26 ବର୍ଷ ହେବ ଫିଲ୍ମ ଠାରୁ ଦୂରେଇ ଯାଇଛନ୍ତି Bollywood ର ଏହି ହିରୋଇନ, ତଥାପି ମହାରାଣୀ ପରି କାଟୁଛନ୍ତି ଜୀବନ

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ଅନେକ କଳାକାର ଆସିଥାନ୍ତି ଓ ଅନେକ କଳାକାର ଯାଇଥାନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ କଳାକାର ମାନେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ସଫଳତା ମିଳିବା ପରେ ମଧ୍ୟ ସେମାନେ ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡିତ ହୋଇ ରହିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବଲିଉଡ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟତା ହାସଲ କରିବା ପରେ ମଧ୍ୟ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଥିଲେ ।

କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେ ଆଜି ମଧ୍ୟ ମହାରାଣୀଙ୍କ ଭଳି ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକଙ୍କ ବିଷୟରେ । ବନ୍ଧୁଗଣ ୧୯୯୦ ମସିହାରେ ଆସିଥିବା ସୁପର ହିଟ ଫିଲ୍ମ ‘ସ୍ଵର୍ଗ’ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ରାଜେସ ଖନା, ଗୋବିନ୍ଦା ଓ ଜୁହୀ ଚାବଲା ଥିଲେ । ଏହି ଫିଲ୍ମଟି ପାରିବାରିକ କାହାଣୀ ଉପରେ ଆଧାରିତ ଥିଲା ଓ ସେହି ସମୟରେ ଏହି ଫିଲ୍ମଟି ସୁପର ହିଟ ହୋଇଥିଲା ।

ଏହି ଫିଲ୍ମରେ ମାଧବୀ ଭୂମିକା କରିଥିବା ଅଭିନେତ୍ରୀଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ସେ ଏହି ଫିଲ୍ମରେ ରାଜେସ ଖନାଙ୍କ ପତ୍ନୀର ଭୂମିକା କରିଥିଲେ । ବନ୍ଧୁଗଣ ଏହା ସହିତ ମାଧବୀ ଅମିତାବ ବଚ୍ଚନଙ୍କ ସହ ‘ଅଗ୍ନିପଥ’ ଓ ‘ଅନ୍ଧ କାନୁନ’ ଆଦି ଫିଲ୍ମରେ ମଧ୍ୟ କାମ କରିଥିଲେ । ମାଧବୀ ନିଜ କାରିୟରର ଆରମ୍ଭ ସାଉଥ ଫିଲ୍ମରୁ କରିଥିଲେ । ଏହା ପରେ ସେ ୧୯୮୧ ମସିହାରେ ବଲିଉଡ ଫିଲ୍ମ ‘ଏକ ଦୁଜେ କେ ଲିଏ’ରେ ନିଜ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରି ଥିଲେ ।

ବନ୍ଧୁଗଣ ଏହି ଫିଲ୍ମ ପରେ ସେ ଅନ୍ଧ କାନୁନ,ମୁଝେ ଶକ୍ତି ଦୋ, ଅଗ୍ନିପଥ, ମିସାଲ, ଗିରଫ୍ତାର, ଲୋହା, ସତ୍ୟମେବ ଜୟତେ, ପ୍ୟାର କା ମନ୍ଦିର, ସ୍ଵର୍ଗ, ଜଖମ, ହାର ଜିତ ଓ ଖୁଦାଇ ଆଦି ଅନେକ ସୁପର ହିଟ ଫିଲ୍ମରେ ସେ କାମ କରିଥିଲେ । ଖୁଦାଇ ତାଙ୍କର ଶେଷ ଫିଲ୍ମ ଥିଲା । ମାଧବୀ ବିଜନେସ ମ୍ୟାନ ରାଲ୍ଫ ଶର୍ମାଙ୍କ ସହ କରିଥିଲେ । ମାଧବୀ ଓ ରାଲ୍ଫଙ୍କ ସାକ୍ଷାତ ଏକ ଯୋଗ ବିଜ୍ଞାନ ଇନଷ୍ଟିଟ୍ଯୁଟରେ ହୋଇଥିଲା ।

ବିବାହ କରିବା ପରେ ମାଧବୀ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଥିଲେ । ବର୍ତ୍ତମାନ ମାଧବୀ ନିଜ ପରିବାର ସହ ନ୍ୟୁ ଜର୍ସିରେ ରହୁଛନ୍ତି । ମାଧବୀ ଓ ରାଲ୍ଫଙ୍କର ତିନୋଟି ଝିଅ ମଧ୍ୟ ଅଛନ୍ତି । ମାଧବୀ ବର୍ତ୍ତମାନ ମହାରାଣୀଙ୍କ ଭଳି ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମାଧବୀଙ୍କ ଜୀବନୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *