ଏମାନେ ହେଲେ South ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ମାନଙ୍କର ପୁଅ-ବୋହୁ ଯୋଡି, ଦେଖନ୍ତୁ ଆପଣଙ୍କ ଫେବ୍ରେଟ କିଏ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅବିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସାଉଥ ଅଭିନେତା ମାନଙ୍କ ରିଅଲ ଲାଇଫ ପୁଅ ଓ ବୋହୁଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଶିବ କୁମାର- ସାଉଥ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଥିବା ଅଭିନେତା ଶିବ କୁମାରଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଶିବ କୁମାରଙ୍କ ଅନେକ ଫିଲ୍ମ ଆପଣ ମାନେ ଦେଖିଥିବେ । ଶିବ କୁମାରଙ୍କ ଦୁଇଟି ପୁଅ ଅଛନ୍ତି କାର୍ଥୀ ଓ ସୁରିୟା । କାର୍ଥୀ ଜଣେ ଅଭିନେତା ଅଟନ୍ତି ଓ ସେ ରଶ୍ମୀ ଚେନା ସ୍ଵାମୀଙ୍କ ସହ ବିବାହ କରିଛନ୍ତି । ସୁରିୟା ମଧ୍ୟ ଜଣେ ଅଭିନେତା ଅଟନ୍ତି ଓ ସେ ଅଭିନେତ୍ରୀ ଜ୍ୟୋତିକାଙ୍କ ସହ ବିବାହ କରିଛନ୍ତି ।

ସତ୍ୟରାଜ- ଆପଣ ମାନେ ସମସ୍ତେ ସତ୍ୟରାଜଙ୍କ ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ସତ୍ୟରାଜଙ୍କର ପୁଅର ନାମ ହେଉଛି ଶିବିରାଜ । ଶିବିରାଜ ମଧ୍ୟ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଅଭିନେତା ଅଟନ୍ତି । ଶିବିରାଜଙ୍କ ପତ୍ନୀଙ୍କ ନାମ ହେଉଛି ରେମତି ସେ ଜଣେ ହାଉସ ୱାଇଫ ଅଟନ୍ତି ।

ଚିରଞ୍ଜିଭି- ବନ୍ଧୁଗଣ ସାଉଥର ପ୍ରସିଦ୍ଧ ଅଭିନେତା ଚିରଞ୍ଜିଭିଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଚିରଞ୍ଜିଭିଙ୍କ ପୁଅର ନାମ ହେଉଛି ରାମ ଚରଣ । ରାମ ଚରଣ ମଧ୍ୟ ନିଜ ବାପାଙ୍କ ଭଳି ଜଣେ ସଫଳ ଅଭିନେତା ଅଟନ୍ତି । ରାମ ଚରଣ 2012ରେ ଉପାସନାଙ୍କ ସହ ବିବାହ କରିଥିଲେ । ଉପାସନା ଜଣେ ବିଜନେସ ୱୋମେନ ଅଟନ୍ତି ।

ରଜନୀକାନ୍ତ- ବନ୍ଧୁଗଣ ସାଉଥର ସୁପର ଷ୍ଟାର ରଜନୀକାନ୍ତଙ୍କୁ କିଏ ନ ଜାଣିଛି । ବନ୍ଧୁଗଣ ରଜନୀକାନ୍ତଙ୍କର ଦୁଇଟି ଝିଅ ଅଛନ୍ତି ସେମାନଙ୍କ ନାମ ହେଉଛି ଐଶ୍ଵର୍ଯ୍ୟ ଓ ସୌନ୍ଦର୍ଜ୍ୟ । ତେବେ ଐଶ୍ଵର୍ଯ୍ୟ ସାଉଥ ଅଭିନେତା ଧନୁସଙ୍କ ସହ ବିବାହ କରିଛନ୍ତି । ବନ୍ଧୁଗଣ ସୌନ୍ଦର୍ଜ୍ୟ ପ୍ରଥମେ ଅଶ୍ଵିନୀଙ୍କ ସହ 2010ରେ ବିବାହ କରିଥିଲେ ହେଲେ 2017ରେ ଏମାନଙ୍କର ତଲାକ ହୋଇଯାଇଥିଲା । ଏବେ ସେ ଭିସାଗନଙ୍କ ସହ ବିବାହ କରିଛନ୍ତି ।

ନାଗାର୍ଜୁନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥର ପ୍ରସିଦ୍ଧ ଅଭିନେତା ନାଗାର୍ଜୁନ । ନାଗାର୍ଜୁନଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି । ନାଗାଙ୍କର ଦୁଇଟି ପୁଅ ଅଛନ୍ତି ଅଖିଲ ଓ ନାଗା ଚୈତନ୍ୟ । ନାଗା ଚୈତନ୍ୟ ଜଣେ ଅଭିନେତା ଅଟନ୍ତି ଓ ସେ ସାଉଥ ଅଭିନେତ୍ରୀ ସାମନ୍ଥାଙ୍କ ସହ ବିବାହ କରିଥିଲେ । ବନ୍ଧୁଗଣ ସାନ ପୁଅ ଅଖିଲ ମଧ୍ୟ ଜଣେ ଅଭିନେତା ଅଟନ୍ତି ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ।

Leave a Reply

Your email address will not be published. Required fields are marked *