ଦେଖନ୍ତୁ Video: ପ୍ରଥମ ଥର ପାଇଁ ରୋମାଣ୍ଟିକ ଗୀତ ଗାଇଲେ Ollywood ହିରୋଇନ ଶିବାନୀ (Sivani Sangita), ଏତେ ମିଠା ସ୍ଵର ! ଶୁଣିଲେ ଆପଣ ବି ଝୁମିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ସମସ୍ତେ ଫିଲ୍ମ ହେଉ ଅଥବା ସିରିଆଲ ଦେଖିବାକୁ ବହୁତ ପସନ୍ଦ କରିଥାଉ । କିନ୍ତୁ ଫିଲ୍ମ ଓ ସିରିଆଲ ଆଦି କୁ ପସନ୍ଦ କରିବାର ମୁଖ୍ୟ କାରଣ ହେଉଛି ସଙ୍ଗୀତ ।

ଏହି ସବୁ ମଧ୍ୟରେ ଆମେ ଆଲବମ୍ ସଙ୍ଗୀତ କୁ ଅଧିକ ମାତ୍ରାରେ ଭଲ ପାଇବା ଦେଇଥାଉ । ଆମେ ଓଡ଼ିଆ ଫିଲ୍ମ କୁ ଯେତିକି ମାତ୍ରାରେ ଭଲ ପାଇବା ଦେଇ ନଥାଉ ତା’ ଠାରୁ ଅଧିକ ଭଲ ପାଇବା ଦେଇଥାଉ ସେହି ଫିଲ୍ମ ର ସଙ୍ଗୀତ କୁ । ଗୋଟିଏ ଫିଲ୍ମ ର ସଙ୍ଗୀତ ନିର୍ମାଣ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ କ୍ୟାମେରା ପଛରେ ଥିବା ବ୍ୟକ୍ତି । ସେମାନେ ହିଁ ସଙ୍ଗୀତ ନିମନ୍ତେ ଅସଲ ପ୍ରଶଂସନୀୟ ବ୍ୟକ୍ତି ଅଟନ୍ତି ।

ସେମାନେ ନିଜ କଣ୍ଠଦାନ ଦ୍ଵାରା ହିଁ ସଙ୍ଗୀତ କୁ ସୁମଧୁର କରନ୍ତି ଏବଂ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରନ୍ତି । ତେବେ ଓଲିଉଡ ଜଗତ ରେ ଅନେକ ବଡ଼ ବଡ଼ ସଙ୍ଗୀତଜ୍ଞ ଅଛନ୍ତି । ହୁମାନ ସାଗର, ଅସୀମା ପଣ୍ଡା, ଶୈଳଭାମା, ନମିତା ଅଗ୍ରୱାଲ ଆଦି ଓଲିଉଡ ର ଲେଜେଣ୍ଡାରୀ ସିଙ୍ଗର ଅଛନ୍ତି । ସେମାନେ ନିଜ କଣ୍ଠ ମାଧୁର୍ଯ୍ୟ ରେ ସମସ୍ତ ଦର୍ଶକ ଙ୍କ ମନକୁ କିଣି ନେଇଛନ୍ତି । ପ୍ରାୟ ସମସ୍ତ ଅଭିନେତ୍ରୀ ଷ୍ଟୁଡିଓ ରେ ଗୀତ ଗାଇବା ନିମନ୍ତେ ଚେଷ୍ଟା କରିଥାନ୍ତି ।

କିନ୍ତୁ ଏଥର ଷ୍ଟୁଡିଓ ରେ ପ୍ରଥମ ଥର ପାଇଁ ଗୀତ ଗାଇଛନ୍ତି ସମସ୍ତଙ୍କ ପ୍ରିୟ ଶିବାନୀ । କଟକ ଷ୍ଟୁଡିଓ ରେ ସଙ୍ଗୀତ ରେ କଣ୍ଠ ପ୍ରଦାନ କରିଛନ୍ତି ଶିବାନୀ । ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି । ସଙ୍ଗୀତ ଟି ହେଉଛି, ପ୍ରେମ ହେଲା ଜାଣିଲି । ତେବେ ଶିବାନୀ ମଧ୍ୟ ଉତ୍ସାହ ରେ ଚାହିଁ ବସିଛନ୍ତି ଯେ, ଦର୍ଶକ ମାନେ ଯେପରି ତାଙ୍କ ଅଭିନୟ କୁ ଭଲ ପାଇବା ଦେଇଛନ୍ତି ତାଙ୍କ ସଙ୍ଗୀତ କୁ କେତେ ମାତ୍ରାରେ ଭଲ ପାଇବା ମିଳିବ ।

ଅଭିନେତ୍ରୀ ଶିବାନୀ ସ୍ୱୟଂ ଜଣାଇଛନ୍ତି ଯେ, ସେ ଛୋଟବେଳୁ ଅଭିନୟ ଓ ନୃତ୍ୟ ଶିଖିବା ପୂର୍ବରୁ ସଙ୍ଗୀତ ପ୍ରତି ରୁଚି ରଖିଥିଲେ ଏବଂ ସଙ୍ଗୀତ ଶିଖିଥିଲେ । ସଙ୍ଗୀତ ପ୍ରତି ଛୋଟବେଳୁ ତାଙ୍କ ମନରେ ଭଲ ପାଇବା ରହିଛି । ତେବେ ଷ୍ଟୁଡ଼ିଓ ରେ ଶିବାନୀ ଙ୍କ ମାଆ ଓ ଜେଜେମା ଥିବାର ଲକ୍ଷ କରାଯାଇଛି । ସେମାନଙ୍କ ଆଶୀର୍ବାଦ ଯୋଗୁଁ ଶିବାନୀ ଭଲ ଗୀତ ଗାଇ ପାରିଛନ୍ତି ବୋଲି ସ୍ୱୟଂ ଶିବାନୀ କହିଛନ୍ତି । ବେଶ ସୁମଧୁର ସ୍ୱର ରେ ଗୀତ ଟି ରେକର୍ଡ ହୋଇଛି ।

ଏହି ସଙ୍ଗୀତ କୁ ଭଲ ପାଇବା ନିମନ୍ତେ ସମସ୍ତ ଓଡ଼ିଶା ବାସୀ ଙ୍କୁ ଅନୁରୋଧ କରିଛନ୍ତି ଶିବାନୀ । ଏକ ସୁମଧୁର କଣ୍ଠ ନେଇ ଜନ୍ମଗ୍ରହଣ କରିଛନ୍ତି ଶିବାନୀ । ନୃତ୍ୟ ଓ ଅଭିନୟ ସହିତ ସଙ୍ଗୀତ କ୍ଷେତ୍ରରେ ମଧ୍ୟ କିଛି କମ ନାହାନ୍ତି ଅଭିନେତ୍ରୀ ଶିବାନୀ । ପ୍ରେମାନନ୍ଦ ଙ୍କ ଦ୍ଵାରା ନିର୍ଦେଶିତ ଏହି ସଙ୍ଗୀତ ଟି କେତେ ମାତ୍ରାରେ ଭଲ ପାଇବା ସାଉଁଟି ପାରୁଛି, ସେଥିପାଇଁ ସମସ୍ତେ ଅପେକ୍ଷା ରେ ଅଛନ୍ତି ।

ଶିବାନୀ ଙ୍କ ଗୀତଟି ଆପଣଙ୍କୁ ପସନ୍ଦ ଆସିଥିଲେ ଶିବାନୀଙ୍କ ପାଇଁ ଗୋଟେ ଲାଇକ ଓ ସେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *