ବର୍ତ୍ତମାନ ଦେଶରେ ଲକ୍ଷାଧିକ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଥିବା ବେଳେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜ ପ୍ରାଣ ହରାଇ ସାରିଛନ୍ତି ।
ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି କରୋନା ମହାମାରୀର ଦ୍ଵିତୀୟ ଲହର ଏକ ଭୟଙ୍କର ରୂପ ନେଇଛି । ଅନ୍ୟ ପକ୍ଷରେ ହସ୍ପିଟାଲରେ ବେଡର ଅଭାବ ଓ ଆକ୍ସିଜେନ ସିଲିଣ୍ଡରର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି । କରୋନା ସଂକ୍ରମଣର ସ୍ଥିତିକୁ ଆଖି ଆଗରେ ରଖି ଦେଶର କିଛି ରାଜ୍ୟରେ ରାଜ୍ୟ ସରକାର ମାନେ ଲକଡାଉନ ଜାରି କରିଛନ୍ତି । ବନ୍ଧୁଗଣ ଏହି କରୋନା କାଳରେ ସରକାର ଜଣ ସାଧାରଣ ମାନଙ୍କୁ ଘରେ ରହିବା ପାଇଁ ବାଧ୍ୟ କରେଇଛନ୍ତି ।

ତେଣୁ ବନ୍ଧୁଗଣ ଏହି ସମୟରେ ସମସ୍ତ ଲୋକଙ୍କୁ ସାବଧାନ ଓ ସଚେତନ ରହିବା ନିହାତି ଆବଶ୍ୟକ । ଏହି ସମୟରେ ଏପରି କିଛି ଔଷଧ ରହିଛି ଯାହାକୁ ସମସ୍ତ ଲୋକ ନିଜ ଘରେ ରଖିବା ଉଚିତ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଔଷଧ ଓ କିଛି ବିଶେଷ କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହିଭଳି ପରିସ୍ଥିତି ଆମେ ଘରେ ରହି ନିଜକୁ ସୁରକ୍ଷିତ ତ ରଖିପାରିବା କିନ୍ତୁ ଏହା ସହିତ ବିଶେଷଜ୍ଞମାନଙ୍କ ମତରେ ଆମକୁ ନିଜ ପାଖରେ କିଛି ଔଷଧ ରଖିବା ଉଚିତ । ବନ୍ଧୁଗଣ ସେହି ସବୁ ଔଷଧ ଗୁଡିକ ହେଉଛି ପାରାସିଟାମୋଲ, କଫ୍ ସିରପ, ମୁଣ୍ଡ ବିନ୍ଧା ଔଷଧ, ଆଣ୍ଟି ଏଲାର୍ଜିକ ଔଷଧ ଓ ଆଣ୍ଟି ଏସିଡ଼ ଔଷଧ । ଉଜାଲା ସିଗ୍ନସ୍ କୁଲୱନ୍ତୀ ହସ୍ପିଟାଲ, କାନପୁରର ମେଡିକାଲ୍ ଡାଇରେକ୍ଟର ଏବଂ ସିନିୟର କନସଲଟାଣ୍ଟ ଚିକିତ୍ସକ ଭାବରେ କାର୍ଯ୍ୟ କରୁଥିବା ଡାକ୍ତର ରାଜନ ଗାନ୍ଧୀଙ୍କ ମତରେ ଏହି ସବୁ ଔଷଧ ପ୍ରତ୍ୟକ ଘରେ ରହିବା ଉଚିତ ।

ବନ୍ଧୁଗଣ ଏହି ସବୁ ଔଷଧକୁ ନିଜ ଘରେ ରଖିବା ସହିତ ଆପଣ ମାନଙ୍କୁ କିଛି ବିଶେଷ କଥାର ଧ୍ୟାନ ଅବଶ୍ୟ ରଖିବା ଉଚିତ । ଆପଣ ମାନେ ପ୍ରତିଦିନ ଏକ ଗ୍ଳାସ ଉଷୁମ ପାଣିର ସେବନ କରନ୍ତୁ ଓ ଗରମ ପାଣିର ବାମ୍ଫ ନାକ ବାଟରେ ନିଅନ୍ତୁ । ଆପଣ ମାନେ ପ୍ରତିଦିନ ସଖାଳ ସମୟରେ ଯୋଗ ଓ ବାୟାମ ଆଦି ନିଶ୍ଚୟ କରନ୍ତୁ । ଏହା ସବୁ କରିବା ଦ୍ଵାରା ଅପାଙ୍କ ଫୁସଫୁସ ସୁରକ୍ଷିତ ରହିବ ।

ବନ୍ଧୁଗଣ ବର୍ତ୍ତମାନର ସମୟରେ ଆପଣ ମାନେ ଲେମ୍ବୁ, କ୍ଷୀର, ଅଦା ଓ ସବୁଜ ପନିପରିବା ଆଦିର ସେବନ ଅଧିକ କରନ୍ତୁ । କାରଣ ଏହି ସମୟରେ ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତି ଅଧିକ ରହିବା ନିହାତି ଆବଶ୍ୟକ । ଏହା ସହିତ ଆପଣ ମାନେ ଘରେ ରୁହନ୍ତୁ ଓ ସରକାରଙ୍କ ଗାଇଡଲାଇନର ପାଳନ କରନ୍ତୁ, ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

