Vastu Shastra- ଭୁଲରେ ବି ଏହି ଦିନ କରନ୍ତୁ ନାହିଁ ଘର ଧୂଆପୋଛା, ନଚେତ ହେଇଯିବେ ଲକ୍ଷ୍ମୀଛଡା

ବନ୍ଧୁଗଣ କଥାରେ ଅଛି ସ୍ବଚ୍ଛତା ହିଁ ଭଗବାନ । ଏଥିପାଇଁ ଶାସ୍ତ୍ରରେ ମଧ୍ୟ ସଫା ସୁତରା ରହିବା ପାଇଁ ପରାମର୍ଶ ଦିଆ ଯାଇଛି । ନିଜକୁ ସଫା ସୁତରା ରଖିବା ସହ ନିଜ ପରିବେଶ ଓ ନିଜ ଘରକୁ ସ୍ବଚ୍ଛ ରଖୁଥିବା ବ୍ୟକ୍ତିମାନେ ସବୁବେଳେ ସୁଖ ଓ ସମୃଦ୍ଧି ପ୍ରାପ୍ତ କରିଥାନ୍ତି । ଏହି କଥା ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା ହୋଇଛି । ତେଣୁ ଶାସ୍ତ୍ର ଅନୁସାରେ ସଫା ସୁତରା କରିବାର କିଛି ନୀତି ନିୟମ ମଧ୍ୟ ଉଲ୍ଲେଖ ରହିଛି । ଏହାକୁ ପାଳନ କାଲେ ମାତା ଲକ୍ଷ୍ମୀ ଙ୍କ କୃପାରୁ ଗୃହରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।

ଏବଂ ଏହାକୁ ପାଳନ ନ କଲେ ଏହାର ବିପରିତ ପ୍ରତିକ୍ରିୟା ଆପଣଙ୍କୁ ଭୋଗିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଗୃହ ସଫା କରିବାର କଣ ସବୁ ବାସ୍ତୁ ବିଧାନ ରହିଛି ଏବଂ କେଉଁ ଦିନ ସଫା କରିବା ଉଚିତ ଓ କେଉଁ ଦିନ ସଫା କରିବା ଅନୁଚିତ ଅଟେ । ତେବେ ଆସନ୍ତୁ ଜାଣିବା ।

୧. ଦିନ ୧୨ ଟା ପରେ କେବେ ହେଲେ ଘର ଧୁଆ ପୋଛା କେରିବା ଉଚିତ ନୁହେଁ । ଏମିତି କଲେ ମାତା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି ବୋଲି କୁହା ଯାଇଛି । କାରଣ ପ୍ରାତଃକାଳ ହେଉଛି ଦେବୀ ଲକ୍ଷ୍ମୀ ଙ୍କର ଆଗମନର ସମୟ । ତେଣୁ ଏହି ସମୟରେ ଘର ଧୁଆ ପୋଛା କରିବା ଉଚିତ ।

୨. କେବେ ହେଲେ ଗୁରୁବାର ଦିନ ଘର ଧୁଆ ପୋଛା କରନ୍ତୁ ନାହିଁ । ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଦିନ ଘର ଧୋଇବା ଶୁଭ ହୋଇଥାଏ । ଏମିତି ନ କରି ଗୁରୁବାର ଦିନ ଘର ଧୋଇଲେ ଗୁରୁଗ୍ରହ ଶନି ଓ ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ତେଣୁ ଗୁରୁବାର ଦିନ ଭୁଲରେ ବି ଘର ଧୁଆ ପୋଛା କରନ୍ତୁ ନାହିଁ ।

୩. ଘର ଧୁଆ ପୋଛା କରୁଥିଲେ ଗୋଟିଏ କଥାର ଧ୍ୟାନ ରଖିବା ଆବଶ୍ୟକ । ଖାଲି ପାଣିରେ ଘର ଧୋଇଲେ ବି ପାଣିରେ ଲିମ୍ବ ପତ୍ର ପକାଇ ଘର ଧୁଅନ୍ତୁ । ପ୍ରଥମେ ଲିମ୍ବ ପତ୍ର କୁ ଏକ ପାତ୍ରରେ ରଖି ଗରମ କରନ୍ତୁ । ଏହା ଫୁଟିବାକୁ ଲାଗିଲେ ଏହି ପାଣିକୁ ଘର ପୋଛା ପାଣିରେ ପକାଇ ଦିଅନ୍ତୁ ଓ ଘର ପୋଛନ୍ତୁ । ଏମିତି କରିବା ଦ୍ଵାରା ଘରେ ମାତା ଲକ୍ଷ୍ମୀ ଙ୍କର ବାସ ହୋଇଥାଏ ଓ ଘରକୁ ରୋଗ ବ୍ୟାଧି ଆସି ନଥାଏ ।

୪. ଘର ଧୁଆ ପୋଛା କରୁଥିବା ବେଳେ ଧୁଆ ପୋଛା ପାଣିରେ ଅଳ୍ପ ଲୁଣ ପକାଇ ଧୁଅନ୍ତୁ । କାରଣ ଲୁଣର ସମ୍ବନ୍ଧ କୁବେର ଓ ମାତା ଲକ୍ଷ୍ମୀ ଙ୍କ ସହ ରହିଛି । ଏହା କରିବା ଦ୍ଵାରା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କର ଆଗମନ ହୋଇଥାଏ ।

ତେବେ ବନ୍ଧୁଗଣ ଆପଣମାନେ ଘର ଧୁଆ ପୋଛା କରୁଥିବା ସମୟରେ ଏହି ସବୁ ନୀତି ନିୟମକୁ ପାଳନ କାଲେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ବାସ ହୋଇଥାଏ । ଏହା ସହିତ ଘରକୁ ଧନ ସମ୍ପତ୍ତି ର ଆଗମନ ହୋଇଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *