IAS ହେବାକୁ ଚାହୁଁଛନ୍ତି, ତେବେ ଏହି ୫ଟି ବିଷୟରେ କରନ୍ତୁ ଗ୍ରାଜୁଏସନ, ତୁରନ୍ତ ହେଇଯିବ ସିଲେକ୍ସନ

କହିବାକୁ ଗଲେ IAS ଓ IPS ଭାରତର ସବୁଠୁ ମୁଖ୍ୟ, ଦାୟିତ୍ଵବାନ ଚାକିରି ମଧ୍ୟରୁ ଗୋଟିଏ ଅଟେ । କହିବାକୁ ଗଲେ ଆଇଏଏସ ଓ ଆଇପିଏସ ହେବା ପାଇଁ ଗୋଟିଏ ବ୍ୟକ୍ତି ଦିନରାତି ବହୁତ ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ ଆମମାନଙ୍କ ମଧ୍ୟରେ ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ଗୋଟିଏ ଭଲ ଗ୍ରେଜୁଏଶନ ଡିଗ୍ରୀ ବି ଆପଣଙ୍କୁ ଆଇଏଏସର ପ୍ରସ୍ତୁତିରେ ସାହାର୍ଯ୍ୟ କରି ପାରିବ ।

Image courtesy: Google

ଆଇଏଏସ ଟପର୍ସମାନଙ୍କ ଅନୁସାରେ ଗ୍ରେଜୁଏଶନ ଡିଗ୍ରୀ ଓ ଆଈଏଏସ ମୁଖ୍ୟ ପରୀକ୍ଷାରେ alternative ବିଷୟ ସହିତ ଗମ୍ଭୀର ସମ୍ବନ୍ଧ ହୋଇଥାଏ । ବର୍ତ୍ତମାନ ସମୟରେ ବହୁତ ଅଣ୍ଡର ଗ୍ରେଜୁଏଟ ଆଇଏଏସର ପ୍ରସ୍ତୁତି କରୁଛନ୍ତି ଓ ସେମାନେ ଏହା ଜାଣିବାକୁ ଚାହୁଁଛନ୍ତି କି ସେମାନଙ୍କୁ କେଉଁ ବିଷୟରେ ଗ୍ରେଜୁଏଶନ କରିବା ଉଚିତ, ଯାହା ଦ୍ଵାରା ତାଙ୍କୁ ଆଇଏଏସ ପରୀକ୍ଷାରେ ସଫଳତା ହାସଲ କରିବାରେ ସାହାର୍ଯ୍ୟ ମିଳିବ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଆଇଏଏସର ପ୍ରସ୍ତୁତିରେ ସାହାର୍ଯ୍ୟ କରୁଥିବା ଗ୍ରେଜୁଏଶନ କୋର୍ସ ବିଷୟରେ କହିବାକୁ ଯାଉଛୁ ।

ଇଞ୍ଜିନିୟରିଂ –

ଗତ କିଛି ବର୍ଷ ମଧ୍ୟରେ ୟୁପିଏସସି ସିବିଲ ସର୍ବିସରେ ସଫଳ ହୋଇଥିବା ଛାତ୍ରମାନଙ୍କ ମଧ୍ୟରେ ଇଞ୍ଜିନିୟରିଂ ଛାତ୍ରମାନଙ୍କ ସଂଖ୍ୟା ବଢି ଯାଇଛି । ବିଭାଗ ଦ୍ଵାରା ଜାରି କରାଯାଇଥିବା ଡାଟା ଅନୁସାରେ ଏହି ପରୀକ୍ଷାରେ ବର୍ତ୍ତମାନ ଇଞ୍ଜିନିୟରିଂ ଛାତ୍ରମାନଙ୍କ ମଧ୍ୟରେ ଟେକ୍ନିକଲ ଛାତ୍ରମାନଙ୍କ ସଂଖ୍ୟା ଅଧିକ ଅଟେ । ସେଥିପାଇଁ ଯଦି ଆପଣ ଆଇଏଏସ ପରୀକ୍ଷାରେ ପାସ ହେବାକୁ ଚାହୁଁଛନ୍ତି କିମ୍ବା ପ୍ରଥମ ପୋଜିସନରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ଇଞ୍ଜିନିୟରିଂରେ ଗ୍ରେଜୁଏଶନ କରିବା ସବୁଠୁ ଉଚିତ ହୋଇପାରେ ।

Image courtesy: Google

କମର୍ସ –

ସବୁ ବର୍ଷ ହଜାର ହଜାର ସଂଖ୍ୟାରେ କମର୍ସ ଛାତ୍ରମାନେ ଆଇଏଏସ ପରୀକ୍ଷାରେ ବସିଥାନ୍ତି ଓ ସଫଳ ମଧ୍ୟ ହୋଇଥାନ୍ତି । ଗତ କିଛି ବର୍ଷ ମଧ୍ୟରେ ଆଇଏଏସ ପରୀକ୍ଷା ଦେଉଥିବା ଛାତ୍ରମାନଙ୍କ ମଧ୍ୟରେ ଏମବିଏ ଓ ବି. କମ. ଛାତ୍ରମାନଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସିବିଲ ସର୍ବିସ ପରୀକ୍ଷାରେ ତର୍କ, ଗଣିତ, ଡାଟା ଓ ନିଷ୍ପତି ନେବାର କ୍ଷମତା ଭଳି ବିଷୟ ଯୋଡିବା ଦ୍ଵାରା କମର୍ସ ଛାତ୍ରମାନଙ୍କୁ ଏହି ପରୀକ୍ଷାରେ ପାସ ହେବା ପାଇଁ ଆହୁରି ବି ସହଜ ହୋଇ ଯାଇ ଥାଏ ।

ବିଜ୍ଞାନ –

କହିବାକୁ ଗଲେ ୟୁପିଏସସି ପରୀକ୍ଷାରେ ପାସ ହେଉଥିବା ଛାତ୍ରମାନଙ୍କ ମଧ୍ୟରେ ବିଜ୍ଞାନ ଛାତ୍ରମାନଙ୍କ ସଂଖ୍ୟା ବିଶେଷ ଅଧିକ ନୁହେଁ । କିନ୍ତୁ ବଢୁଥିବା ସମୟ ସହିତ ବୈଜ୍ଞାନିକ ପଦ୍ଧତି ଓ ଟେକନିକ ସହିତ ଏହି ସଂଖ୍ୟାରେ ନିରନ୍ତର ବୃଦ୍ଧି ହେଉଛି । ଆପଣ ବି ବିଜ୍ଞାନ ବିଷୟରେ ଗ୍ରେଜୁଏଶନ କରି ଆଇଏଏସ ପରୀକ୍ଷାରେ ସଫଳ ହୋଇ ପାରିବେ ।

Image courtesy: Google

ଚିକିତ୍ସା ବିଜ୍ଞାନ –

ବିଜ୍ଞାନ ଭଳି ଚିକିତ୍ସା ବିଜ୍ଞାନ ବି ଆଇଏଏସ ପରୀକ୍ଷାରେ ପାସ କରିବା ପାଇଁ ଏକ ଭଲ ଗ୍ରେଜୁଏଶନ ବିକଳ୍ପ ଅଟେ । କିନ୍ତୁ ଏହି ଫୀଲ୍ଡର ଛାତ୍ରମାନେ ସିବିଲ ସର୍ବିସ କ୍ଷେତ୍ରରେ ଆସନ୍ତି ନାହିଁ । କିନ୍ତୁ ଚିକିତ୍ସା ବିଜ୍ଞାନ ଛାତ୍ରମାନଙ୍କପାଇଁ ବି ଏହି ପରୀକ୍ଷାରେ ପାସ ହେବା ପାଇଁ ଏକ ଭଲ ଅବସର ଥାଏ ।

ମାନବିକି (Humanities) –

ଆଇଏଏସର ପ୍ରସ୍ତୁତି ପାଇଁ ଏହି ବିଷୟରେ ଗ୍ରେଜୁଏଶନ କରିବା ସବୁଠୁ ଭଲ ହୋଇଥାଏ । ୟୁପିଏସସି ଦ୍ଵାରା ଜାରି କରାଯାଇଥିବା ପାସ ଛାତ୍ରମାନଙ୍କ ଲିସ୍ଟରେ ଆପଣ ଏହା ଦେଖି ପାରିବେ କି ଅନ୍ୟ ବିଷୟ ତୁଳନାରେ ମାନବିକି ବିଷୟରେ ଗ୍ରେଜୁଏଶନ କରିଥିବା ଛାତ୍ରମାନଙ୍କୁ ଅଧିକ ସଫଳତା ମିଳିଥାଏ । ଯଦି ଆପଣ ବି ଆଇଏଏସ ଅଫିସରର ସ୍ଵପ୍ନ ଦେଖୁଛନ୍ତି ତେବେ ଗ୍ରେଜୁଏଶନ ପାଇଁ ଆପଣ ମାନବିକି ବିଷୟକୁ ବାଛି ପାରିବେ ।

Leave a Reply

Your email address will not be published. Required fields are marked *