ବନ୍ଧୁଗଣ, ସୂଚନା ଅନୁଯାୟୀ ଟି-20 ବିଶ୍ଵକପ ବର୍ତ୍ତମାନ ଶେଷ ଆଡକୁ ଗତି କରୁଛି । କେତେକ ଦଳ ଏହି ସମ୍ମାନ ଜନକ ଟୁର୍ନାମେଣ୍ଟରୁ ପ୍ରାୟ ବାଦ ପଡୁଥିବା ବେଳେ ଅନେକ ଦଳ ଯୋଗ୍ୟତା ଅର୍ଜନ ନିମନ୍ତେ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି । କେଉଁ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ ସେ ନେଇ କୌଣସି ନିଶ୍ଚିତତା ନାହିଁ କିନ୍ତୁ ଅଷ୍ଟ୍ରେଲିଆର ପୂର୍ବତ୍ତନ ଅଧିନାୟକ ରିକି ପଣ୍ଟିଙ୍ଗ ଭବିଷ୍ୟତବାଣୀ କରିଛନ୍ତି ।
ପଣ୍ଟିଙ୍ଗ ନିକଟରେ ଆଇସିସିଆଇ ସ୍ତମ୍ଭ ରେ ଲେଖିଛନ୍ତି ଯେ ସତ କହିବାକୁ ଗଲେ ମେଲବଣ୍ଡରେ କେଉଁ ଦଳ ଫାଇନାଲ ଖେଳିବ ତାହା କେହି ଜାଣି ନାହାଁନ୍ତି ମାତ୍ର ସେ ଭାବୁଛନ୍ତି ଯେ ଅଷ୍ଟ୍ରେଲିଆ ଯୋଗ୍ୟତା ହାସଲ କରିବ । ଏହି ଟୁର୍ନାମେଣ୍ଟରେ ଦକ୍ଷିଣ ଆଫ୍ରିକା ମଧ୍ୟ ବିପଦ ଜନକ ଦେଖାଯାଉଅଛି । ମାତ୍ର ଟୁର୍ନାମେଣ୍ଟର ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇପାରିବ ।
ଟି-20 ବିଶ୍ଵକପରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୪ ଟି ମ୍ୟାଚ ମଧ୍ୟରୁ ୩ ଟି ଜିତିଛି ଭାରତ । ପାକିସ୍ଥାନ, ନେଦରଲ୍ୟାଣ୍ଡ ଏବଂ ବାଂଲାଦେଶ କୁ ପରାସ୍ତ କରି ଗୃପ-ବି ର ପଏଣ୍ଟ ରେ ପ୍ରଥମ ସ୍ଥାନରେ ରହିଛି । ଏଥି ସହିତ ଅଷ୍ଟ୍ରେଲିଆ ଦଳର ସ୍ଥିତି ଟିକିଏ ଖରାପ ରହିଛି । ୟୁଜରଲ୍ୟାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମେ ମ୍ୟାଚ ହାରିଥିଲା, ଏଥି ସହିତ ବର୍ଷା ହେତୁ ଇଂଲ୍ୟାଣ୍ଡ ବିପକ୍ଷ ମ୍ୟାଚ କୁ ବାତିଲ କରାଯାଇଥିଲା ।
ବର୍ତ୍ତମାନ ଅଷ୍ଟ୍ରେଲିଆ ଆୟରଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା କୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଦଳ ଶୁକ୍ରବାର ଆଫଗାନିସ୍ଥାନ ବିପକ୍ଷରେ ଖେଳିବ । ତେବେ ଆଫଗାନିସ୍ଥାନକୁ ଏକ ବଡ ବ୍ୟବଧାନରେ ଜିତିବାକୁ ପଡିବ କାରଣ ଇଂଲଣ୍ଡ ଏବଂ ନିଉଜିଲ୍ୟାଣ୍ଡ ଦଳ ତୁଳନାରେ ଅଷ୍ଟ୍ରେଲିଆର ରନ ହାର ବହୁତ କମ ଅଟେ । ତେବେ ଟି-୨୦ ବିଶ୍ଵକପ ୨୦୨୨ ରେ କେଉଁ ଦୁଇଟି ଦଳ ଖେଳିବେ ? ଏହାକୁ ନେଇ କ୍ରିକେଟ ପ୍ରେମୀ ମାନଙ୍କର ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଥିଲା ।
ସେ ଯାହା ହେଉ ନା କାହିଁକି ଭାରତବାସୀ କିନ୍ତୁ ସବୁବେଳେ ଭାରତ ସପକ୍ଷରେ ଅଛନ୍ତି ଏବଂ ଭାରତ ବିଜେତା ହେବ ବୋଲି ଅନେକଙ୍କ ଆଶା ରହିଅଛି । ଅନେକ ଏହାକୁ ନେଇ ନାନା ପ୍ରକାରର ଆକଳନ ମଧ୍ୟ ଲଗାଇବାରେ ବ୍ୟସ୍ତ । ନିଶ୍ଚିତ ଭାବରେ ସ୍ଥିର ରହି ଖେଳିଲେ ବିଜୟ ସୁନିଶ୍ଚିତ । ତେବେ ଚଳିତ ବର୍ଷ ବିଶ୍ଵକପ କୁ ନେଇ କ୍ରିକେଟଖେଳାଳି ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।