ଏମିତି ଝିଅ ଯେଉଁଠି ବି ମିଳିବେ ସାଙ୍ଗେ ସାଙ୍ଗେ ବାହାହୋଇ ଯିବା ଉଚିତ୍- Chanakya Niti

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆପଣ ମାନେ ଚାଣକ୍ୟ ଙ୍କୁ ତ ନିହାତି ଭାବେ ଜାଣିଥିବେ । ଚାଣକ୍ୟ ଜଣେ ବହୁତ ବୁଦ୍ଧି ମାନ ବ୍ୟକ୍ତି ଥିଲେ । ସେ ନିଜର ବୁଦ୍ଧି ବଳ ରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ମହାରାଜ ସିଂହାସନ ରେ ବସାଇ ପାରିଥିଲେ । ସେ ତାଙ୍କର ବୁଦ୍ଧି ବଳରେ ଅନେକ ବଡ଼ ବଡ଼ କାମ କରି ପାରିଛନ୍ତି । ତାଙ୍କ ଦ୍ବାରା ରଚିତ ନୀତି ଶାସ୍ତ୍ର ବହୁତ ବଡ଼ ଶାସ୍ତ୍ର ଅଟେ । ଯିଏ ଏହି ନୀତି ଶାସ୍ତ୍ର କୁ ମାନିକରି ଚାଲିଥାଏ ସେ ନିଜ ଜୀବନରେ ଜଣେ ବହୁତ ବଡ଼ ବ୍ୟକ୍ତି ହୋଇପାରିଥାଏ । ଏହି ନୀତି ଶାସ୍ତ୍ର ଦ୍ବାରା ଅନେକ ଲୋକ ଏହି ସମାଜ ରେ ଜଣେ ସୁପରିଚିତ ବ୍ୟକ୍ତି ଭାବେ ସୁନାମ ଅର୍ଜନ କରିପାରିଛନ୍ତି । ତାଙ୍କର ଏହି ନୀତି ଶାସ୍ତ୍ର ରେ ଅନେକ ପ୍ରକାର ର ନୀତି ସମ୍ପର୍କରେ ରେ ସୂଚନା ଦିଆଯାଇଛି ।

ତେବେ ବନ୍ଧୁଗଣ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ରେ ଆମର ସାଂସାରିକ ଜୀବନ ବିଷୟରେ ମଧ୍ୟ ଅନେକ କଥା ଲେଖା ହୋଇଅଛି । ଯାହାକୁ ପାଳନ କରିବା ଦ୍ୱାରା ଭବିଷ୍ୟତରେ ଆମର ଜୀବନ ବହୁତ ସୁଖମୟ ଭାବେ କଟିଥାଏ । ତେବେ ବନ୍ଧୁଗଣ ଚାଣକ୍ୟଙ୍କ ର ନୀତି ଶାସ୍ତ୍ର ରେ କୁହାଯାଇଛି ଯେ ଏପରି କିଛି ଗୁଣ ସମ୍ପନ୍ନ କନ୍ୟା ଅଛନ୍ତି ଯାହାକୁ ଦେଖିବା ମାତ୍ରେ ହିଁ ବିବାହ କରିନେବା ଉଚିତ । ତେବେ ବନ୍ଧୁଗଣ କଣ ସେହି ଗୁଣ ଗୁଡିକ ଆସନ୍ତୁ ଜାଣିବା ।

ପଦ୍ମିନୀ ଜାତୀୟ ନାରୀ-ପଦ୍ମିନୀ ଜାତୀୟ ନାରୀ ଙ୍କୁ ଶାସ୍ତ୍ର ରେ ବହୁତ ସମ୍ମାନ ଦିଆ ଯାଇଛି । ଏହି ଜାତୀୟ ନାରୀ ସଂସାର ରେ ବହୁତ କମ ଅଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପଦ୍ମିନୀ ଜାତୀୟ ନାରୀ ସବୁବେଳେ ଭଗବାନ ଙ୍କର ପୂଜା କରିଥାନ୍ତି । ଏହା ସହିତ ସେମାନେ ପିତା ମାତା ଙ୍କର ଯତ୍ନ ମଧ୍ୟ ବହୁତ ଭଲ ଭାବରେ ନେଇଥାନ୍ତି । ଏମାନେ ସବୁବେଳେ ଖୁସି ରେ ରହିବାକୁ ପସନ୍ଦ କରିଥାନ୍ତି । ନିଜେ ଖୁସି ରେ ରହିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଖୁସି ରେ ରଖିଥାନ୍ତି । ଏମାନେ ପତି ପରାୟଣ ହୋଇଥାନ୍ତି । ଏମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି । ଏମାନେ ବହୁତ ମିଷ୍ଠ ଭାଷୀ ଅଟନ୍ତି । ଏମାନେ ସମସ୍ତ ଙ୍କ ମନ କୁ ମୋହି ନେଇ ଥାନ୍ତି ।

ଚିତରିଣୀ ଜାତୀୟ ନାରୀ-ଏହି ଜାତିର ନାରୀ ମାନେ ପତିବ୍ରତା ହୋଇଥାନ୍ତି । ଏମାନେ ବହୁତ ସରଳ ଓ ସାଧାରଣ ହୋଇଥାନ୍ତି । ଏମାନଙ୍କୁ ବେଶଭୁଷା ର ଅଧିକ ସଉକ ଥାଏ । ଏମାନେ ଚିତ୍ରକଳା ଓ ନୃତ୍ୟ ରେ ବହୁତ ଧୁରନ୍ଧର ହୋଇଥାନ୍ତି । ଏମାନେ ବହୁତ ପୂଜାପାଠ କରିଥାନ୍ତି । ଏମାନେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ହୋଇଥାନ୍ତି । ଏମାନଙ୍କ ର ମସ୍ତକ ଗୋଲାକାର ଓ ଅଙ୍ଗ କୋମଳ ହୋଇଥାଏ । ଏମାନେ ଅଳ୍ପ ଖାଦ୍ୟ ଖାଇଥାନ୍ତି । ଏମାନେ ସୁଖ ରେ ରହିବାକୁ ପସନ୍ଦ କରିଥାନ୍ତି । ଏହି ଚିତରିଣୀ ନାରୀ ମାନେ ମୃଗ ଜାତୀୟ ପୁରୁଷ ଙ୍କୁ ବିବାହ କଲେ ବହୁତ ଖୁସି ରେ ରହିଥାନ୍ତି ।

 

ସଂଖିନି ଜାତୀୟ ନାରୀ-ଏହି ନାରୀ ମାନେ ଅନ୍ୟ ନାରୀ ମାନଙ୍କ ଅପେକ୍ଷା ବହୁତ ଲମ୍ବା ହୋଇଥାନ୍ତି । ଏମାନେ ସବୁବେଳେ ଅସନ୍ତୁଷ୍ଟ ରହିଥାନ୍ତି । ଏମାନେ ସବୁବେଳେ କ୍ରୋଧିତ ହୋଇଥାନ୍ତି । ଏମାନଙ୍କ ମନ ରେ ଦୟା ଭାବ ନ ଥାଏ । ଏମାନେ ପତି ଙ୍କ କଥା ମାନି ଚଳିବାକୁ ପସନ୍ଦ କରି ନ ଥାନ୍ତି । ଏମାନେ ଘର ଲୋକଙ୍କ ଠାରୁ ଅଲଗା ରହିବାକୁ ପସନ୍ଦ କରିଥାନ୍ତି । ଏହି ଜାତୀୟ ନାରୀ ବହୁତ ଅଧିକ ଦେଖିବାକୁ ମିଳିଥାନ୍ତି । ଏହି ଜାତୀୟ ନାରୀ ବୃଷ ଜାତିର ପୁରୁଷ ଙ୍କୁ ବିବାହ କଲେ କିଛି ମାତ୍ରାରେ ସନ୍ତୁଷ୍ଟ ହୋଇଥାନ୍ତି ।

ହସ୍ତୀନି ଜାତୀୟ ନାରୀ-ଏମନଙ୍କ ର ସ୍ଵଭାଵ ସର୍ବଦା ପରିବର୍ତ୍ତନ ଶୀଳ ରହିଥାଏ । ଏମାନେ ସର୍ବଦା ନିଜର ରଙ୍ଗ ପରିବର୍ତ୍ତନ କରିଥାନ୍ତି । ଏମାନେ ବହୁତ ମୋଟା ହୋଇଥାନ୍ତି । ଏମାନେ କଥା କଥା ରେ ରାଗି ଯାଇଥାନ୍ତି । ଏମାନଙ୍କ ପାଦ ର ଆଙ୍ଗୁଠି ସମାନ ନ ଥାଏ । ଏମାନଙ୍କ ର ସର୍ବଦା ପର ପୁରୁଷ ପ୍ରତି ଆକର୍ଷଣ ରହିଥାଏ । ଏମାନେ କୃଷ୍ଣ ବର୍ଣ୍ଣ ର ହୋଇଥାନ୍ତି । ଏମାନେ ଅଶ୍ୱ ଜାତି ର ପୁରୁଷ ଙ୍କୁ ବିବାହ କରିବା ଦ୍ୱାରା ସାଧାରଣ ସୁଖ ଲାଭ କରି ପାରିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *