Stage Show ରେ ଜଗନ୍ନାଥ ଭଜନ ଗାଇ ସମାଲୋଚକ ଙ୍କ କଡା ଜବାବ ଦେଇଛନ୍ତି Humane Sagar, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଷ୍ଟେଜରେ ଚଢିଲେ ସମାଲୋଚକଙ୍କ ମୁହଁ ବନ୍ଦ କଲେ ହ୍ୟୁମାନ ସାଗର । ଭିନ୍ନ ଧର୍ମର ହୋଇ ଥିବାରୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଜଗନ୍ନାଥ ଭଜନ ଗାଉ ନାହାନ୍ତି ବୋଲି ଯେଉଁମାନେ କହି ବୁଲୁଥିଲେ ସେମାନଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀ । ଗତକାଲି ସଂଧ୍ୟାରେ ଷ୍ଟେଜ ଉପରେ ଜଗନ୍ନାଥ ଭଜନ ଗାଇଛନ୍ତି ହ୍ୟୁମାନ ସାଗର । ନିଶ୍ଚିନ୍ତ କୋଇଲି ଜିଗନି ପୁରଠାରେ ଆୟୋଜିତ ମହାଙ୍ଗା ମହୋତ୍ସବରେ ଜଗନ୍ନାଥଙ୍କ ଭଜନ ଗାଇଛନ୍ତି ହ୍ୟୁମାନ ସାଗର।

ତେବେ ସାଗର ସଙ୍ଗମ ବ୍ୟାନରରେ ପ୍ରସ୍ତୁତ ଏହି ଗୀତରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର । ଦଣ୍ଡବତ ହେଲି ମୁଁ କାଳିଆ ପାଖରେ ଗୀତଟିକୁ ସେ ଦର୍ଶକଙ୍କ ଆଗରେ ପରିବେଷଣ କରିଛନ୍ତି । ଏହା ପୂର୍ବରୁ ସଂଗୀତ ନିର୍ଦ୍ଦେଶକ ଜାପାନୀଙ୍କୁ ସୋସିଆଲ ମିଡିଆରେ ଜବାବ ଦେଇଥିଲେ ହ୍ୟୁମାନ ସାଗର । ଏକ ଫଟୋ ପୋଷ୍ଟ କରି ଖୁବଶୀଘ୍ର ତାଙ୍କର ଏକ ଜଗନ୍ନାଥ ଭଜନ ରିଲିଜ ହେବାକୁ ଯାଉଥିବା ସୂଚନା ଦେଇଥିଲେ ।

ଏହି ଗୀତରେ ନିଜେ କଣ୍ଠାଦାନ କରିବା ସହ ସଂଗୀତ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି ହ୍ୟୁମାନ ସାଗର । ସୋସିଆଲ ମିଡିଆରେ ଫଟୋ ପୋଷ୍ଟକରି ସେ ଗାଇଥିବା ଜଗନ୍ନାଥ ଭଜନ ଖୁବଶୀଘ୍ର ଆସିବାକୁ ଯାଉଛି ବୋଲି ସୂଚନା ଦେଇଥିଲେ । ତେଣୁ ସେ ଜଗନ୍ନାଥ ଭଜନ ଗାଇବାକୁ ରାଜି ହେଉ ନାହାନ୍ତି ବୋଲି ସଂଗୀତ ନିର୍ଦ୍ଦେଶକ ଜାପାନୀ କରିଥିବା ଅଭିଯୋଗକୁ ଏକପ୍ରକାର ଖଣ୍ଡନ କରିଥିଲେ ।

କିଛିଦିନ ତଳେ ହ୍ୟୁମାନ ସାଗର ତାଙ୍କୁ କଟକ ଆସିଲେ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ । ଗଣ ମାଧ୍ୟମରେ ଅଭିଯୋଗ କରିଥିଲେ ଯେ ଏକ ଜଗନ୍ନାଥ ଭଜନ ଗାଇବା ପାଇଁ ଦୀର୍ଘଦିନ ହେଲା ସେ ହ୍ୟୁମାନ ସାଗରଙ୍କ ପଛରେ ପଡିଥିଲେ ମଧ୍ୟ ସେ ରାଜି ହେଉ ନାହାନ୍ତି ।

ତେବେ ଯେବେ ଠାରୁ ସେ ଟ୍ରୋଲ୍ ଆରମ୍ଭ ହେଲା ସେବେ ନିଶ୍ଚିତ କରି ନେଲେ ହ୍ୟୁମାନ ସାଗର ତାଙ୍କୁ କିଛି ପରିବର୍ତ୍ତନ କରିବାକୁ ହେବ । ଏହା ପୂର୍ବ ରୁ ମଧ୍ୟ୍ ଝିଅ କୁ କୋରନା ଭାଇରସ ଗୀତ କରି କଣ୍ଟ୍ରୋଭର୍ସି ରେ ପସିଥିଲେ ।  ଏମିତି ବିବାଦ ମଧ୍ୟ କୁ ବେଳେ ହ୍ୟୁମାନ ସାଗର ଟାଣି ହୋଇ ଆସୁଛନ୍ତି । ତେବେ ହ୍ୟୁମାନ ସାଗର ଙ୍କ ପ୍ରତିକ୍ରିୟା ଏ ନେଇ ସମ୍ପୁର୍ଣ୍ଣ ଜଣା ପଡ଼ୁ ନାହିଁ । ବାସ୍ତବିକ କହିଛନ୍ତି ନାଁ କହି ନାହାନ୍ତି । ଏକଥା କେବଳ ଜାପାନୀ ବାବୁ ଙ୍କ ଅଭିଯୋଗ ଆଧାର ରେ ଗଣ ମାଧ୍ୟମ ରେ ପ୍ରକାଶ କରଯାଉଛି ।


ତେବେ ହ୍ୟୁମାନ ସାଗର ତ ପୋଷ୍ଟ୍ କରି ଥିଲେ ଜଗନ୍ନାଥ ଙ୍କ ଭଜନ କିନ୍ତୁ ଆଉ ଗୋଟିଏ ତାଜୁବ୍ ର କଥା କି ଯେତେବେଳେ ଆଜି ସାରା ସୋସିଆଲ୍ ମିଡ଼ିଆ ଖୋଜିଲୁ ସେତେବେଳେ ପୂର୍ବ ରୁ ଜଗନ୍ନାଥଙ୍କ ଗୋଟିଏ ମଧ୍ୟ ଜଗନ୍ନାଥ ଙ୍କ ଭଜନ ପାଇ ପାରିଲୁ ନାହିଁ ଯାହାକି ହ୍ୟୁମାନ ସାଗର ଗାଇ ଥିବେ ।

ତେବେ ବହୁତ ଲେଟ ହେଉ ପଛେ କାଳିଆ ଠାକୁର ଙ୍କ ଭଜନ ଗାଇ ବାକୁ ଇଚ୍ଛା କରିଛନ୍ତି । ତେବେ କାଳିଆ ଠାକୁର ଙ୍କ କୃପା ନହେଲେ କେହି ବି ତାଙ୍କ ଗୀତ ଗାଇ ପାରିବେ ନାହିଁ । ଡେରି ହେଉ ପଛେ ତାଙ୍କ ଜ୍ଞାନ ର ଉଦୟ ହେଇଚି । ତେବେ ବର୍ତ୍ତମାନ ମାନେ ବହୁତ ଖୁସି ହେଉଛନ୍ତି ତାଙ୍କ ଫ୍ୟାନ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *