କେଉଁଠୁ ଆସି କେଉଁଠି ପହଞ୍ଚିଲେ ମା’ଙ୍କ ଜଗରାତାରେ ଗୀତ ଗାଉଥିବା ନେହା କକ୍କର, ଆଜି ଅଟନ୍ତି ବଲିଉଡ ର ସବୁଠୁ ମହଙ୍ଗା ସିଙ୍ଗର

 

୬ ଜୁନ ୧୯୮୮ରେ ରିସିକେଶର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲା ଏକ ଝିଅ । ପିଲାବେଳର ସବୁ ଦିନ କେବଳ ଦୁଃଖ ଓ କଷ୍ଟରେ ଯାଇଥିଲା । ହେଲେ ପରିବାର ର ସବୁ ଅସୁବିଧାର ସାମ୍ନା ମିଶି କି କରୁଥିଲେ । ଖାଇବା ପାଇଁ ସେମାନଙ୍କ ପାଖରେ ଟଙ୍କା ନଥିଲା । ହେଲେ ସେହି ଝିଅ ଆଜି ବଲିଉଡର ସବୁଠାରୁ ମହଙ୍ଗା ସିଙ୍ଗର ରୂପେ ପରିଚିତ । ସେହି ଝିଅ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ଜୀବନ ବିଷୟରେ ।


ଯେତେବେଳେ ନେହା ଛୋଟ ଥିଲେ ସେତେବେଳେ ତାଙ୍କର ବହୁତ ବଡ ସ୍ଵପ୍ନ ଥିଲା, ହେଲେ ସେହି ସ୍ଵପ୍ନକୁ ପୂରଣ କରିବା ପାଇଁ ଟଙ୍କା ନଥିଲା । ନିଜ ସ୍ଵପ୍ନକୁ ପୂରଣ କରିବା ପାଇଁ ନେହା ପ୍ରଥମେ ଯାଇଥିଲେ ଇଣ୍ଡିଆନ ଆଇଡଲକୁ । ଏହି ଶୋ କୁ ସେ ଜିତି ପାରିନଥିଲେ ମଧ୍ୟ ଆଜି ସେ ବଲିଉଡର ଲୋକପ୍ରିୟ ଗାୟିକା। ନେହାଙ୍କର ବଡ ଭଉଣୀଙ୍କ ନାମ ଥିଲା ସୋନୁ କକ୍କର ଓ ଭାଇ ଥିଲେ ଟୋନି କକ୍କର ।

ତାଙ୍କର ପରିବାର ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ମା’ଙ୍କର ଜଗରାତା କରୁଥିଲେ । ନେହା କକ୍କରଙ୍କ ଭଉଣୀ ସୋନୁ କକ୍କରଙ୍କୁ ବହୁତ କମ ବୟସ ହୋଇଥିଲା ଯେତେବେଳେ ସେ ତାଙ୍କ ପରିବାର ସହ ମାଙ୍କ ଜଗରାତାରେ ଗୀତ ଗାଉଥିଲେ । ଏହା ପରେ ସେ ଧୀରେ ଧୀରେ ଛୋଟରୁ ବଡ ସବୁ ଫଙ୍କସନ କରିବାକୁ ଲାଗିଲେ । ନିଜ ଭଉଣୀଙ୍କ ସହ ନେହା ମଧ୍ୟ ମା’ଙ୍କ ଜଗରତାରେ ଗୀତ ଗାଇବାକୁ ଲାଗିଥିଲେ । ନିଜ ସ୍ଵପ୍ନକୁ ପୂରଣ କରିବା ପାଇଁ ନେହା ଇଣ୍ଡିଆନ ଆଇଡଲ ପହଞ୍ଚିଥିଲେ ।

୧୬ ବର୍ଷର ନେହା ଇଣ୍ଡିଆନ ଆଇଡଲ ଜିତି ନଥିଲେ ମଧ୍ୟ ସବୁ ଲୋକମାନଙ୍କ ମନକୁ ଜିତି ନେଇଥିଲେ । ଏହା ପରେ ନେହା ନିଜର ଭିଡିଓ କୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ୨୦୦୬ରେ ସେ ଇଣ୍ଡିଆନ ଆଇଡଲରେ ନଜର ଆସିଥିଲେ ଓ ଏହାପରେ ତାଙ୍କୁ ୨୦୦୮ରେ କାମ ମିଳିଯାଇଥିଲା । ପ୍ରଥମେ ସେ ମିତବ୍ରୋଜ ଙ୍କ ସହ କାମ କରିଥିଲେ ।

ଏହା ପରେ ନେହା ଧୀରେ ଧୀରେ ଗୋଟେ ପରେ ଗୋଟେ ଗୀତ ବଲିଉଡକୁ ଦେଇଥିଲେ ଏବଂ ସେହି ସମସ୍ତ ଗୀତକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏ ଆର ରେହେମାନଙ୍କ ତରଫରୁ ମଧ୍ୟ ତାଙ୍କୁ ଗାଇବା ପାଇଁ ମଉକା ମିଳିଲା । ବର୍ତ୍ତମାନର ସମୟରେ ତାଙ୍କର ସବୁ ଗୀତ ବହୁତ ଲୋକପ୍ରିୟ ଅଟେ ।

ସେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତାକୁ ହାସଲ କରିଛନ୍ତି । ବର୍ତ୍ତମାନ ନେହା କୌଣସି ବଲିଉଡ ଷ୍ଟାର ଠାରୁ କମ ନୁହଁନ୍ତି । ବହୁତ ଶୀଘ୍ର ନେହା ନିଜ ଟ୍ୟାଲେନ୍ଟ ବଳରେ ସଫଳତା ହାସଲ କରିଲେ । ବର୍ତ୍ତମାନ ସେ ତାଙ୍କ ଭାଇ, ଭଉଣୀ ଓ ପରିବାର ଲୋକଙ୍କୁ ବହୁତ ଖୁସିରେ ରଖୁଛନ୍ତି । ତାଙ୍କ ଭାଇ ମଧ୍ୟ କିଛି ଆଲବମରେ ଗୀତ ଗାଇଛନ୍ତି । ନେହାଙ୍କ ପରିବାର ଲୋକ ନେହାଙ୍କ ପାଇଁ ବହୁତ ଗର୍ବିତ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *