Human ଙ୍କ ପାରିବାରିକ ମାମଲାରେ ମୁହଁ ଖୋଲିଲେ ଅଭିନେତା ବୁଦ୍ଧାଦିତ୍ୟ ଓ କଣ କହିଲେ ଦେଖନ୍ତୁ…

ବନ୍ଧୁଗଣ ବର୍ତ୍ତମାନ ଓଲିଉଡ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ବିବାଦ ଘେରରେ ଅଛନ୍ତି । ସେ ଆଗରୁ ମଧ୍ୟ ଅନେକ ଥର ବିବାଦରେ ରହି ଆସିଛନ୍ତି ହେଲେ ସେ ଏବେ ଏକ ଅଲଗା କାରଣ ପାଇଁ ବିବାଦ ଘେରରେ ଅଛନ୍ତି । ତାଙ୍କ ବିରୋଧରେ ତାଙ୍କ ପତ୍ନୀ ସାଂଘାତିକ ଅଭିଯୋଗ ଆଣିଛନ୍ତି । ହ୍ୟୁମାନ ନିଜ ପତ୍ନୀଙ୍କୁ ମଦ ପିଇ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଅନ୍ତି ବୋଲି ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି ।

ହେଲେ ଏସବୁ ଅଭିଯୋଗକୁ ହ୍ୟୁମାନ ମିଛ ବୋଲି କହିଛନ୍ତି । ଏବେ ଏହି ମାମଲାଟି କଟକ ମହିଳା ଥାନାରେ ଚାଲିଛି । ଆଉ ଏହାରି ମଧ୍ୟରେ ଓଡିଆ ଅଭିନେତା ବୁଦ୍ଧାଦିତ୍ୟ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବୁଦ୍ଧାଦିତ୍ୟ ଏନେଇ କହିଛନ୍ତି-‘ଭଏସ ଅଫ ଓଡିଶାରେ ଯେତେବେଳେ ହ୍ୟୁମାନ ଆସି ଥିଲେ ସେତେବେଳେ ମୁଁ ତାଙ୍କ ଭବିଷ୍ୟବାଣୀ କରି ଦେଇଥିଲି ଯେ, ସେ ଜଣେ ଭଲ ଗାୟକ ହେବେ । ହେଲେ ବର୍ତ୍ତମାନ କଣ ପାଇଁ ସେମାନଙ୍କ ମଧ୍ୟରେ ଏମିତି ହେଲା ସେମାନେ ଦୁଇଜଣ ଜାଣି ଛନ୍ତି । ହେଲେ ସେମାନଙ୍କ ବ୍ଯତୀତ ଯଦି ଅନ୍ୟ ମାନଙ୍କୁ କହିବି ଯେହେତୁ ଚାରି ଆଡେ ବିବାଦ ଚାଲିଛି  ।

ଯେଉଁ ବି ଦାମ୍ପତ୍ତ୍ୟ ଜୀବନ ହେଉ ଲାଇଫର ଉଥନ ପଥନ ଅଛି ତେଣୁ ଆମକୁ ବାଲାନ୍ସ କରିବାର ଅଛି । ମୋର ଦେଖନ୍ତୁ କେହି ସାଥି ନାହାନ୍ତି ଆପଣ ଭାବନ୍ତୁ ମୋତେ ବି କେତେ କଷ୍ଟ ହେଉଥିବ ହେଲେ ନିଜକୁ ଟିକେ ବାଲାନ୍ସ କରିବାକୁ ପଡିବ । ମୁଁ ନିଜେ ଜାଣିଛି ଜଣେ ସେହି ପରିସ୍ଥିତି ଉପରେ ଗଲେ କଣ ଲାଗେ । ହ୍ୟୁମାନ ଜଣେ ବଡ କଳାକାର ଆଉ ଜଣେ ଭଲ ମଣିଷ ନିଶ୍ଚୟ ।

କଣ ଗୋଟେ ଝଗଡା ହେଇ ଯାଇଥିବ ଶ୍ରୀୟା ବୋଧ ହୁଏ ତାଙ୍କ ସ୍ତ୍ରୀଙ୍କ ସହ । ମୁଁ ତ ଶୁଣି ଥିଲି ସେମାନେ କମ୍ପ୍ରମାଇଜ ପାଇଁ ରେଡି ଅଛନ୍ତି । ତେଣୁ ଯଦି କମ୍ପ୍ରମାଇଜ ହେଇଯିବ ସେମାନେ ପଛ କଥା ଭୁଲି ଆଗକୁ ପଳେଇବେ ତା ହେଲେ ତ ଆହୁରି ଆଦର୍ଶବାଦୀ ହେଇଯିବେ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *