Odia Puzzle- ଗଛ ଲଗେଇଲି ଫଳିବା ପାଇଁ ଫଳ ପାଚିଲା ହେଲେ ଝଡିଲା ନାହିଁ ? କୁହନ୍ତୁ ତାହା କଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଓଡିଆ ଢଗର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।

୧. କେତେବେଳେ ପିଏ କଳା, କେତେବେଳେ ପିଏ ନାଲି, ପେଟ ଶୁଖିଗଲେ ତାର ଆଉ ନ ପାରଇ ଚାଲି, ସେ କିଏ ?

ଉତ୍ତର- କଲମ କଳା ଓ ନାଲି ଇଙ୍କର ଥାଏ ହେଲେ ଇଙ୍କ ସରିଗଲେ କଲମ ଚାଲି ନଥାଏ ।

୨. ଗରମ ପାଇଲେ ଆକାଶେ ଉଡେ ଶୀତଳ ପାଇଲେ ତଳକୁ ପଡେ, ତାହା କଣ ?

ଉତ୍ତର- ବାଷ୍ପ ଗରମ ପାଇଲେ ଆକାଶେ ଉଡେ ଯେତେବେଳେ ଶୀତଳ ହୁଏ ସେ ତଳକୁ ପଡେ ।

୩. ଟୋକିର ମୁଣ୍ଡ ଲାଣ୍ଡିଆ ବଣ ନ ଥାଇ ମୁଣ୍ଡିଆ, ତାହା କଣ ?

ଉତ୍ତର- ପାହାଡ ମୁଣ୍ଡ ଲାଣ୍ଡିଆ ଆଉ ବଣ ନ ଥାଇ ମୁଣ୍ଡିଆ ।

୪. ଗଛ ଲଗେଇଲି ଫଳିବା ପାଇଁ ଫଳ ପାଚିଲା ହେଲେ ଝଡିଲା ନାହିଁ ?

ଉତ୍ତର- ଭେଣ୍ଡି ଗଛ ଲଗେଇଲେ ଭେଣ୍ଡି ତୋଳିବାକୁ ପଡେ ହେଲେ ତାହା ଝଡେ ନାହିଁ ।

୫. କାଦୁଅରେ ଗଡାପଡା, ଆଠ ଗୋଟି ଗୋଡ ତାର ଦୁଇ ଗୋଡ ପାଙ୍କୁଡା ?

ଉତ୍ତର- କଙ୍କଡା କାଉଦରେ ଗଡାପଡା ହୋଇଥାଏ ଓ ତାର ୮ଟି ଗୋଡ ଥାଏ ।

୬. ମାମୁ ଘରେ ଗୋଠେ ଗାଈ ରାତି ପାହିଲେ ମୋତେ ନାହିଁ ?

ଉତ୍ତର- ତାରା ରାତିରେ ଦେଖାଯାଏ ହେଲେ ରାତି ପାହିଲେ ଗୋଟେ ବି ତାରା ନଥାଏ ।

୭. କଞ୍ଚା ହଳଦିଆ ପାଚିଲେ କଳା ନ କହି ପାରିଲେ ରାଜ୍ୟରୁ ପଳା, ତାହା କଣ ?

ଉତ୍ତର- ଖଜୁରୀ କୋଳି କଞ୍ଚାରେ ହଳଦିଆ ଓ ପାଚିଲେ କଳା ଦେଖାଯାଏ ।

୮. କଳା ମୁଚୁମୁଚୁ ଜଙ୍ଗଲରେ ରହେ କାଳିଆ ଷଣ୍ଢ ସୋରିଷ ଠାରୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ ?

ଉତ୍ତର- ଉକୁଣି ଆମ କଳା କେସରେ ଥାଏ ଏହା ସୋରିଷ ଠାରୁ ଛୋଟ ଓ ଏହା ମଣିଷ ରକ୍ତ ପିଇଥାଏ ।

୯. ଠକ ଠକ ଠକସା ତିନି ମୁଣ୍ଡ ଦଶ ଗୋଡ ଦେଖିଛକି ମଉସା ?

ଉତ୍ତର- ହଳ ଓ ହଳିଆ

୧୦. କଞ୍ଚା ବେଳେ ଲତପତ ପାଚିଗଲେ ଟାଣ, ଏହାର ଉତ୍ତର କହିଦିଅ ରହିଲା ମୋ ରାଣ ?

ଉତ୍ତର- ମାଟି ହାଣ୍ଡି କଞ୍ଚା ବେଳେ ଲତପତ ହୋଇଥାଏ ହେଲେ ଏହା ଶୁଖିଗଲେ ଟାଣ ହୋଇଯାଇଥାଏ ।

Leave a Reply

Your email address will not be published. Required fields are marked *