10 ମୁଣ୍ଡ ଯିବ ! ଦେଖନ୍ତୁ ଏହି Special Report

ବନ୍ଧୁଗଣ ଖୁବ ଶୀଘ୍ର ଆସୁଛି ନବୀନଙ୍କ ନୂଆ ଟିମ । ଯୁବ, ମହିଳା ଓ ପଛୁଆ ବର୍ଗଙ୍କୁ ମିଳିବ ଗୁରୁତ୍ଵ । ଆଞ୍ଚଳିକତା ଭିତ୍ତିରେ ବାଲାନ୍ସ ବି ରଖାଯିବ । ଟେନସନ ହୋଇପାରେ ସରପ୍ରାଇଜ କାର୍ଡ । ପାୱାର ସେଣ୍ଟରରୁ ଘନିଷ୍ଟ ନେତାଙ୍କୁ ମିଳିପାରେ ଗିଫ୍ଟ । ନବୀନ ସରକାରର ପଞ୍ଚମ ପାଳିର ୩ ବର୍ଷ ପରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ସମ୍ଭାବ୍ୟ ଅଦଳବଦଳକୁ ନେଇ ପାୱାର କରିଡରରେ ହଲଚଲ୍ ।

ମନ୍ତ୍ରିମଣ୍ଡଳର ପ୍ରାୟ ୫୦ ପ୍ରତିଶତରୁ ଅଧିକ ମନ୍ତ୍ରୀଙ୍କୁ ପରିବର୍ତ୍ତନ କରିପାରନ୍ତି ନବୀନ । ଅର୍ଥାତ୍ ବାଦ୍ ପଡ଼ିପାରନ୍ତି ପ୍ରାୟ ୧୦ରୁ ଅଧିକ ମନ୍ତ୍ରୀ । ତେଣୁ କିଏ ଯିବେ କିଏ ରହିବେ ନୂଆ ଟିମରେ ସାମିଲ ହେବାକୁ ଥିବା ସଦସ୍ୟଙ୍କ ମାପ ଦଣ୍ଡ କଣ ରହିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମନ୍ତ୍ରୀ ମଣ୍ଡଳରେ ପ୍ରତିନିଧିତ୍ଵର ସମତୁଳତା ପାଇଁ ଜିଲ୍ଲା ଓ ଆଞ୍ଚଳିକତା ଭିତ୍ତିରେ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ ଫୋକୋସ ଦିଆଯାଇ ପାରେ ।

ତେଣୁ ଏହି ପାଳିରେ ଯେଉଁ ଜିଲ୍ଲାକୁ ମନ୍ତ୍ରୀ ମଣ୍ଡଳରେ ପ୍ରତିନିଧିତ୍ଵର ସୁଯୋଗ ମିଳି ନାହିଁ ସେହି ଜିଲ୍ଲାକୁ ମଧ୍ୟ ଗୁରୁତ୍ଵ ଦିଆଯାଇ ପାରେ । ଏସବୁ ପରେ ସରପ୍ରାଇଜ କାର୍ଡ ମଧ୍ୟ ଖେଳି ପାରନ୍ତି ନବୀନ । ରାଜନୈତିକ ସମ୍ମିଖିକଙ୍କ ମତରେ ପାୱାର ସେଣ୍ଟର ସହ ଯେଉଁ ମାନେ ଘନିଷ୍ଟ ସେମାନଙ୍କୁ ମନ୍ତ୍ରୀ କରାଯାଇପାରେ ।

ହିଟ ଲିଷ୍ଟରେ ଅଛନ୍ତି ମନ୍ତ୍ରୀ ବିକ୍ରମ କେସରୀ ଆରୁଖ, ପଦ୍ମନାଭ ବେହେରା, ପ୍ରଫୁଲ ମଲ୍ଲିକ, ସୁଦାମ ମାରାଣ୍ଡି, ଜ୍ଯୋତି ପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ୍, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାର କାନ୍ତ ବେହେରା, ପ୍ରତାପ ଜେନା, ଦିବ୍ୟ ଶଙ୍କର ମିଶ୍ର ଓ ଅରୁଣ ସାହୁଙ୍କ ଉପରେ ଖଣ୍ଡା ଝୁଲୁଚି । ଏ କଥା ବି କୁହା ଯାଉଛି କିଛି ମନ୍ତ୍ରୀଙ୍କୁ ବାଦ ଦେଇ ସେମାନଙ୍କୁ ୨୪ ସାଧାରଣ ନିର୍ବାଚନ ଲାଗି ସଂଗଠନର ଦାୟିତ୍ଵ ଦିଆଯାଇପାରେ ।

ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ବେଳେ ବିଭାଗରେ ମଧ୍ୟ ବଡ ଧରଣର ପରିବର୍ତ୍ତନ ହେବ । ତେବେ ଆଗାମୀ ଦୁଇ ତିନି ସପ୍ତାହ ମଧ୍ୟରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ସହ ସାଙ୍ଗଠନିକ ସ୍ତରରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ପ୍ରଶାସନିକ ସ୍ତରରେ ମଧ୍ୟ ଅଦଳ ବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *