ମଣିଷ ଖାଉଥିବା ଘାଟି, ୭ ବର୍ଷରେ ନେଲାଣି ୫୨ ଜୀବନ, ପୁରା Video ଦେଖିଲେ ଆପଣ ବି ଡରିଯିବେ

ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଗଲେ ମଝିରେ ମଝିରେ ଆପଣ ମାନେ ଦେଖିବାକୁ ପାଇବେ କିଛି ଦୁ-ର୍ଘ-ଟ-ଣା-ର ଦୃଶ୍ୟ । କେଉଁଠି ଘାଟିରୁ ୧୦୦ ଫୁଟ ତଳକୁ ଖସି ପଡିଛି ଟ୍ରକ ତ ଅନ୍ୟ କେଉଁଠି ଭାରସାମ୍ୟ ହରାଇ ରାସ୍ତା କଡକୁ ଲେଉଟି ପଡିଛି ଟ୍ରକ । ଏହି ସବୁ ଦୁ-ର୍ଘ-ଟ-ଣା-ର ଦୃଶ୍ୟ ଅତି ଭୟଙ୍କର ରହିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏମିତିଆ ଛୋଟ ବଡ ଦୁ-ର୍ଘ-ଟ-ଣା ବର୍ତ୍ତମାନ ବାଙ୍ଗିରିପୋଷି ଘାଟିରେ ନୀତିଦିନିଆ ହେଇଗଲାଣି ।

ସେଥିପାଇଁ ସେହି ଘାଟିର କେତେକ ରାସ୍ତା କଣରେ ସାବଧାନର ବୋର୍ଡ ଲଗାଯାଇଛି । ବାଙ୍ଗିରିପୋଷି ହେଉଛି ଏକ ଦୁ-ର୍ଘ-ଟ-ଣା ପ୍ରବଣ ଅଞ୍ଚଳ । ଟ୍ରକ ବାଲା ମାନଙ୍କ ପାଇଁ ମଧ୍ୟ ସେହି ଘାଟିଟି ଅନେକ ସମସ୍ୟା ନେଇ ଆସୁଛି । ବର୍ଷା ଦିନରେ ସେହି ଘାଟିରେ ଯିବା ବେଳେ ବ୍ରେକ ଲାଗେ ନାହିଁ ବୋଲି କହିଛନ୍ତି କିଛି ଟ୍ରକ ଡ୍ରାଇଭର । ୪୯ ନମ୍ବର ଜାତୀୟ ରାଜପଥ ହେଉଛି ମୟୂରଭଞ୍ଜ ଜିଲ୍ଲାର ଲାଇଫ ଲାଇନ ।

ଏହି ରାଜପଥ ମୁମ୍ବାଇ ଓ କଲିକତା ସହ ଯୋଡି ହୋଇ ରହିଛି । ଏହି ଜାତୀୟ ରାଜପଥରେ ୮ କିଲୋମିଟର ଶିମିଳିପାଳ ଅଭ୍ୟାରଣର କିଛି ଅଂଶ ଭିତରେ ଯାଉଛି । ଏହାର ଉପରକୁ ପଡେ ବାଙ୍ଗିରିପୋଷି ଘାଟି । ଘାଟିରେ ରାସ୍ତା ପ୍ରଶୋସ୍ତି କରଣ ହୋଇସାରିଛି । ମିଳିଥିବା ତଥ୍ୟ ଅନୁଯାଇ ଗତ ୭ ବର୍ଷ ହେବ ଏହି ଘାଟିରେ ହଜାର ହଜାର ଦୁ-ର୍ଘ-ଟ-ଣା ହୋଇଛି । ସେହି ଦୁ-ର୍ଘ-ଟ-ଣା-ରେ ୫୨ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ଦୁ-ର୍ଘ-ଟ-ଣା-ରେ ୧୨୮ଟି ଗାଡି ନଷ୍ଟ ହୋଇଛି ହେଲେ କେତେକ ଛୋଟ ମାମଲା ଥାନାକୁ ଆସି ନାହିଁ । ସ୍ଥାନୀୟ ବାସିନ୍ଧାଙ୍କ ମତରେ, ସେହି ରୋଡରେ ପାର୍କିଙ୍ଗ ପାଇଁ କୌଣସି ସ୍ଥାନ ନାହିଁ । ଯଦି ଗୋଟେ ଗାଡି ଯାଉଛି ଓ ତାର ଆଗ ପଟରୁ ଅନ୍ୟ ଏକ ଗାଡି ଆସୁଛି ତା ହେଲେ ଗାଡିକୁ ସାଇଡରେ ରଖିବା ପାଇଁ ଜାଗା ନାହିଁ । ଦୁଇଟି ବଡ ଟ୍ରକ ସାମ୍ନା ସାମ୍ନା ହୋଇଗଲେ ବହୁତ ଅସୁବିଧା ହୋଇଥାଏ ।

ସେହି ସ୍ଥାନରେ କିଛି ପୋଲିସ କର୍ମଚାରୀ ଓ ଆମ୍ବୁଲାନ୍ସ ସେବା ରଖାଯିବା ଉଚିତ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ବର୍ତ୍ତମାନ ଏହି ଘାଟିକୁ ଲୋକମାନେ କହୁଛନ୍ତି ‘ମ-ଣି-ଷ ଖା-ଉ-ଥି-ବା ଘା-ଟି’ । ତା ହେଲେ ବନ୍ଧୁଗଣ ଏହି ଘାଟିକୁ ନେଇ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *