ଲକଡାଉନରେ ହରୟାଣା ପୁଅ ବାହାହେଲେ ମେକ୍ସିକୋ ଝିଅକୁ, ଏମିତି ହେଇଥିଲା ଦୁହିଁଙ୍କ ଦେଖା

କରୋନା ଭାଇରସ ଲକଡାଉନ କାରଣରୁ ଦେଶ ସାରା ବିବାହ ଉପରେ ପ୍ରତିବନ୍ଧକ ଲଗା ଯାଇଛି । ଅନେକଙ୍କୁ ନିଜ ପ୍ଲାନ କ୍ଯାନ୍ସେଲ କରିବାକୁ ପଡିଛି ଯାହା ଦ୍ଵାରା ସେମାନଙ୍କୁ ଅନେକ କ୍ଷତି ମଧ୍ୟ ହୋଇଛି । କିଛି ଲୋକ ଯେଉଁମାନେ ଶୁଭଦିନ ଉପରେ ବିଶ୍ଵାସ ରଖନ୍ତି ସେମାନେ ଭିଡିଓ କଲ ମାଧ୍ୟମରେ ବିବାହ କରୁଥିବାର କଥା ସାମ୍ନାକୁ ଆସୁଛି । ଏହି ଲକଡାଉନ କପଲ ମାନଙ୍କ ପାଇଁ କୌଣସି ବାଟ ଛାଡି ନାହିଁ, ସେମାନେ ଯେପରି ହତାଶ ହେବା ପରି ଲାଗୁଛନ୍ତି ।

ଏପରି ସ୍ଥିତିରେ ନିରଞ୍ଜନ ନାମକ ଜଣେ ଯୁବକ ଡାନା ନାମକ ଜଣେ ମେକ୍ସିକୋ ଝିଅଙ୍କୁ ବିବାହ କରିଛନ୍ତି । ସେ ଏହି ବିବାହ ଏପ୍ରିଲ ୧୩ ରେ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁସାରେ କରିଛନ୍ତି ।

ଡାନା ଓ ନିରଞ୍ଜନଙ୍କର କିପରି ହୋଇଥିଲା ସାକ୍ଷାତ

Google

ନିରଞ୍ଜନ ANI କୁ ଦେଇଥିବା ଏକ ରିପୋର୍ଟ ଅନୁଯାୟୀ ଏକ ଲାଙ୍ଗୁଏଜ ଲରନିଙ୍ଗ ଆପ ରେ ୨୦୧୭ ରେ ଏମାନଙ୍କର ସାକ୍ଷାତ ହୋଇଥିଲା ଓ ସେମାନେ ପ୍ରେମରେ ପଡି ଯାଇ ବିବାହର ନିଷ୍ପତ୍ତି ନେଇଥିଲେ । ଡାନା ଓ ନିରଞ୍ଜନ ପ୍ରଥମେ ୨୦୧୭ ରେ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁସାରେ ବିବାହ ପାଇଁ ଆବେଦନ କରିଥିଲେ । ଡାନା ପ୍ରଥମେ ନିରଞ୍ଜନଙ୍କ ଜନ୍ମ ଦିନରେ ଭାରତ ଆସିଥିଲେ ଓ ୨୦୧୮ ରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା । ଏହା ପରେ ଡାନା ମେକ୍ସିକୋ ଫେରି ଯାଇଥିଲେ ।

Google

ମେକ୍ସିକୋ ରେ ଦୁଇ ବର୍ଷ ବିତାଇବା ପରେ ଏହି ଫେବ୍ରୁୟାରୀ ୧୧ ରେ ଡାନା ଓ ତାଙ୍କ ମା ଦେଶରେ ପହଞ୍ଚି ଫେବ୍ରୁୟାରୀ ୧୭ ରେ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁସାରେ ମ୍ୟାରେଜ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ୩୦ ଦିନର ଅବଧି ପରେ ଏହାର ନୋଟିସ ଆସିଥାଏ । କିନ୍ତୁ ଏହା ପରେ ଲକଡାଉନ ଆରମ୍ଭ ହୋଇଗଲା । ତେଣୁ ଏମାନେ ବିବାହ କରି ପାରିଲେ ନାହିଁ । ଏହା ପରେ ଡେପୁଟି କମିଶନର ଏମାନଙ୍କୁ ସାହାର୍ଯ୍ୟ କରିଥିଲେ ।

Google

ଏହି ବିବାହ କରାଇଥିବା ଓକିଲ କହିଛନ୍ତି କି, ‘ଦୁହେଁ ଆମ ପାଖକୁ ଆସିଥିଲେ । ଯେହେତୁ ଝିଅଟି ମେକ୍ସିକୋ ର ନାଗରିକ ଅଟେ ସେମାନେ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁସାରେ ମ୍ୟାରେଜ କରିପାରିବେ, ତେଣୁ ଆମେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖକୁ ଯାଇଥିଲୁ । ସେ ମେକ୍ସିକୋ ଦୂତାବାସ ଓ ଅନ୍ଯାନ୍ଯ କାର୍ଯ୍ଯାଳୟକୁ ବିନା ଆପତ୍ତି ଜନକ ପ୍ରମାଣପତ୍ର ପାଇଁ ଆବେଦନ କଲେ । ଏନଓସି ପାଇବା ପରେ ଏପ୍ରିଲ ୧୩ ରାତି ୮ ଟା ରେ ଜିଲ୍ଲା କୋର୍ଟରେ ଏମାନଙ୍କର ବିବାହ ହୋଇଥିଲା ।

Leave a Reply

Your email address will not be published. Required fields are marked *