ହିରୋ ଜିଲ୍ଲାପାଳ ! କୁନି କୁନି ନିଷ୍ପାପ ଛୁଆ ମାନଙ୍କ ପାଇଁ ଯାହା କଲେ ନା…ଶୁଣିଲେ ଆପଣ ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉ ଥିବା ଭିଡିଓରେ ଧାଡି ହୋଇ ଏକ ଦୋକାନ ଭିତରକୁ ପ୍ରବେଶ କରୁଛନ୍ତି ଏହି କୁନି କୁନି ଝିଅ ।

ଡ୍ରେସ ଦୋକାନରେ ସମସ୍ତଙ୍କୁ ପ୍ରଣାମ କରୁଛନ୍ତି ଚାତକ ଭଳି ସବୁ ଆଡେ ଅନାଉ ଛନ୍ତି ଯେମିତି କିଛି ନୂଆ ଦେଖୁ ଛନ୍ତି । କାରଣ ଏହି ଝିଅ ମାନେ କେବେ ନୂଆ ଡ୍ରେସ ଦେଖି ନଥିଲେ କି ନୂଆ ଡ୍ରେସ କେବେ ପିନ୍ଧି ନଥିଲେ ଏମାନେ ବାପା-ମା ଛେଉଣ୍ଡ ଏମାନେ ଅନାଥ । ଆଜି ଏମାନଙ୍କ ମୁହଁରେ ଏକ ଆନନ୍ଦର ଖୁସି ଅଛି ଆଉ ଏକ ଅସରନ୍ତି ଚମକ ମଧ୍ୟ ଅଛି । କାରଣ ଆଜି ଏମାନେ ନିଜେ ନିଜ ପସନ୍ଦର ଡ୍ରେସ କିଣୁଛନ୍ତି ।

ଆଉ ଏହି କୁନି କୁମି ନିଷ୍ପାପ ଛୁଆ ମାନଙ୍କର ଏହି ହସ ପଛରେ ରହିଛି ଗଜପତି ଜିଲ୍ଲା ପ୍ରଶାସନ । ବଜାର ବୁଲିବି, ମନପସନ୍ଦର ପୋଷାକ କିଣି ପିନ୍ଧିବି । ଅନାଥ ପିଲାଙ୍କ ପାଇଁ ତ ଏଭଳି ସ୍ୱପ୍ନ ବି ମହଙ୍ଗା । ହେଲେ ଏଠି ବାସ୍ତବରେ ପରିଣତ ହୋଇପାରିଛି ଏହି ଅବସ୍ତାବ କଥା ।

ପାରଳାଖେମୁଣ୍ଡିରେ ରହିଛି ବାଳିକା ଶିଶୁ ଯତ୍ନ କେନ୍ଦ୍ର ।ଏହି କେନ୍ଦ୍ରରେ ୪୦ରୁ ଅଧିକ ବାଳିକା ରହୁଛନ୍ତି । ଏମାନେ ବାପା-ମା ଛେଉଣ୍ଡ ହୋଇଥିବାରୁ ଏମାନଙ୍କ ସମସ୍ତ ଦେଖା ରେଖା କରୁଛି ଜିଲ୍ଲା ପ୍ରଶାସନ । ଆଜି ଯାଏଁ ଯଦି କିଏ ଦାନ କରେ ତା ହେଲେ ଏହି ପିଲା ମାନେ ତାକୁ ଉପଭୋଗ କରୁଥିଲେ । ହେଲେ ଆଜି ଏହି ଜିଲ୍ଲାର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଭାଙ୍ଗି ଦେଲେ ଏହି ପରମ୍ପରା ।

ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସମସ୍ତ ଝିଅଙ୍କୁ ବଜାର ନିଆ ଯାଇଥିଲା ଆଉ ସେମାନେ ନିଜ ମନ ପସନ୍ଦର ପୋଷାକ କିଣି ଥିଲେ । ସାଧାରଣତଃ ଆଶ୍ରମ କିମ୍ବା ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ୟୁନିଫର୍ମ ପିନ୍ଧିବାର ବ୍ୟବସ୍ଥା କରାଯାଇଥାଏ । ସମସ୍ତେ ଏକା ଭଳି ଡ୍ରେସ ପିନ୍ଧି ଥାନ୍ତି ହେଲେ ଆଜି ଏହି ପରମ୍ପରାକୁ ଭାଙ୍ଗି ଛନ୍ତି ଜିଲ୍ଲା ପ୍ରଶାସନ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *