ଆଗ ଅପେକ୍ଷା ଆଜି ବହୁତ ସୁନ୍ଦର ଆଉ ବୋଲ୍ଡ ଦେଖା ଯାଉଛନ୍ତି Govinda ଙ୍କ ଲାଲ ଦୁପଟେ ବାଲି ହିରୋଇନ, ଜାଣନ୍ତୁ ସେ ଏବେ କେଉଁଠି ଅଛନ୍ତି ଓ କଣ କରୁଛନ୍ତି ?

ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି ସୁପର ହିଟ ଫିଲ୍ମ ରହିଛି ଯେଉଁଥିରେ ଅଭିନୟ କରିଥିବା ଅଭିନେତ୍ରୀ ମାନଙ୍କୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ହେଲେ ସମୟ କ୍ରମେ ଲୋକମାନେ ସେହି ଅଭିନେତ୍ରୀ ମାନଙ୍କୁ ଭୁଲି ମଧ୍ୟ ଯାଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଗୋବିନ୍ଦାଙ୍କ ସହ ଏକ ଫିଲ୍ମରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ୪୫ ବର୍ଷ ବୟସର ହୋଇସାରିଛନ୍ତି ଓ ପୂର୍ବ ଅପେକ୍ଷା ବହୁତ ବଦଳି ମଧ୍ୟ ଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକଙ୍କ ବିଷୟରେ ।

ବନ୍ଧୁଗଣ ୯୦ ଦଶକରେ ବହୁତ ସାରା ଫିଲ୍ମ ସୁପର ହିଟ ହୋଇଥିଲା । ସେହି ସମୟରେ ଗୋବିନ୍ଦାଙ୍କର ଏକ ଫିଲ୍ମ ଆସିଥିଲା ଯାହାର ନାମ ହେଉଛି ‘ଆଖେ’ । ବନ୍ଧୁଗଣ ଏହି ଫିଲ୍ମରେ ଗୋବିନ୍ଦାଙ୍କ ସହ ଅଭିନେତ୍ରୀ ରିତୁ ଶିବପୁରୀ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମର ଏକ ଗୀତ ‘ଲାଲ ଦୁପଟା ବାଲି’ଟି ବହୁତ ଲୋକପ୍ରିୟ ହୋଇଥିଲା । ବନ୍ଧୁଗଣ ଏହି ଫିଲ୍ମଟି ୧୯୯୩ ମସିହାରେ ରିଲିଜ ହୋଇଥିଲା ଓ ସୁପର ହିଟ ମଧ୍ୟ ହୋଇଥିଲା । ରିତୁଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରିଥିଲେ ।

ବନ୍ଧୁଗଣ ରିତୁଙ୍କ ଜନ୍ମ ୨୨ ଜାନୁୟାରୀ ୧୯୭୫ ମସିହାରେ ମୁମ୍ବାଇରେ ହୋଇଥିଲା । ରିତୁଙ୍କ ମାତା ପିତା ମଧ୍ୟ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ । ଫିଲ୍ମ ‘ଆଖେରେ ରିତୁ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରିଥିଲେ  ।ଏହି ଫିଲ୍ମ ବ୍ଯତୀତ ‘ଆର ୟା ପାର, ଭାଇ-ଭାଇ, ଲଜ୍ୟା, ଶକ୍ତି ଦ ପାୱାର, ଗ୍ଲେମର ଗାର୍ଲ ଓ ହଦ କରଦି ଆପନେ ଆଦି ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ହେଲେ ତାଙ୍କୁ ବଲିଉଡରେ ସଫଳତା ‘ଆଖେ’ ଫିଲ୍ମରୁ ମିଳିଥିଲା ।

କିନ୍ତୁ ବନ୍ଧୁଗଣ ବହୁତ ସମୟ ହେବ ରିତୁ ବଲିଉଡ ଠାରୁ ଦୂରରେ ଅଛନ୍ତି ଓ ବର୍ତ୍ତମାନ ସେ ୪୫ ବର୍ଷ ବୟସର ହୋଇସାରିଛନ୍ତି । କେବଳ ୧୭ ବର୍ଷ ବୟସରେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିବା ଅଭିନେତ୍ରୀ ରିତୁ ବର୍ତ୍ତମାନ ବହୁତ ଅଧିକ ବଦଳି ଯାଇଛନ୍ତି । ସେ ୨୦୧୭ରେ ଟିଭି ସିରିଏଲ ‘ଇସ ପ୍ୟାର କୋ କ୍ଯା ନାମ ଦୂ’ରେ ନଜର ଆସିଥିଲେ । ବର୍ତ୍ତମାନ ଆପଣ ମାନେ ରିତୁଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ବଲିଉଡରେ ସଫଳତା ପାଇବା ପରେ ସେ ବଡ ବିଜନେସ ମ୍ୟାନ ବେଙ୍କେଟଙ୍କ ସହ ବିବାହ କରିଥିଲେ ଓ ବର୍ତ୍ତମାନ ଏହି ଦୁଇଜଣଙ୍କର ତିନୋଟି ଛୁଆ ମଧ୍ୟ ଅଛନ୍ତି । ୪୫ ବର୍ଷ ବୟସରେ ରିତୁ ବହୁତ ଯବାନ ନଜର ଆସୁଛନ୍ତି । ବର୍ତ୍ତମାନ ସେ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି । ଆପଣ ମାନେ ଆମ ଫଟୋ ଦ୍ଵାରା ରିତୁଙ୍କୁ ଦେଖିପାରୁଥିବେ । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ରିତୁ କେମିତି ଲାଗିଲେ ଆମକୁ କମେନ୍ଟ କରନ୍ତୁ ଓ ବଲିଉଡ ର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *