ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ହୀରାକୁଦ ପାଣି ସ୍ତର ବଢୁଥିବା ବେଳେ , ଏବେ ବୁଢିବାକୁ ବସିଲାଣି ସମ୍ବଲପୁର । ଗତକାଲି ଦିନମାନଙ୍କରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ସବୁ ପାଣିରେ ବୁଢିଛି । ଉପରମୁଣ୍ଡରେ ବର୍ଷା ହେବା ଦ୍ଵାରା ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ବସ୍ତି ,ରାସ୍ତାମାନଙ୍କରେ ପାଣି ରହିଯାଏ । ତେବେ ରବିବାର ଦିନ ହୋଇଥିବା ବର୍ଷା ହେତୁ ସମ୍ବଲପୁର ଅଞ୍ଚଳରେ ପାଣି ଜମିଛି ।
ଚଳିତ ବର୍ଷର ପ୍ରଥମ ଝଲକ ସମ୍ବଲପୁରରେ ଦେଖିବାକୁ ମିଳିଛି । ଆପଣମାନେ ଏହି ଦୃଶ୍ୟକୁ ଥରେ ଭଲଭାବରେ ଦେଖନ୍ତୁ । ଯଥା ସମ୍ବଲପୁରର ସ୍କୁଲ ,ଡାକ୍ତରଖାନା ଓ ରାସ୍ତାମାନଙ୍କରେ କିଭଳି ପାଣି ଜମିଛି ଏବଂ ସେଠାକାର ବାସିନ୍ଦା ବହୁ କଷ୍ଟରେ ପିଲାମାନଙ୍କୁ ବିଦ୍ୟାଳୟକୁ କାଖେଇ ନେଇକି ଯାଉଛନ୍ତି । ସମ୍ବଲପୁରର ଡାକ୍ତରଖାନାରେ ପାଦ ବୁଢିବାଯାଏ ପାଣି ରହିଛି ।
ଡାକ୍ତରଖାନାରେ ରହୁଥିବା ରୋଗୀମାନେ ତଳେ ପାଦ ଥୋଇବା କଷ୍ଟକର ବିଷୟ । ତେବେ ଗତଦିନରେ ଉପରମୁଣ୍ଡରେ ହୋଇଥିବା ବର୍ଷା ହେତୁ ହୀରାକୁଦ ବନ୍ଧର ପାଣି ସ୍ତର ବଡିବାକୁ ଲାଗିଥିଲା । କୁହାଯାଏ ହୀରାକୁଦରେ ପାଣି ସ୍ତର ବଡିଲେ ଏହାର ପ୍ରଭାବ ପ୍ରଥମେ ସମ୍ବଲପୁରରେ ଦେଖାଦିଏ । ହୀରାକୁଦରେ ପାଣି ବଢୁଥିବାରୁ ସମ୍ବଲପୁର ବୁଢିବାକୁ ଆରମ୍ଭ କଲାଣି । ରବିବାର ବର୍ଷା ପାଣିକୁ ହୀରାକୁଦ ନିଷ୍କାସନ କରିଥିଲା ଯାହା ଫଳରେ ଏଭଳି ସ୍ଥିତି ଉପୁଜିଛି ॥
ତେବେ ଏହିତିରେ ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ବେଳେ ସହରା ଅଞ୍ଚଳକୁ ଲାଗିକି ରହିଥିବା ଗାଁ ଗୁଡାକରେ ଅବସ୍ଥା ବହୁତ ଖରାପ । ଲୋକମାନେ ଆଣ୍ଠୁଏ ପାଣିରେ ଯିବାଆସିବା କରୁଛନ୍ତି ତେବେ ସହରରେ ଏଭଳି ସ୍ଥିତି ଥରେ ବସ୍ତିରେ ରହିଥିବା ଲୋକମାନଙ୍କର କଥା ଭାବନ୍ତୁ । ରାଜଭାଟି ,ଉଲୁତ୍କାନୀ ,ହାଟପଡା ,ବିନାଖୋଣ୍ଡି ଓ ହୀରାକୁଦ କଲୋନୀର ସ୍ଥିତି ଏଭଳି ହୋଇଛି ।
ହୀରାକୁଦରେ ବର୍ଷା ଯୋଗୁଁ ଛତିଶଗଡର ପାଣି ଆସି ମୁଶୁଛି ତେଣୁ ହିରାକୁଦର ପାଣି ସ୍ତର ବଢିବାକୁ ଲାଗୁଛି ଯଦି ଏହି ଭଳି ହୁଏ ତେବେ ହୀରାକୁଦର ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି । ସମ୍ବଲପୁର ଭଳି ଅନେକ ଅଞ୍ଚଳର୍ରେ ପାଣି ଜମିପରେ ଯାହା ଯୋଗୁଁ ଲୋକେ ବାହାରଯିବା ଆସିବା କଷ୍ଟକର ହୋଇଯିବ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।