ଏମିତି କେଉଁ ଜିନିଷ ଆମ ପାଖରେ ଥାଏ ଯାହାକୁ ଆମେ ଦେଖି ପାରୁ ହେଲେ ଛୁଇଁ ପାରୁ ନା, ପଢନ୍ତୁ ଏହିପରି ୧୫ ଟି ମଜାଦାର ପ୍ରଶ୍ନ ଓ ତାହାର ଉତ୍ତର

ବନ୍ଧୁଗଣ ଜେନେରାଲ ନଲେଜ ଆମ ଜୀବନରେ ବହୁତ ସହାୟକ ହୋଇଥାଏ । ବିଭିନ୍ନ ସରକାରୀ ଚାକିରିର ଇଣ୍ଟରଭ୍ୟୁ ଏବଂ ଆମ ଦୈନନ୍ଦିନ ଜୀବନରେ ଏହା ବହୁତ ସହାୟକ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଜେନେରାଲ ନଲେଜ ନେଇ ଆସିଛୁ । ଆପଣ ଏହା ବିଷୟରେ ଜାଣି ଆପଣଙ୍କ ଭାଇ ଭଉଣୀ ବା ପିଲା ଛୁଆଙ୍କୁ ଏହାର ଜ୍ଞାନ ଦେଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।

୧. ଆପଣଙ୍କର କେଉଁ ଆବାଜ ଆପଣଙ୍କ ଛଡା ଅନ୍ୟ ସମସ୍ତଙ୍କୁ ଚିଡେଇ ଦେବ ?

ଉତ୍ତର- ଆପଣଙ୍କ ଘୁଙ୍ଗୁଡି

୨. ଏମିତି କେଉଁ ଜିନିଷ ଅଛି ଯାହା କେବଳ ଗୋଟିଏ ଶବ୍ଦ କହିବା ଦ୍ଵାରା ଅଲଗା ହୋଇଯାଇଥାଏ ?

ଉତ୍ତର- ଓଠ

୩. ଏମିତି କେଉଁ ଜିନିଷ ଅଛି ଯାହାକୁ ନିଆଁ ଜଳାଇ ପାରିବ ନାହିଁ ଓ ପାଣି ବୁଡେଇ ପାଇବା ନାହିଁ ?

ଉତ୍ତର- ବରଫ

୪. ଏମିତି କେଉଁ ଜିନିଷ ଅଛି ଯାହାର କାନକୁ ମୋଡିଲେ ପାଣି ଦେଇଥାଏ, ହେଲେ ଏଥିପାଇଁ ସେ କିଛି ନେଇ ନଥାଏ ?

ଉତ୍ତର- ନଳ

୫. ଏମିତି କେଉଁ ଜିନିଷ ଅଛି ଯାହାକୁ ଅନ୍ଧ ମଣିଷ ବହୁତ ଭଲ ଭାବରେ ସାଧାରଣ ମଣିଷଙ୍କ ଠାରୁ ପଢିପାରିବ ?

ଉତ୍ତର- ବ୍ରେଲ ଲିପି

୬. ଏମିତି କେଉଁ ଜିନିଷ ଅଛି ଯାହାର ପୁରା ନିୟନ୍ତ୍ରଣ ଆପଣଙ୍କ ପାଖରେ ଅଛି ହେଲେ ଆପଣ ତାହାକୁ ଦେଖି ପାରନ୍ତି ନାହିଁ ଓ ଛୁଇଁ ପାରନ୍ତି ନାହିଁ ?

ଉତ୍ତର- ଆବାଜ

୭. ପାଞ୍ଚ ଅକ୍ଷରର ନାମ ମୋର ଓଲଟା ସିଧା ଏକ ସମାନ କୁହ କଣ ଏହା ?

ଉତ୍ତର- ନବ ଜୀବନ

୮. ଏମିତି କେଉଁ ଜିନିଷ ଅଛି ଯାହା ଯେତେ ବଢିଥାଏ ତାହା ସେତିକି ମାତ୍ରାରେ କମି ମଧ୍ୟ ଥାଏ ?

ଉତ୍ତର- ବୟସ

୯. ଏମିତି କେଉଁ ଜିନିଷ ଆମ ପାଖରେ ଥାଏ ଯାହାକୁ ଆମେ ଦେଖି ପାରୁ ହେଲେ ଛୁଇଁ ପାରୁ ନା ?

ଉତ୍ତର- ଛାଇ

୧୦. ଛତିଶଗଡର ରାଜଧାନୀର ନାମ କଣ ?

ଉତ୍ତର- ରାୟପୁର

୧୧. ଆଖିରେ ମୁ ଯେତେବେଳେ ବସିଯାଏ, ସେତେବେଳେ ମୁ ତମକୁ ବିଛଣାକୁ ନେଇ ଆସେ, କୁହ ମୁ କିଏ ?

ଉତ୍ତର- ନିଦ

୧୨. ଏମିତି କେଉଁ ଜିନିଷ ଅଛି ଯାହା ପୁରା ଗାଁରେ ବୁଲିଥାଏ, ହେଲେ ମନ୍ଦିରକୁ ଯିବା ପାଇଁ ଭୟ କରିଥାଏ ?

ଉତ୍ତର- ଚପଲ

୧୩. ଏମିତି କେଉଁ ଜିନିଷ ଅଛି ଯାହାକୁ ଯେତେ ଫାଡିବା ସେ ସେତେ ଆବାଜ କରିବ ?

ଉତ୍ତର- ଗଳା

୧୪. ଏମିତି କେଉଁ ଜିନିଷ ଅଛି ଯାହା ଦେଖା ଯାଏ ନାହିଁ, ହେଲେ ବହୁତ କିଛି ଦେଖାଇ ଦିଏ ?

ଉତ୍ତର- ସମୟ

୧୫. ଏମିତି କେଉଁ ଶବ୍ଦ ଅଛି ଯେଉଁଥିରେ ଫଳ, ଫୁଲ ଓ ମିଠା ତିନୋଟି ନାମ ଆସିଥାଏ ?

ଉତ୍ତର- ଗୋଲାପ ଜାମୁ

ଆପଣଙ୍କୁ ଆମର ଏହି ପ୍ରଶ୍ନ ଓ ତାହାର ଉତ୍ତର ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ଜ୍ଞାନ ବର୍ଦ୍ଧକ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *