ଘରେ ଧନର ଆମଦାନୀ ବଢାଇବା ପାଇଁ କରନ୍ତୁ ଏହି ସହଜ ଉପାୟ

ଏହି ସଂସାରରେ ବଞ୍ଚିବା ପାଇଁ ହେଲେ ପରିଶ୍ରମ କରି ଧନ ଉପାର୍ଜନ କରିବାକୁ ହେବ ଓ ସେହି ଧନ ଦ୍ଵାରା ଆପଣ ନିଜର ଜୀବନକୁ ଖୁସିରେ ଅତିବାହିତ କରି ପାରିବେ । କିନ୍ତୁ କେତେକ ଲୋକମାନେ ବହୁତ ପରିଶ୍ରମ କରିବା ସତ୍ବେ ବି ଘରେ କିମ୍ବା ତାଙ୍କ ପାଖରେ ଟଙ୍କା ରୁହେ ନାହିଁ । ଏହାର କାରଣ ଆପଣଙ୍କ ଘରର ବାସ୍ତୁ ଦୋଷ ହୋଇପାରେ । ଏମିତିରେ କିଛି ଉପାୟ କରିବା ଦ୍ଵାରା ଆପଣ ବହୁତ ଟଙ୍କା ଆୟ ବି କରି ପାରିବେ ଓ ସେହି ଟଙ୍କାକୁ ସଞ୍ଚୟ କରି ବି ରଖି ପାରିବେ ।

·    ଘରର ତିଜୋରିର ମୁହଁ ଉତ୍ତର ଦିଗକୁ ରଖନ୍ତୁ । ଏହିଭଳି କରିବା ଦ୍ଵାରା ଧନଲାଭ ହୋଇଥାଏ ଓ ଟଙ୍କା ଘରେ ରହିଥାଏ । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଟଙ୍କା ରଖିବାର ସ୍ଥାନ କିମ୍ବା ତିଜୋରିର ସ୍ଥାନ ଦକ୍ଷିଣ ଦିଗ ଆଡକୁ ରହିବା ଉଚିତ ନୁହେଁ ।

·    ଶୋଇବା ଘର କାନ୍ଥ କିମ୍ବା କୋଣରେ କୌଣସି ପ୍ରକାରର ଧାତୁ ଜିନିଷ ରହିବା ଉଚିତ ନୁହେଁ । ଶୋଇବା ଘରର କାନ୍ଥରେ କୌଣସି ପ୍ରକାରର ଦାଗ କିମ୍ବା କାନ୍ଥରେ ଭଙ୍ଗା ଦାଗ ରହିବା ଉଚିତ ନୁହେଁ । ଏହା ଦ୍ଵାରା ଆର୍ଥିକ କ୍ଷତି ହୋଇଥାଏ ।

·    ଘର ଭିତରୁ ଯେଉଁ ପାଣି ବାହାରକୁ ବାହାରି ଥାଏ ଯଦି ତାହାର ଦିଗ ସଠିକ ନ ଥିବ ତେବେ ବି ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ପଶ୍ଚିମ ଓ ଦକ୍ଷିଣ ଦିଗରୁ ଘରର ପାଣି ବାହାରକୁ ଯିବା ଉଚିତ ନୁହେଁ । ପାଣି ବାହାରିବା ସ୍ଥାନ ସର୍ବଦା ପୂର୍ବ ଓ ଉତ୍ତର ଦିଗ ହେବା ଉଚିତ । ଏହି ଦିଗରୁ ପାଣି ବାହାରିବା ଶୁଭ ହୋଇଥାଏ । ଯାହା ଦ୍ଵାରା ଘରେ ଧନର ଅସୁବିଧା ହୁଏ ନାହିଁ ।

·    ଯଦି ଘରର ଗ୍ୟାରେଜ କିମ୍ବା ଘର ଭିତରେ କୌଣସି ପ୍ରକାରର ଅଦରକାରୀ ବସ୍ତୁ କିମ୍ବା ଭଙ୍ଗା ବାସନ ଅଛି ତେବେ ତୁରନ୍ତ ତାକୁ ବାହାରକୁ ବାହାର କରି ଦିଅନ୍ତୁ । ପ୍ରାୟତଃ ଦେଖା ଯାଇଛି କି ଘର ଭିତରେ କିଛି ଆବର୍ଜନା ଓ ଭଙ୍ଗା ଜିନିଷ ପଡିଥାଏ । ଏହା ଦ୍ଵାରା ଆପଣଙ୍କୁ ଟଙ୍କାର କ୍ଷତି ସହିବାକୁ ପଡିଥାଏ ।

Image courtesy: Google

·    ଘରର ପାଣି କଳରୁ ନିରନ୍ତର ପାଣି ବାହାରିବା କିମ୍ବା ପାଣିକଳକୁ ଭଲ ଭାବରେ ବନ୍ଦ ନ କରିବା ଦ୍ଵାରା ପାଣି କଳରୁ ପାଣି ବାହାରୁଥାଏ । ଏହି ସବୁ ଜିନିଷ ବି ବାସ୍ତୁଦୋଷ ଅଟେ । ଯାହା ଦ୍ଵାରା ଆପଣଙ୍କୁ ଆର୍ଥିକ ସମସ୍ୟା ହୋଇଥାଏ । ପାଣି କଳରୁ ପାଣି ବାହାରିବା ମାନେ ଧୀରେ ଧୀରେ ସବୁ ଟଙ୍କା ଖର୍ଚ ହୋଇଯିବା । ସେଥିପାଇଁ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଶେୟାର କରନ୍ତୁ ଓ ଏହିପରି ଅନେକ ବାସ୍ତୁ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *