ଘର କି ଅଫିସ ସାମ୍ନାରେ ଲେମ୍ବୁ ଓ ଲଙ୍କା କଣ ପାଇଁ ଟଙ୍ଗା ଯାଇଥାଏ ? ଏହା ପଛରେ କଣ ରହିଛି ମହତ୍ଵ ! Vastu Gyan

ଘରେ କି ଦୋକାନ ସାମ୍ନାରେ ଲେମ୍ବୁ, ଲଙ୍କା ଟାଙ୍ଗିବାର ଦୃଶ୍ୟ ଆମେ ସମସ୍ତେ ଅନେକ ସମୟରେ ଦେଖିଥାଉ । ତେବେ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ ? ଯେ ଲେମ୍ବୁ ଓ ଲଙ୍କା ଟଙ୍ଗାଯିବାର ଅର୍ଥ କଣ ହୋଇଥାଏ ? ଏହା ଟାଙ୍ଗିବା ପଛରେ କଣ ରହିଛି ଚମତ୍କାରୀ ଫାଇଦା ସେହି ବିଷୟରେ ଚାଲନ୍ତୁ ଆଲୋଚନା କରି ଜାଣିବା । ତେବେ ଘର ସାମ୍ନା କି ବ୍ୟବସାୟ ସ୍ତଳରେ ଲେମ୍ବୁ, ଲଙ୍କା ଟାଙ୍ଗିବା ଦ୍ଵାରା ସେହି ସ୍ଥାନ ଉପରେ ନଜର ପଡିନଥାଏ ।

ତେଣୁ ଲୋକମାନେ ଏହିଭଳି ଭାବେ ନଜରରୁ ବଞ୍ଚାଇବା ପାଇଁ ଲେମ୍ବୁ ଓ ଲଙ୍କାକୁ ଟାଙ୍ଗୀଥାନ୍ତି । ହେଲେ କେବଳ ନଜରରୁ ବଞ୍ଚାଇବା ସହ ଅନ୍ୟ କିଛି ମଧ୍ୟ ଲେମ୍ବୁ, ଲଙ୍କା ଟାଙ୍ଗିବାରେ ଫାଇଦା ରହିଛି । ମାତା ଲକ୍ଷ୍ମୀ ଓ ମାତା କୁଲକ୍ଷ୍ମୀ ବ୍ୟକ୍ତିର ଶୟନ କାଳ ସମୟରେ ତାଙ୍କର ଘରକୁ ଆସିଥାନ୍ତି । କେବଳ ବ୍ୟକ୍ତିର ଶୟନ ସମୟରେ ନୁହେଁ, ବଂର ଏମାନେ ଯେକୌଣସି ସମୟରେ ମଧ୍ୟ କୌଣସି ଘରକୁ ଯାଇପାରନ୍ତି ।

ତେବେ ଯେତେବେଳେ କୁଲକ୍ଷ୍ମୀ କୌଣସି ଘରକୁ ଯାଇଥାନ୍ତି । ସେତେବେଳେ ଯଦି ସେହି ଘର ସାମ୍ନାରେ ଲେମ୍ବୁ ଓ ଲଙ୍କା ଟଙ୍ଗା ହୋଇଥିବାର ଦେଖିଥାନ୍ତି । ତେବେ କୁଲକ୍ଷ୍ମୀ ସେହି ଟଙ୍ଗା ଯାଇଥିବା ଲେମ୍ବୁ ଓ ଲଙ୍କାକୁ ଖାଇଦେଇଥାନ୍ତି । କାରଣ କୁଲକ୍ଷ୍ମୀଙ୍କର ଲେମ୍ବୁ ଓ ଲଙ୍କା ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେବେ କୁଲକ୍ଷ୍ମୀ ସେହି ଲେମ୍ବୁ ଓ ଲଙ୍କା ଖାଇ ସେହି ଘରର ଦ୍ଵାର ମୁହଁରୁ ହିଁ ଚାଲି ଯାଇଥାନ୍ତି ।

ସେଥିପାଇଁ ଘର ମଧ୍ୟକୁ କୁଲକ୍ଷ୍ମୀଙ୍କର ପ୍ରବେଶ ନହେବା ପାଇଁ ଘର କିମ୍ବା କାର୍ଯ୍ୟସ୍ତଳରେ ଲେମ୍ବୁ ଓ ଲଙ୍କା ଟଙ୍ଗା ଯାଇଥାଏ । ଏଥିସହ ଯେଉଁ ଘରେ ମିଠା ଦ୍ରବ୍ୟ ପ୍ରସ୍ତୁତ କରାଯାଇଥାଏ । ସେହି ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ତେବେ ଘରର କୌଣସି ସ୍ଥାନରେ ବା ଘରର ଫ୍ରିଜ ମଧ୍ୟରେ ଲେମ୍ବୁ ଓ ଲଙ୍କାକୁ କିନ୍ତୁ ଏକାଠି କରି ରଖନ୍ତୁ ନାହିଁ । ନଚେତ ସେହି ଘରକୁ ଦରିଦ୍ରତା ଚାଲି ଆସିଥାଏ ।

ତେଣୁ ଘରେ ଲେମ୍ବୁ ଓ ଲଙ୍କାକୁ ଅଲଗା ଅଲଗା କରି ରଖନ୍ତୁ । ଏଥିସହ ଲେମ୍ବୁ ଓ ଲଙ୍କାକୁ ଘର କିମ୍ବା ଅଫିସ ସାମ୍ନାରେ ଟାଙ୍ଗିବାର ଫାଇଦା ହେଉଛି । ଘର ଉପରେ କାହାର କୁଦ୍ରୁଷ୍ଟି ପଡିବ ନହିଁ । ଏଥିସହ ସେହି ସ୍ଥାନର ସୁଖ ଓ ସମୃଦ୍ଧି ଧୀରେ ଧୀରେ କରି ବଢିବାକୁ ଲାଗିବା ଆରମ୍ଭ କରିବ ।

ସେହି ଘର ଉପରେ ସଦା ସର୍ବଦା ମା’ ଲକ୍ଷ୍ମୀଙ୍କର ଶୁଭଦ୍ରୁଷ୍ଟି ମଧ୍ୟ ପଡିବ । ଯାହାକି ଘରର ସମସ୍ତ କ୍ଷେତରେ ତଥା ଉନ୍ନତି ଦିଗରେ ସାହାଜ୍ଯ କରିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *