ଜଣେ ବାପା ଝିଅକୁ ଗୋଟିଏ ଫଳ ଦେଲା, କହିଲା ଭୋକ ହେଲେ ଖାଇବୁ, ଶୋଷ ହେଲେ ହେଲେ ପିଇବୁ ଏବଂ ଶୀତ ହେଲେ ଜଳାଇ ଦେବୁ ?

ସାଙ୍ଗମାନେ ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ସାଙ୍ଗମାନେ ପିଲାବେଳେ ଆମେ ବହୁତ ପ୍ରକାରର ଖେଳ ଖେଳିଛୁ । ସେଥିରୁ ଗୋଟିଏ ହେଲା ପ୍ରଶ୍ନ ଉତ୍ତର ଖେଳ । ଯେଉଁଥିରେ ଆମେ ସାମ୍ନା ବାଲାକୁ କିଛି ମଜାଦାର ପ୍ରଶ୍ନ ପଚାରିଥାଉ ଓ ସେ ତାହାର ଉତ୍ତର ଦେଇଥାଏ । ଏହି ଉତ୍ତର ଗୁଡିକ ଖୁବ ସହଜ ହୋଇଥାଏ କିନ୍ତୁ ଏହା ମୁଣ୍ଡକୁ ସହଜରେ ଆସି ନଥାଏ । ପ୍ରକୃତରେ ଏହା ଆମର ଉପସ୍ଥିତ ବୁଦ୍ଧିକୁ ମଧ୍ୟ ପରୀକ୍ଷା କରିଥାଏ । ଆଜି ଆମେ ଆପଣଙ୍କ ପାଇଁ ଠିକ ସେହିପରି କିଛି ପ୍ରଶ୍ନ ଓ ତାହାର ଉତ୍ତର ଆଣି ଆସିଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ପ୍ରଶ୍ନ -୧

ଲାଞ୍ଜ ଅଛି ହେଲେ ଡେଣା ନାହିଁ

ଆକାଶରେ ଉଡେ ସାଇଁ ସାଇଁ

ଏହି ଉତ୍ତର କହିବ ଯିଏ

ମକର ଚାଉଳ ଖାଇବ ସିଏ ?

ଉତ୍ତର – ଗୁଡି, ଯାହାର ଲାଞ୍ଜ ଅଛି କିନ୍ତୁ ଡେଣା ନାହିଁ କିନ୍ତୁ ସେ ଆକାଶରେ ଉଡିଥାଏ ।

ପ୍ରଶ୍ନ – ୨

କେଉଁ ପେଡିରେ ଚାବି ନାହିଁ ?

ଉତ୍ତର -ନିଆଁ ପେଡି

ପ୍ରଶ୍ନ -୩

ମା ଠାରୁ ପୁଅ ହୋଇଲା ଜାତ

କ୍ଷୀର ନ ଖାଉଣୁ ଖାଇଲା ଭାତ

ମା କୁ ସେ ପୁଅ ଛୁଇଁବ ନାହିଁ

ଛୁଇଁଲେ ସେ ପୁଅ ରହିବ ନାହିଁ ?

ଉତ୍ତର – ଲୁଣ

ପ୍ରଶ୍ନ – ୪

ବଣରୁ ଆସିଲା କୁତି

ଭାତରେ ଦେଲା ମୁତି ?

ଉତ୍ତର – ଲେମ୍ବୁ, ସାଧାରଣତଃ ଗଛରୁ ଆସିଥାଏ ଯାହାକି ବଣ ବା ବାଡି ବଗିଚାରେ ହୋଇଥାଏ ଯାହାକି ଭାତରେ ଚିପୁଡା ହୋଇଥାଏ ।

ପ୍ରଶ୍ନ – ୫

କହିବନି କହିଲେ ଏ ଘର ରହିବନି

ଉତ୍ତର – କଟୁ ସତକଥା (ସତ କହିଲେ ବାଧେ, ଯାହାକୁ କହିବ ତାକୁ ବାଧିବ ଓ ସମ୍ପର୍କ ଭାଙ୍ଗିଯାଏ )

ପ୍ରଶ୍ନ – ୬

ସେ କିଏ ଯିଏ ମୁକ ବଧିର ଅନ୍ଧ ହେଲେ ମଧ୍ୟ ସବୁବେଳେ ସତ କୁହେ ?

ଉତ୍ତର – ଆଇନା, ଯିଏ କି ସବୁବେଳେ ସତ କହିଥାଏ ତା ସାମ୍ନା ରେ ମୁକ ଥାଉ କି ବଧିର ଥାଉ କି ଅନ୍ଧ ଥାଉ କି ଗରିବ ଥାଉ କି ଧନୀ ସେ ସବୁବେଳେ ସତ କୁହେ )

ପ୍ରଶ୍ନ – ୭

ସେ କିଏ ଯିଏ ନିଜେ ରାସ୍ତା ଦେଖି ପାରେନି କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?

ଉତ୍ତର – ଅନ୍ଧ ଲୋକର ବାଡି, ଯିଏ ନିଜେ ସିନା ରାସ୍ତା ଦେଖି ପାରେନି କିନ୍ତୁ ଅନ୍ଧ ଲୋକଟିଏ ତାକୁ ଧରିଲେ ସେ ତାକୁ ବାଟ କଢେଇ ନିଏ ।

ପ୍ରଶ୍ନ – ୮

ସେ କେଉଁ ଫୁଲ ଯାହା କେବେ ବି ଫୁଟି ନଥାଏ ?

ଉତ୍ତର – ଏପ୍ରିଲ ଫୁଲ, ଯାହାକି ଫୁଟି ନଥାଏ ଆମେ ସମସ୍ତଙ୍କୁ ଏପ୍ରିଲ ଫୁଲ ବନାଇ ଥାଉ ।

ପ୍ରଶ୍ନ – ୯

ସେ କେଉଁ ଡ୍ରାଇଭର ଯାହାର ଲାଇସେନ୍ସ ଦରକାର ହୁଏନି ?

ଉତ୍ତର – ସ୍କୃ ଡ୍ରାଇଭର, ଯିଏ କି ଆମର ମରାମତି କାମରେ ଲାଗିଥାଏ, ଯାହାର କୌଣସି ଲାଇସେନ୍ସ ଦରକାର ନାହିଁ ।

ପ୍ରଶ୍ନ – ୧୦

ଜଣେ ବାପା ଝିଅକୁ ଗୋଟିଏ ଫଳ ଦେଲା

କହିଲା ଭୋକ ହେଲେ ଖାଇବୁ,

ଶୋଷ ହେଲେ ହେଲେ ପିଇବୁ

ଏବଂ ଶୀତ ହେଲେ ଜଳାଇ ଦେବୁ ?

ଉତ୍ତର – ନଡିଆ, ଭୋକ ହେଲେ ଯାହାକୁ ଆମେ ଖାଇ ପାରିବା, ଶୋଷ ହେଲେ ନଡିଆ ପାଣି ପିଇ ପାରିବା ଓ ଶୀତ ହେଲେ ନଡିଆର କତାକୁ ଜାଳି ପାରିବା ।

ତେବେ ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ର ଖେଳ କିପରି ଲାଗିଲା ଆମକୁ ଜଣାଇବେ, ଯଦି ଆପଣଙ୍କୁ ଏହା ମଧ୍ୟରୁ କୌଣସି ପ୍ରଶ୍ନର ଉତ୍ତର ଜଣା ଅଛି ତେବେ ଆମକୁ କମେଣ୍ଟ କରି ଜଣାଇବେ ଓ ଅନ୍ୟମାନଙ୍କ ସହିତ ଶେୟାର ମଧ୍ୟ କରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *