ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ଦିନ ତଳେ ଭଦ୍ରକରେ କାଳୀପୂଜା ସମୟରେ ମନୋରଞ୍ଜନ ନିମନ୍ତେ ହେଉଥିବା ଯାତ୍ରାପାଟିରେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ ସାହୁ ଙ୍କ ଅଶ୍ଳୀଳ ନାଚ କୁ ବିରୋଧ କରି ଜଣେ ମହିଳା ତାଙ୍କ ଉପରକୁ ଚପଲ ମାଡ କରିଥିଲେ । ଏହାପରେ କିଛି ସମୟ ଧରି ବନ୍ଦ ହୋଇଯାଇଥିଲା ଯାତ୍ରା । କିନ୍ତୁ ଖବର ଅନୁଯାୟୀ ରାଣୀ ବର୍ତ୍ତମାନ ପୁଣି ହଟଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
ଚପଲ ମାଡ ଖାଇଲା ପରେ ମଧ୍ୟ ସୁଧୁରୀ ନାହାଁନ୍ତି ଯାତ୍ରା ର ଆଇଟମ ଗାର୍ଲ ରାଣୀ । ସୁନ୍ଦରଗଡ ବଣାଇ ର ଯାତ୍ରା ପେଣ୍ଡାଲ ରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ରଙ୍ଗୀନ ଆଲୁଅ ମଧ୍ୟରେ ରାଣୀ ଙ୍କ ବୋଲ୍ଡ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ଦର୍ଶକ ମାନେ ମଧ୍ୟ ଭରପୁର ଉପଭୋଗ କରୁଥିଲେ ରାଣୀଙ୍କର ଏଭଳି ନୃତ୍ୟରେ ।
ତେବେ ରାଣୀ ପ୍ରିୟଦର୍ଶନୀ କହିଥିଲେ ଯେ ଦର୍ଶକ ଏବଂ କମିଟି ଚାହୁଁଛନ୍ତି ବୋଲି ସେ ଆଜି ଏହିଭଳି ଅର୍ଦ୍ଧନଗ୍ନ ହୋଇ ନାଚୁଛନ୍ତି । ଅଧିକ ଟଙ୍କା ରୋଜଗାର ଏବଂ ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଯାତ୍ରା ମାଲିକ ଙ୍କର କହିବା ଅନୁଯାୟୀ ଏହିଭଳି କରୁଛନ୍ତି ରାଣୀ । ଗତ ଶୁକ୍ରବାର ଦିନ ଭଦ୍ରକର କାଳୀପୂଜା ରେ ଆୟୋଜନ ହୋଇଥିବା ଯାତ୍ରାରେ ରାଣୀଙ୍କର ଏହିଭଳି ଅର୍ଦ୍ଧନଗ୍ନ ନାଚ ପାଇଁ ତାଙ୍କୁ ଜଣେ ମହିଳା ସ୍ଟେଜ ଆଗକୁ ଆସି ଚପଲ ମାଡ କରିଥିଲେ ।
ଖାଲି ସେ ଚପଲ ଫୋପାଡି ନଥିଲେ ବରଂ ଷ୍ଟେଜ ଉପରେ ଚଢି ରାଣୀ ଙ୍କୁ ମାଡ ମାରିବାକୁ ମଧ୍ୟ ଗୋଡାଇଥିଲେ । ଏହାପରେ ଉକ୍ତ ମହିଳା ଜଣଙ୍କ ଷ୍ଟେଜ ଉପରେ ବସି କିଛି ସମୟ ପର୍ଯ୍ୟନ୍ତ ପ୍ରତିବାଦ କରିଥିଲେ । ଯାତ୍ରା କମିଟିର ହସ୍ତକ୍ଷପ ପରେ ମହିଳା ଜଣକ ଷ୍ଟେଜରୁ ଓହ୍ଲାଇବା ପରେ ଯାତ୍ରା ଆରମ୍ଭ ହୋଇଥିଲା । ସବୁଠାରୁ ବଡ କଥା ହେଉଛି ଯେ ଯାତ୍ରା ପେଣ୍ଡାଲରେ ଏହିଭଳି ନାଚ କୁ କଣ ପାଇଁ ପ୍ରଶୟ ଦିଆଯାଉଅଛି ?
ଯେଉଁ ଜାଗାକୁ ଛୋଟ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକେ ମଧ୍ୟ ଯାଉଛନ୍ତି, ସେଠାରେ ଏହିଭଳି ନାଚ କଣ ପ୍ରଭାବ ପକାଇବ ? ଏହାକୁ ନେଇ ସୋ-ସି-ଆ-ଲ ମି-ଡି-ଆ ରେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ଲୋକେ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।