ହେମା ମାଳିନୀଙ୍କର ଦୁଇ ବୋହୁ ତାଙ୍କ ଠାରୁ ବି ଅଧିକ ସୁନ୍ଦର, ଦେଖିଲେ ନଜର ହଟେଇ ପାରିବେନି

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ହେମା ମାଳିନୀଙ୍କର ବୋହୁ ମାନଙ୍କ ବିଷୟରେ କହିବୁ । ହେମା ମାଳିନୀ ଗୋଟିଏ ସମୟରେ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ରୂପେ ପରିଚିତ ଥିଲେ । ହେମା ମାଳିନୀଙ୍କ ସୁନ୍ଦରତା ପାଇଁ ସେହି ସମୟରେ ବହୁତ ଲୋକ ତାଙ୍କ ପଛରେ ପାଗଳ ଥିଲେ । ଡ୍ରିମଗାର୍ଲ ନାମରେ ପରିଚିତ ହେମା ମାଳିନୀ ଆଜି ମଧ୍ୟ ନିଜ ସୁନ୍ଦରତାରେ ସମସ୍ତଙ୍କ ମନ ଜିତୁଛନ୍ତି ।

ହେମା ମାଲିନୀଙ୍କ ଆକର୍ଷିତ ଲୁକ ଓ ସୁନ୍ଦରତାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ହେମା ମାଲିନୀ ତାଙ୍କ ସମୟରେ ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ହେମା ମାଳିନୀଙ୍କ ଲୋକ ପ୍ରିୟତା ବହୁତ ଅଧିକ । ଗୋଟେ ସମୟରେ ଲୋକପ୍ରିୟ ଅଭିନେତା ସଞ୍ଜୀବ କୁମାର ହେମା ମାଳିନୀଙ୍କୁ ପାଗଳ ପରି ପ୍ରେମ କରୁଥିଲେ । ହେଲେ ହେମା ବଲିଉଡର ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ବିବାହ କରିଥିଲେ ।


ହେଲେ ଏହି ଦୁଇ ଜଣ କଳାକାରଙ୍କ ବିବାହ ପାଇଁ ବହୁତ ବାଦବିବାଦ ସୃଷ୍ଟି ହୋଇଥିଲା । ଅବଶ୍ୟ ଧର୍ମେନ୍ଦ୍ର ଓ ହେମା ପରସ୍ପରକୁ ପ୍ରେମ କରୁଥିଲେ, କିନ୍ତୁ ହେମାଙ୍କ ପୂର୍ବରୁ ଧର୍ମେନ୍ଦ୍ରଙ୍କର ବିବାହ କୌର ନାମକ ଏକ ମହିଳାଙ୍କ ସହ ହୋଇଥିଲା । ପ୍ରକାଶ ଓ ଧର୍ମେନ୍ଦ୍ରଙ୍କର ଦୁଇଟି ପୁଅ ମଧ୍ୟ ହୋଇଥିଲା । ସେମାନେ ଥିଲେ ସନି ଦେଓଲ ଓ ବବି ଦେଓଲ ।

ଧର୍ମେନ୍ଦ୍ର ହେମାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ, ହେଲେ ହିନ୍ଦୁ ଧର୍ମରେ ଦୁଇଟି ବିବାହ କରିବାର ଅନୁମତି ନଥିଲା । କିନ୍ତୁ ଧର୍ମେନ୍ଦ୍ର ଏହାର ସମାଧାନ ପାଇଲେ ଓ ଇସଲାମ ଧର୍ମ ଗ୍ରହଣ କରିଲେ । ଇସଲାମ ଧର୍ମ ଅନୁଯାୟୀ ଗୋଟେ ରୁ ଅଧିକ ବିବାହ କରିହେବ । ଏହା ପରେ ଧର୍ମେନ୍ଦ୍ର ହେମାଙ୍କ ସହ ବିବାହ କରିଥିଲେ । ହେମା ଓ ଧର୍ମେନ୍ଦ୍ରଙ୍କର ଦୁଇଟି ଝିଅ ମଧ୍ୟ ଜନ୍ମ ହୋଇଥିଲେ, ସେମାନେ ଥିଲେ ଇଶା ଦେଓଲ ଓ ଆହାନା ଦେଓଲ । ହେଲେ ସୁନ୍ଦରତା ମାମଲାରେ ହେମାଙ୍କର ଦୁଇଜଣ ବୋହୁ କାହା ଠାରୁ କମ ନାହାନ୍ତି ।


ହେମାଙ୍କ ବଡ ପୁଅ ସନି ଦେଓଲଙ୍କ ପତ୍ନୀଙ୍କ ନାମ ହେଉଛି ପୂଜା ଦେଓଲ । ପୂଜା ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି । ସନି ଓ ପୂଜା ଙ୍କ ଯୋଡି ବହୁତ ବଢିଆ ରହିଛି । ଅନ୍ୟ ପକ୍ଷରେ ହେମାଙ୍କ ସାନ ପୁଅ ବବି ଦେଓଲଙ୍କ ପତ୍ନୀଙ୍କର ନାମ ହେଉଛି ତାନିଆ ଦେଓଲ । ତାନିଆ ମଧ୍ୟ ସୁନ୍ଦରତାରେ କାହାଠାରୁ କମ ନୁହନ୍ତି । ତାନିଆ ବହୁତ ଷ୍ଟାଇଲିସ ଓ ଆକର୍ଷିତ ଦେଖାଯାନ୍ତି । ତାନିଆଙ୍କୁ ମଡର୍ନ ଡ୍ରେସ ପିନ୍ଧିବାକୁ ବହୁତ ଭଲ ଲାଗେ । ଦେଓଲ ଫ୍ୟାମିଲି ବର୍ତ୍ତମାନ ବହୁତ ଚର୍ଚାରେ ରହୁଛି । ହେମା ବିବାହ କରିବା ପରେ ବହୁତ କମ ଫିଲ୍ମରେ ନଜର ଆସିଛନ୍ତି ହେଲେ ତାଙ୍କ ଲୋକପ୍ରିୟତା ଆଜି ମଧ୍ୟ କମି ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *