ତାଲିବାନ ଉପରେ ଲଗାମ ଲଗାଇବା ପାଇଁ ଆମେରିକା ନେଲା ଏହି କଡା ନିଷ୍ପତ୍ତି, ଏବେ ପଇସାଟିଏ ପାଇଁ ବି ତରସିବ ତାଲିବାନ

ବନ୍ଧୁଗଣ, ବାଇଡନ କହିଲେ ଆଫଗାନିସ୍ଥାନ ରୁ ଆମେରିକା ସେନା ଫେରସ୍ଥ ନେବାର ନିଷ୍ପତ୍ତି ସଂପୂର୍ଣ୍ଣ ଭାବରେ ସଠିକ ଥିଲା । ଆଫଗାନ ର ସେନା ମାନେ ବିନା ଯୁ-ଦ୍ଧ କରି ହ-ତି-ଆ-ର ରଖିଦେଲେ । ଅସରଫ ଗନୀ ବିନା ଯୁ-ଦ୍ଧ କରି ଦେଶ ଛାଡି ଫେ-ରା-ର ହୋଇଗଲେଣି । ନିଶ୍ଚିତ ଭାବରେ ଆଫାଗାନିସ୍ଥାନ ର ସ୍ଥିତି ସଙ୍କଟାପର୍ଣ୍ଣ ଅଟେ । ମାତ୍ର ଏଥିନିମନ୍ତେ ଦାୟୀ ଅସରଫ ଗନି ଅଟନ୍ତି । ବାଇଡନ କହିଛନ୍ତି ଯେ, ଆଫଗାନିସ୍ଥାନ ରେ ଆମେରିକା ସୈନିକ ବହୁତ ଜୋଖିମ ଉଠାଇଛନ୍ତି । ମୁଁ ବର୍ତ୍ତମାନ ନିଜ ସୈନିକ ମାନଙ୍କ ଜୀବନ କୁ ବିପଦରେ ପକାଇପାରିବି ନାହିଁ ।

ଅଫଗାନ ର ସେନାଙ୍କୁ ଅତ୍ୟାଧୁନିକ ହ-ତି-ଆ-ର ଏବଂ ପ୍ରଶିକ୍ଷଣ ଦିଆଗଲା । ମାତ୍ର ସେମାନେ କିଛି ମଧ୍ୟ କରିଲେ ନାହିଁ । ଆଫଗାନିସ୍ଥାନ ର ସ୍ଥିତି ଉପରେ ଆମେରିକା ନିଜର ନଜର ବନାଇ ରଖିଛି । ଏବଂ ବିଗିଡିଯାଇଥିବା ପରିସ୍ଥିତିକୁ ଆୟତରେ କରିବା ନିମନ୍ତେ ଶକ୍ତ ପଦକ୍ଷପ ଗ୍ରହଣ କରିଛନ୍ତି । ସୂଚନା ଅନୁଯାୟୀ ଆମେରିକା ଆଫଗାନିସ୍ଥାନ ର ସେଣ୍ଟ୍ରାଲ ବ୍ୟାଙ୍କ ରୁ ସମୁଦାୟ ୯.୫ ଅରବ ଡଲାର ଅର୍ଥାତ ୭୦୬ ଅରବ ଟଙ୍କା ର ଧନରାଶି ଠାରୁ ଅଧିକ ସମ୍ପତ୍ତି ଫ୍ରିଜ କରିସାରିଛନ୍ତି ।

କେବଳ ଏହା ନୁହେଁ ଦେଶର ଧନରାଶି ତାଲିବାନ ହାତରେ ନଯିବା ନିମନ୍ତେ ଆମେରିକା ଆଫଗାନିସ୍ଥାନ କୁ କେଶର ସପ୍ଲାଇ ମଧ୍ୟ ଅଟକାଇ ଦେଇଛି । ସୂଚନା ଅନୁଯାୟୀ ଆଫଗାନିସ୍ଥାନ ର ସେଣ୍ଟ୍ରାଲ ବ୍ୟାଙ୍କ ର କୌଣସି ମଧ୍ୟ ସମ୍ପତ୍ତି ତାଲିବାନ କୁ ଦିଆଯିବ ନାହିଁ । ଏହି ସମ୍ପତ୍ତି ଟ୍ରେଜରି ଡିପାର୍ଟମେଣ୍ଟ ର ପ୍ରତିବନ୍ଧିତ ସୂଚୀ ରେ ସ୍ତିର ରହିବ । ମାତ୍ର ଏହାକୁ ନେଇ UAS ଟ୍ରେଜରି ଡିପାର୍ଟମେଣ୍ଟ ଟିପ୍ପଣୀ କରିବା ନିମନ୍ତେ ମନା କରିଦେଇଛନ୍ତି ।

ଏବଂ ଏହି ପ୍ରସଙ୍ଗ ରେ କୌଣସି ପ୍ରକାରର ବୟାନ ମଧ୍ୟ ଦେଇନାହାଁନ୍ତି । ଆଫଗାନ ସେଣ୍ଟ୍ରାଲ ବ୍ୟାଙ୍କ ର ମୁଖିଆ ଅଜମଲ ଅହମଦି ଙ୍କୁ ଆମେରିକାର ଏହି ନିଷ୍ପତି ସମ୍ବନ୍ଧରେ ପୂର୍ବରୁ ମଧ୍ୟ ଅବଗତ ହୋଇ ସାରିଥିଲେ ଏବଂ ସେ ଏହି କଥାର ହିଁ ଆଶଙ୍କା କରିଥିଲେ । ଟ୍ଵିଟ କରି  ସେ କହିଥିଲେ ଯେ ଆମେରିକାର ପକ୍ଷରୁ ଡଲାର ର ଶିପ୍ଟମେଣ୍ଟ ସ୍ଥଗିତ ହେବାକୁ ଯାଉଅଛି । କାରଣ UAS କୌଣସି ପରିସ୍ଥିତି ରେ ମଧ୍ୟ ଏହା ଚାହେଁ ନାହିଁ କି ଏହି ଫଣ୍ଡ ଅଥବା ସମ୍ପତ୍ତି ତାଲିବାନ ହାତରେ ଲାଗୁ । ଆମେରିକାର ଉଠାଯାଇଥିବା ଏହି ପଦକ୍ଷପ ନିମନ୍ତେ ତାଲିବାନ ବର୍ତ୍ତମାନ ଫଣ୍ଡ ର ବ୍ୟବହାର କରି ପାରିବ ନାହିଁ । ବନ୍ଧୁଗଣ ଏହି ପ୍ରସଙ୍ଗ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *