରିବାର ଅଧିକାର ନାହିଁ । ଯାହା ଦୀର୍ଘବର୍ଷ ଧରି ଟିମ ଇଣ୍ଡିଆ ର ମ୍ୟାଚ ପ୍ରସାରଣ ପରେ ଆସୁଛି । ମୋବାଇଲ ରେ ମ୍ୟାଚ ଦେଖିବାକୁ ମଧ୍ୟ ପ୍ରାଇମ ଭିଡିଓର ମେମ୍ବରସିପ ରହିବା ଆବଶ୍ୟକ । ଏହାର ୱିନର ରେଟ୍ସ ସ୍ଥିର କରାଯାଇଛି । ସ୍ମାର୍ଟ ଟିଭିରେ ଦେଖି ପାରିବେ ମ୍ୟାଚ ।

ସ୍ମାର୍ଟ ଟିଭି ରେ ଏଣ୍ଟଟେରମେଣ୍ଟ ମାଧ୍ୟମରେ ମ୍ୟାଚ କୁ ଉପଭୋଗ କରାଯାଇପାରିବ । ଏଥିପାଇଁ ପ୍ରାଇମ ଭି-ଡି-ଓ ର ମେମ୍ବର ସିପ ମଧ୍ୟ ଆବଶ୍ୟକ । ମୋବାଇଲ ତୁଳନାରେ ଏହାର ରେଟ ଅଧିକ ଅଟେ । ଏହି ମ୍ୟାଚ ର କମେଣ୍ଟରୀ ହିନ୍ଦୀ, ଇଂରାଜୀ, ତାମିଲ କନ୍ନଡ଼ ଏବଂ ତେଲୁଗୁ ଭାଷାରେ ଉପଲବ୍ଧ ହେବ ।

ଟି-20 ସିରିଜ ର ପ୍ରଥମ ମ୍ୟାଚ ନଭେମ୍ବର 18 ରେ ଦ୍ଵିତୀୟ ମ୍ୟାଚ ନଭେମ୍ବର 20 ରେ ଏବଂ ଶେଷ ମ୍ୟାଚ ନଭେମ୍ବର 22 ରେ ଖେଳାଯିବ । ଏଥୀ ସହିତ ୨୫, ୨୭ ଏବଂ ୩୦ ନଭେମ୍ବର ରେ ଓଡିଏ ମ୍ୟାଚ ଖେଳାଯିବ । ତେବେ ପ୍ରଶଂସକ ଏହି ନିଷ୍ପତ୍ତି ରେ ଅସନ୍ତୋ ପ୍ରକାଶ କରିଛନ୍ତି । କାରଣ ସେମାନେ ସିଧାସଳଖ ଏହାକୁ ଟିଭି ରେ ଦେଖି ପାରିବେ ନାହିଁ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *