ଡ୍ରାଇଭର ଡ୍ରାଇଭର ଠେଲା ପେଲା ! ଏମିତି କଣ ହେଲା କି ଡ୍ରାଇଭରଙ୍କ ମଧ୍ୟରେ ଚାଲିଲା ଝଗଡା…

ନମସ୍କାର ବନ୍ଧୁଗଣ, ଚାଲିଥିବା ଡ୍ରାଇଭର ମାନଙ୍କ ଆନ୍ଦୋଳନର ପରିସ୍ଥିତି ବର୍ତ୍ତମାନ ଅସମ୍ଭାଳ ହେବାରେ ଲାଗିଲାଣି । ଡ୍ରାଇଭର ଡ୍ରାଇଭଲ ହୋଇଛନ୍ତି ମୁହାଁ ମୁହିଁ । ଆନ୍ଦୋଳନ ବର୍ତ୍ତମାନ ଶାନ୍ତି ରୁ ଅଶାନ୍ତି ଆଡକୁ ଗତି କରିବାରେ ଲାଗିଲାଣି । ଯାହା ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଚିନ୍ତାର ବିଷୟ ଅଟେ । ତେବେ ସରକାର ଏହା ଉପରେ କେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ତାହାର ଖବର ମଧ୍ୟ ମିଳି ନାହିଁ ।

ଏହା ଭିତରେ ବର୍ତ୍ତମାନ ଠାରୁ ପରିସ୍ଥିତି ବିଗିଡିବାରେ ଲାଗିଲାଣି । ତେବେ କଣ ପାଇଁ ଏଭଳି ପରିସ୍ଥିତି ଉପୁଜିଛି ଏହା ସମ୍ପର୍କରେ ଆସନ୍ତୁ ଜାଣିବା । ଡ୍ରାଇଭର ମାନେ ଆନ୍ଦୋଳନ ପାଇଁ କୌଣସି ଗାଡିକୁ ମଧ୍ୟ ଯିବାକୁ ଦେଉ ନାହାନ୍ତି । ସମସ୍ତ ମାଲ ବୋଝେଇ ଗାଡିକୁ ସେମାନେ ଅଟକ ରଖିଛନ୍ତି । ବାହାର ରାଜ୍ୟରୁ ଆସିଥିବା ଗାଡିକୁ ମଧ୍ୟ କାଲିଠାରୁ ସେମାନେ ଅଟକ ରଖିଛନ୍ତି ।

ବର୍ତ୍ତମାନ ପରିସ୍ଥିତି ଏଭଳି ହେଲାଣି କି ସେମାନେ ସମ୍ପୂର୍ଣ ରୂପରେ ଉପାସ ଭୋକରେ ଲାମ୍ବା ଲାଇନ ଭିତରେ ଟ୍ରକ ରଖି ଫସି ରହିଛନ୍ତି । ନା ଫେରି ପାରୁଛନ୍ତି ଆଗକୁ ଯାଇ ପାରୁଛନ୍ତି ।ତେଣୁ ଅଟକ ରହିଥିବା ବାହାର ରାଜ୍ୟର ଡ୍ରାଇଭର ମାନେ ଆସି ଆନ୍ଦୋଳନ କାରୀଙ୍କ ସହ ଆମ୍ନା ସାମ୍ନା ହୋଇଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ଡ୍ରାଇଭର ଏବଂ ଡ୍ରାଇଭର ମାନଙ୍କ ମଧ୍ୟ ଧସ୍ଥା ଧସ୍ଥି ।

ପରିସ୍ଥିତି ଏଟଟେ ଅସମ୍ଭାଳ ଥିଲା କି ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଷ୍ଟାଫ ସେଠାରେ ମୁତୟନ ରହିଛନ୍ତି । ହେଲେ ପୋଲିସକୁ ମଧ୍ୟ ଖାତିର ନକରି ଡ୍ରାଇଭର ମାନେ ମୁହାଁ ମୁହିଁ ହେବାର ନଜର ଆସିଛି । ପୋଲି ମାସେ ଶହ ଶହ ଡ୍ରାଇଭର ମାନଙ୍କୁ ଅଟକାଇବା ପାଇଁ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପ୍ପାଇନ ନିଜର ପ୍ରୟାସ ଜାରି ରଖିଛି ।

ତେବେ ଥରେ ଆରମ୍ଭ ହୋଇଥିବା ଏହି ତୀବ୍ରତା ବନ୍ଦ ହେବ କି ନାହିଁ ଏବଂ ପୁଣି ଥରେ ଆରମ୍ଭ ହେବାର ପୁରା ସମ୍ଭାବନା ରହିଛି । ଯଦି ସରକାର ଏହାର ଅତିଶୀଘ୍ର କୌଣସି ସମଧାନ ନକରନ୍ତି ତେବେ ସମୟ ବଢିବା ସହ ପରିସ୍ଥିତି ମଧ୍ୟ ବଢିବା ପାଇଁ ଲାଗିବ । ଯାହା ସରକାରଙ୍କ ପାଇଁ ମଧ୍ୟ କଷ୍ଟସାଧ୍ୟ ହେବାର ସମ୍ଭାବନା ରହିଛି । ତେବେ ଏଥିପାଇଁ ସରକାର ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ କଣ ରହିବ ତାହା ଏବେ ଜଣା ପଡି ନାହିଁ । ଏହା ସମ୍ପର୍କରେ ଆପଣଙ୍କ ମାନଙ୍କର ମତ ନିହାତି ଭାବରେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *