ରାସ୍ତାରେ ଉଡିଲା ପୁଳା ପୁଳା ଟଙ୍କା ! ଯିଏ ପାଇଲା ସିଏ ନେଲା…ଟଙ୍କା ଗୋଟେଇବାକୁ ଜମିଲା ଭିଡ

ରାସ୍ତାରେ ଉଡ଼ିଲା ପୁଳା ପୁଳା ଟଙ୍କା । ବ୍ରିଜ ଉପରୁ ହେଲା ଟଙ୍କା ବର୍ଷା । ଯାହାକୁ ପାଇଲା ସିଏ ନେଲା । ଟଙ୍କା ପାଇଁ ଜାମ ହେଲା ଟ୍ରାଫିକ । ନୋଟ ଫୋପାଡୁଥିବା ଯୁବକଙ୍କୁ ଦେଖି ଆବାକ ହେଲେ ଲୋକେ । ହଁ ଦର୍ଶକ ବନ୍ଧୁ ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ ଏହା ହେଉଛି ଦିନ ଦ୍ଵିପହରର ଘଟଣା । ଜନଗହଳି ଥିଲା ରାସ୍ତା ଘାଟ ଠିକ ଏତିକି ବେଳେ ଓଭର ବ୍ରିଜ ଉପରୁ ବର୍ଷି ଥିଲା ଟଙ୍କା ନୋଟ । ଯିଏ ଦେଖିଲା ସିଏ ଉଠାଇଲା । ଟଙ୍କା ବର୍ଷାରେ ରାସ୍ତା ଘାଟ ଜ୍ୟାମ । ଗାଡି ରୋକି ଟଙ୍କା ଉଠାଇଲେ ଲୋକେ । ଜ୍ୟାମ ଦେଖି ଛାନିଆ ହେଲା ଟ୍ରାଫିକ ପୋଲିସ ।

ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ । ଜଣେ ବ୍ୟକ୍ତି ବ୍ରିଜ ଉପରେ ଗାଡି ରଖିଲେ । ଗାଡି ରଖିବା ପରେ ହାତରେ ନେଲେ ଏକ ଟଙ୍କା ଭର୍ତ୍ତି ବ୍ୟାଗ । ଏହା ପରେ ସେ ବ୍ରିଜ ଉପରେ ଛିଡା ହୋଇ ଟଙ୍କା ଫୋପାଡିବାକୁ ଲାଗିଲେ ହାତକୁ ଯେତେ ଲାଗିଲା ସେ ସେତେ ଟଙ୍କା ଉଡାଇଲେ । ଏହି ବ୍ୟକ୍ତି ଜଣକ ସୁଟ ବ୍ଲେଜର ପିନ୍ଧି ଛନ୍ତି ଆଉ 100 କି 500 ଟଙ୍କିଆ ନୁହେଁ 10 ଟଙ୍କିଆ ନୋଟ ଉଡାଉ ଛନ୍ତି ।

ବ୍ୟକ୍ତି ଜଣକ ଟଙ୍କା ଫୋପାଡିବାକୁ ଲାଗୁଛନ୍ତି ଆଉ ବ୍ରିଜ ତଳେ ଥିବା ଲୋକ ମାନେ ନିଜ ନିଜ ଗାଡି ରଖି ଟଙ୍କା ଗୋଟେଇବାକୁ ଲାଗୁ ଛନ୍ତି । କେବଳ ବ୍ରିଜ ତଳେ ନୁହେଁ ଆଜ୍ଞା ବ୍ରିଜ ଉପରେ ଥିବା ଲୋକ ମାନେ ବି ନିଜ ଗାଡି ବ୍ରିଜ ମଝିରେ ରଖି ସେହି ବ୍ୟକ୍ତିଙ୍କ ପାଖକୁ ଚାଲି ଆସୁଛନ୍ତି । ଆଉ ବ୍ୟକ୍ତିଙ୍କୁ ଟଙ୍କା ମାଗୁ ଛନ୍ତି । ହେଲେ ବ୍ୟକ୍ତି କେବଳ ଟଙ୍କା ଉଡାଉ ଛନ୍ତି ହାତରେ ଦିଆ ଦେଇ ନାହିଁ ।

ଏଭଳି ଟ୍ରାଫିକ ନିୟମ ଉଲଂଘନ ହେବାରୁ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଧରି ନେଇଛି ଆଉ ସେ କାହିଁକି ଏଭଳି ଟଙ୍କା ବର୍ଷା କଲେ ସେନେଇ ପଚରା ଉଚରା କରୁଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *