ଏଠି ଗଛ ଉପରେ ଝୁଲୁଛି କଣ୍ଢେଇ, ଆସିଥାଏ ଝିଅର କାନ୍ଦିବାର ଆବାଜ, କାରଣ ଜାଣିଲେ ଉଡିଯିବ ହୋସ

ଏହି ଦୁନିଆରେ ବହୁତ ଅଜବ ଗଜବ ଜିନିଷ ଅଛି । ଯାହା ବିଷୟରେ ଶୁଣିଲେ ମନୁଷ୍ୟ ଡରି ବି ଯାଏ ଓ ଆଶ୍ଚର୍ଯ୍ୟ ବି ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ଏହିଭଳି ଏକ ଅଜବ ଜିନିଷ ନେଇ ଆସିଛୁ, ଯାହାକୁ ଶୁଣିବା ପରେ ଆପଣଙ୍କୁ ଡର ବି ଲାଗିବ ଓ ଏହା ସହିତ ଆପଣ ଆଶ୍ଚର୍ଯ୍ୟ ବି ହୋଇଯିବେ । କହିବାକୁ ଗଲେ ଏହି ଜିନିଷ ଆପଣଙ୍କୁ ମେକ୍ସିକୋ ସହରରେ ଦେଖିବାକୁ ମିଳିବ ।

ମେକ୍ସିକୋରେ କଣ୍ଢେଇ ଗୁଡିକର ଆଇଲ୍ୟାଣ୍ଡ ଅଛି ଯେଉଁଠି ଭଲ ଭଲ ଲୋକମାନଙ୍କ ବି ମୁହଁ ବନ୍ଦ ହୋଇ ଯାଇଛି । ଏହି ଆଇଲ୍ୟାଣ୍ଡର ଯେଉଁ ସ୍ଥାନକୁ ଦେଖିବେ, ସେଠି କେବଳ ଭୁତିଆ କଣ୍ଢେଇ ହିଁ ନଜର ଆସିବ । ଗଛ ଠାରୁ ନେଇ ମାଟି ଓ ପାଣି ପର୍ଯ୍ୟନ୍ତ ଚାରି ଆଡେ ଏଠି କେବଳ କଣ୍ଢେଇ ହିଁ କଣ୍ଢେଇ ନଜର ଆସିବ ଓ କଣ୍ଢେଇ ଗୁଡିକୁ ଦେଖିଲେ ଆପଣ ସତରେ ଭୟଭୀତ ହୋଇଯିବେ ।

ଏଠି କେବଳ କଣ୍ଢେଇ ନଜର ଆସି ନ ଥାଏ ଏହା ଛଡା ଏକ ଝିଅର ଆବାଜ ବି ଶୁଣିବାକୁ ମିଳିଥାଏ । ଲୋକମାନଙ୍କ କହିବା ଅଟେ କି ତାଙ୍କୁ କେତେ ଥର ଏମିତି ଲାଗିଥାଏ କି ସେହି ଝିଅଟି ତାଙ୍କର ପିଛା କରୁଛି । କହିବାକୁ ଗଲେ ଏହି କଣ୍ଢେଇ ଏହି ସ୍ଥାନକୁ କେମିତି ଆସିଲା ଓ କାହିଁକି ଏହି ସ୍ଥାନଟି ଏତେ ଭୟଙ୍କର ହୋଇଗଲା, ଏହା ପଛର କାହାଣୀ ବି ବହୁତ ରୋଚକପୂର୍ଣ୍ଣ ଅଟେ ।

ଏହି ସମସ୍ତ କଣ୍ଢେଇକୁ ଏଠି ଡନ ଜୁଲିୟନ ନାମକ ଏକ ବ୍ୟକ୍ତି ଟାଙ୍ଗି ଥିଲେ । କାହାଣୀ ଅନୁସାରେ ସହର ଠାରୁ ଦୂରରେ ଡନ ଜୁଲିୟନ ଏଠି ନିଜର ପତ୍ନୀଙ୍କ ସହ ବସବାସ କରୁଥିଲେ । ଏହା ପରେ ଦିନେ ତାଙ୍କୁ ଏକ କେନାଲରେ ଏକ ଶିଶୁର ଶବ ମିଳିଲା । ତାହାର କିଛି ଦିନ ପରେ ସେହି କେନାଲରେ ତାଙ୍କୁ ଏକ କଣ୍ଢେଇ ନଜର ଆସିଲା । ଏହା ପର ଠାରୁ ଅଚାନକ ଡନ ଜୁଲିୟନଙ୍କୁ ସେହି ଶିଶୁର ଆତ୍ମା ହଇରାଣ କରିବାକୁ ଲାଗିଲା ।

ଏହା ପରେ ସେହି ଶିଶୁର ଆତ୍ମାକୁ ଶାନ୍ତି କରିବା ପାଇଁ ଡନ ଜୁଲିୟନ ପୁରା ଆଇଲ୍ୟାଣ୍ଡରେ କଣ୍ଢେଇ ଟାଙ୍ଗିବା ଆରମ୍ଭ କରିଦେଲେ । ଡନ ଜୁଲିୟନ ନିଜ ଘରର ଚାରିପଟେ ବି କଣ୍ଢେଇକୁ ଦୌଡି ଦ୍ଵାରା ଟାଙ୍ଗି ଦେଇଛନ୍ତି । ଯାହା ଦ୍ଵାରା ସେହି ଆତ୍ମା ତାଙ୍କୁ ହଇରାଣ ନ କରିବ । କିନ୍ତୁ ସେହି ସ୍ଥାନକୁ ଆସୁଥିବା ଲୋକମାନଙ୍କ କହିବା ଅଟେ କି ତାଙ୍କୁ ଆଜି ବି କୌଣସି ଝିଅର ଆବାଜ ଶୁଣିବାକୁ ମିଳିଥାଏ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *