Vastu Shastra – ସ୍ଵୟଂ ମାତା ଲକ୍ଷ୍ମୀ ଦେଇଛନ୍ତି ବରଦାନ, ଯିଏ ଏହି ସମୟରେ ଘରେ ଲଗାଏ ଝାଡୁ, ମା’ ଲକ୍ଷ୍ମୀ ଧନ ଦୌଲତ ରେ ଭରି ଦିଅନ୍ତି ତା’ ଘର

ବନ୍ଧୁଗଣ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ବାସ ସେହି ଘରେ ହୋଇଥାଏ ଯେଉଁଠି ପୋଛା ଲଗାଇବା ସମୟରେ କିଛି କଥାର ଧ୍ୟାନ ରଖାଯାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ନିଜ ଘରେ ପୋଛା ଲଗାଇବା ସମୟରେ କେଉଁ କେଉଁ କଥାର ଧ୍ୟାନ ରଖିବା ଆବଶ୍ୟକ ଓ ଏମିତି ଆମେ କଣ କଲେ ଘରେ ଧନ ଆସିବାର ଭଲ ସ୍ରୋତ ମିଳିଯିବ । ଆପଣଙ୍କୁ କହି ଦେଉଛୁ କି କିଛି ଲୋକ ଘରେ ପୋଛା ଲଗାଇବା ସମୟରେ କିଛି ଏମିତି ଭୁଲ କରି ବସନ୍ତି ଯେଉଁ କାରଣରୁ ସେହି ଘରେ ଦରିଦ୍ରତା ବାସ କରିଥାଏ ଓ ଧନ ଆସିବା ବଦଳରେ ଯିବାକୁ ଲାଗିଥାଏ । ଏଥିପାଇଁ ପୋଛା ଲଗାଇବା ସମୟରେ ପାଣିରେ କିଛି ଏମିତି ଜିନିଷ ପକାନ୍ତୁ ଯେଉଁ କାରଣରୁ ଘରେ ଧନର ବର୍ଷା ହେବାକୁ ଲାଗିବ । ତେବେ ଚାଲନ୍ତୁ ଜାଣିବା ।

୧. ବାସ୍ତୁ ଅନୁସାରେ ଯଦି କେବେ ବି ଆପଣ ନିଜ ଘରେ ପୋଛା ଲଗାଉଛନ୍ତି ତେବେ ଦିନ ୧୨ ଟା ପରେ ଲଗାନ୍ତୁ ନାହିଁ କାରଣ ଏହି ସମୟ ଝାଡୁ ପୋଛା କରିବା ପାଇଁ ଶୁଭ ହୋଇ ନଥାଏ । ଯଦି ଆପଣଙ୍କୁ ଧନର ପ୍ରାପ୍ତି ଦରକାର ଓ ଆପଣ ଚାହାଁନ୍ତି କି ଘରେ ମା’ ଲକ୍ଷ୍ମୀଙ୍କର ବାସ ହେଉ ତେବେ ନିଜ ଘରେ ସକାଳ ସମୟରେ ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ଝାଡୁ ପୋଛା ଲଗାନ୍ତୁ ।

ଏମିତି କରିବା ଦ୍ଵାରା ସକରାତ୍ମକ ପରିଣାମ ମିଳିଥାଏ ଓ ଧନର ଭଲ ସ୍ରୋତ ବି ମିଳିଥାଏ । କାରଣ ସକାଳ ସମୟରେ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏଥିପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ସକାଳୁ ହିଁ ଘର ଝାଡୁ ପୋଛା କରନ୍ତୁ ।

୨. ଲିମ୍ବ ପତ୍ରର ପାଣି

ଯଦି ଆପଣ ଘରେ ପୋଛା ଲଗାଉଛନ୍ତି ତେବେ ଏହି କାମ ଅବଶ୍ୟ କରନ୍ତୁ । କିଛି ଲିମ୍ବ ପତ୍ର ନେଇ ତାହାକୁ ଏକ ବାସନରେ କିଛି ପାଣି ସହିତ ଗରମ କରି ନିଅନ୍ତୁ । ଯେତେବେଳେ ପାଣି ଫୁଟିବାକୁ ଲାଗିବ ତେବେ ସେହି ପତ୍ର କୁ କାଢି ଫୋପାଡି ଦେବେ ।

ସେହି ପାଣିରୁ ଏକ ଗ୍ଳାସ ପାଣି ନେଇ ପୋଛା ଲଗାଉଥିବା ବାଲ୍ଟିରେ ପକାନ୍ତୁ ଓ ଘରକୁ ପୋଛା ଲଗାନ୍ତୁ । ଯଦି ଆପଣ ସପ୍ତାହରେ ଥରେ ଏମିତି କରନ୍ତି ତେବେ ଆପଣଙ୍କ ଘରେ ମାତା ରାଣୀଙ୍କ ବାସ ହୋଇଯିବ ଓ ଆପଣଙ୍କ ଘରୁ ଭୟଙ୍କର ରୁ ଭୟଙ୍କର ରୋଗ ବି ଦୂରେଇ ରହିବ । କାରଣ ଲିମ୍ବ ପତ୍ର ରେ ଏମିତି କିଛି ଶକ୍ତି ଥାଏ ଯାହା କୀଟାଣୁ ଙ୍କର ନାସ କରିଥାଏ ।

୩. ବାସ୍ତୁ ଶାସ୍ତ୍ର ଅନୁସାରେ ମାନ୍ୟତା ଅଛି କି ଗୁରୁବାର ଦିନ ପୋଛା ଲଗାଇବା ଠାରୁ ବଞ୍ଚିବା ଆବଶ୍ୟକ । ବାସ୍ତୁ ଅନୁସାରେ ଘରର ଉତ୍ତର-ପୂର୍ବ ଦିନ ବା ଐଶାନ୍ୟ କୋଣ ର କାରକ ଗ୍ରହ ଗୁରୁ ଅଟନ୍ତି । ଘରର ଏହି କୋଣରେ ପୋଛା ଲଗାଇବା ଦ୍ଵାରା ଗୁରୁ ଗ୍ରହ ଅଶୁଭ ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି କୁ ଭାଗ୍ଯର ସାଥ ମିଳି ନଥାଏ । ଏଥିପାଇଁ ଗୁରୁବାର ଦିନ ପୋଛା ଲଗାଇବା ଠାରୁ ବଞ୍ଚିବା ଆବଶ୍ୟକ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *