ଆପଣ ଫ୍ରିଜ ର ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି କି, ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ, ନହେଲେ…

ଗରମ ଦିନରେ ଥଣ୍ଡା ପାଣି ପିଇବା କାହାକୁ ବା ପସନ୍ଦ ନୁହେଁ । ଖାସ କରି ଯେତେବେଳେ ବାହାରୁ ଖରାରୁ ଆସି ଥଣ୍ଡା ପାଣି ଯଦି ମିଳିଯାଏ ତେବେ ମଜା ଆସି ଯାଇଥାଏ, କିନ୍ତୁ କଣ ଆପଣ ଜାଣନ୍ତି କି ଫ୍ରିଜର ଥଣ୍ଡା ପାଣି ପିଇଲେ ଆପଣଙ୍କୁ ବହୁତ ଅସୁବିଧା ହୋଇପାରେ । ଆଜ୍ଞା ହଁ, ଏହା ସତ କି ଫ୍ରିଜର ଥଣ୍ଡା ପାଣି ଦ୍ଵାରା ଆପଣଙ୍କୁ କେତେ ପ୍ରକାରର ଅସୁବିଧା ହୋଇ ଥାଏ । ଯଦି ଆପଣ ଜାଣି ନାହାଁନ୍ତି ତେବେ ଏହି ଲେଖାଟି ଆପଣଙ୍କ ପାଇଁ ।

ଫ୍ରିଜର ପୁରା ଥଣ୍ଡା ପାଣି ପିଇଲେ ଅନ୍ତ ଶୁଖି ଯାଇଥାଏ , ଯାହାଦ୍ଵାରା ସେ ନିଜର କାମ ଠିକ ଭାବରେ କରି ପାରି ନଥାଏ । ସେଥିପାଇଁ ସକାଳୁ ଠିକ ସେ ପେଟ ସଫା ହୋଇ ପାରି ନଥାଏ ଓ କୋଷ୍ଟ କାଠିନ୍ୟ , ଏସିଡିଟିର ସମସ୍ୟା ହେବାକୁ ଲାଗିଥାଏ । ଫ୍ରିଜର ପାଣିକୁ ପିଇଲେ ଲମ୍ବା ସମୟ ପର୍ଯ୍ୟନ୍ତ କୋଷ୍ଟ କାଠିନ୍ୟ ହୋଇଥାଏ , ଯାହାଦ୍ଵାରା ଆପଣଙ୍କର ପୁରା ପାଚନ ତନ୍ତ୍ର ଗଡବଡ ହୋଇପରେ ଓ ଅନ୍ୟ କେତେକ ରୋଗ ଜନ୍ମ ନେଇଥାଏ ।

ଆୟର୍ବେଦରେ କୋଷ୍ଟ କାଠିନ୍ୟକୁ ସବୁ ରୋଗର ମୂଳ କାରଣ ବୋଲି କୁହା ଯାଇଛି । ଅତ୍ୟାଧିକ ଥଣ୍ଡା ପାଣି ପିଇଲେ ଶରୀର କୋଷିକା ଗୁଡିକ ଶୁଖି ଯାଇଥାଏ ଓ ଠିକ ଭାବରେ କାମ କରି ନଥାଏ । ଏହାର ପ୍ରଭାବ ଆପଣଙ୍କୁ ମେଟାବୋଲିଜମ ଓ ସ୍ବାସ୍ଥ୍ୟ ଉପରେ ସିଧା ପଡ଼ିଥାଏ । ଏହା ଆପଣଙ୍କ ଛାତିର ସ୍ପନ୍ଦନକୁ କମ କରିଥାଏ ।

ଫ୍ରିଜର ପାଣି ପିଇଲେ ଗଳା ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ । ଯଦି ପ୍ରତିଦିନ ଆପଣ ଏହି ଅଭ୍ୟାସ ରଖିବେ ତେବେ ଟନସିଲ , ଗଳା, ଫୁସଫୁସ ଓ ହଜମ ପ୍ରକ୍ରିୟା ଜନିତ ରୋଗ ହେବା ପାଇଁ ବହୁତ କମ ସମୟ ଲାଗିଥାଏ । ଗରମରେ ଫ୍ରିଜର ଥଣ୍ଡା ପାଣି ବଦଳରେ ଆପଣ ମାଠିଆର ପାଣି ପିଇ ପାରିବେ , ଏହା ଥଣ୍ଡା ହେବା ସହିତ ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ଭଲ ହୋଇଥାଏ ।

ସେଥିପାଇଁ ଥଣ୍ଡା ପାଣିରୁ ଦୂରେଇ ରୁହନ୍ତୁ କାହିଁକି ନା ଏହା ପାଟିକୁ ଭଲ ଲାଗିବ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ ।ଆଶା କରୁଛୁ ଆପଣଙ୍କୁ ଏହା ଭଲ ଲାଗିଥିବେ । ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରି ଏମିତି ଆହୁରି ଅନେକ ହେଲ୍ଥ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *